ରାଜ୍ୟ

ଆଜିଠୁ ଶଙ୍ଖ ଭବନରେ ମାଷ୍ଟର ଟ୍ରେନର ତାଲିମ ଶିବିର, ନେତା ଓ କର୍ମୀଙ୍କୁ ଦିଆଯିବ ଗୁରୁମନ୍ତ୍ର – Ibnodisha

[ad_1]

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ବିଜେଡିର ମାଷ୍ଟର ଟ୍ରେନର ତାଲିମ ଶିବିର । ଶଙ୍ଖ ଭବନରେ ଏହି ଶିବିର ଚାଲିବ । ତୃଣମୂଳସ୍ତରରୁ ନେତା ଓ କର୍ମୀଙ୍କୁ ନିର୍ବାଚନ ପାଇଁ ଦିଆଯିବ ଗୁରୁମନ୍ତ୍ର। ଏହି କାର୍ଯ୍ୟକ୍ରମ ୩୭ ଦିନ ଯାଏ ଚାଲିବ। ଦୈନିକ ୪ଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ଦିଆଯିବ। ୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ୪ଜଣ ସକ୍ରିୟ କର୍ମୀଙ୍କୁ ତାଲିମ ଦିଆଯିବ। ଏପରି ଭାବେ ୩୦ ହଜାରରୁ ଅଧିକ କର୍ମୀଙ୍କୁ ମାଷ୍ଟର ଟ୍ରେନର କାର୍ଯ୍ୟକ୍ରମରେ ସାମିଲ କରାଯିବ। ଆଜି ଚୌଦାର-କଟକ, ଜଗତସିଂହପୁର, ହିଞ୍ଜିଳିକାଟୁ, ଭଞ୍ଜନଗରର ନିର୍ବାଚନ ମଣ୍ଡଳୀର କର୍ମୀଙ୍କୁ ଦିଆଯିବ ଗୁରୁମନ୍ତ୍ର । ଏଥିରେ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯିବ ଗୁରୁତ୍ୱ । ନବୀନଙ୍କ ବାର୍ତ୍ତା ସହ ଆଗାମୀ ନିର୍ବାଚନ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ। ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର, ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କର୍ମୀଙ୍କୁ ମାର୍ଗଦର୍ଶନ କରାଇବେ ଦଳର ବରିଷ୍ଠ ନେତା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button