ରାଜ୍ୟ

ଜୁଆ ଆଡ୍ଡା ଉପରେ ଚଢାଉ: ୭ ଜୁଆଡି ଗିରଫ, ୭୦ ହଜାର ଟଙ୍କା ସହ ୨୪ ଗାଡି ଜବତ – Ibnodisha

[ad_1]

କରଞ୍ଜିଆ : ଚାଲିଥିଲା ଜୁଆ ଖେଳ ଆଉ ମାଡି ବସିଲା ପୋଲିସ  । ଜୁଆ ଖେଳ ଚାଲିଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି  । ଏବଂ ନଗଦ ୬୯ ହଜାର ୫୦୦ ଟଙ୍କା ସହ ୨୪ଟି ଗାଡି ଜବତ କରିଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ  । ସୂଚନା ମୂତାବକ ସିଙ୍ଗିଡା ବିଜୁ ପଟ୍ଟନାୟକ କଲେଜ ପଛ ପଟେ ଜୁଆ ଖେଳ ଚାଲିଥିବାବେଳେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢାଉ କରିଥିଲା  ।ସେଠାରୁ ୭ଜଣ ଜୁଆଡିଙ୍କୁ ଗିରଫ କରିଥିଲା  । ଏବଂ ସେମାନଙ୍କ ନିକଟରୁ ନଗଦ ୬୯ ହଜାର ୫୦୦ ଟଙ୍କା ଜବତ କରିଥିଲା । ଏହାସହ ଗୋଟିଏ କାର, ଗୋଟିଏ ଅଟୋ, ୨୨ଟି ବାଇକ, ୬ଟି ମୋବାଇଲ ଫୋନ୍ ଓ ଜୁଆ ଡାଇସ୍ ବୋର୍ଡକୁ ପୋଲିସ ଜବତ କରିଛି  । ଏ ନେଇ ରରୁଆଁ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି  । ପୋଲିସ ୭ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି  ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button