ରାଜ୍ୟ

ସଚିବ ଶାସନ ବ୍ୟବସ୍ଥାକୁ ବିରୋଧ: ବିଧାନସଭା ଭିତରକୁ ଧସେଇ ପଶିଲେ ମୋ ଦଳ କର୍ମୀ – Ibnodisha

[ad_1]

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାର କିଛି ସମୟ ଆଗରୁ ରାଜ୍ୟରେ ସଚିବ ଶାସନ ବ୍ୟବସ୍ଥାକୁ ବିରୋଧ କରି ବିଧାନସଭା ଭିତରକୁ ଧସେଇ ପଶିଲା ‘ମୋ ଦଳ’। ‘ମୋ ଦଳ’ର ଶତାଧିକ କର୍ମୀ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ବିରୁଦ୍ଧରେ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଧସେଇ ଉଦ୍ୟମ ବେଳେ ପୁଲିସ ସହ  ‘ମୋ ଦଳ’ କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି।

ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେ କହିଛନ୍ତି, ନେତା ମନ୍ତ୍ରୀ ଘରକୁ ଯାଅ, ପାଣ୍ଡିଆନ୍ ବିଧାନସଭା ଚଳାଅ। ତାମିଲ ଶାସନ ଚଳିବ ନାହିଁ ବୋଲି ସେ ନାରା ଦେଇଛନ୍ତି। ଯଦି ଜଣେ ସଚିବ ସବୁ କରିବେ, ତାହେଲେ ବିଧାନସଭା କାହିଁକି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚିବ ଜିଲ୍ଲା ବୁଲି କାର୍ଯ୍ୟକ୍ରମ କରୁଛନ୍ତି ହେଲେ ନେତା ମନ୍ତ୍ରୀଙ୍କ ଦେଖା ମିଳୁନି। ତେଣୁ ନିର୍ବାଚିତ ପ୍ରତିନିଧିମାନେ କାହିଁକି ବିଧାନସଭାରେ ବସିବେ ବୋଲି ପ୍ରଶ୍ନ କରିଛନ୍ତି ସେ। ୨୦୨୪ରେ ନବୀନ ସରକାର ହଟାଇବାକୁ ସେ ନିବେଦନ କରିଛନ୍ତି।

ତେଣେ  ପୁଲିସ କାଳ ବିଳମ୍ବ ନ କରି ‘ମୋ ଦଳ’ର ଶତାଧିକ କର୍ମୀମାନଙ୍କୁ ବଳପୂର୍ବକ ଜୋର ଜବରଦସ୍ତି କରି ଉଠାଇନେଇଥିବା ଦେଖିବାକୁ ମିଳିଛି। ଏପରି କର୍ମୀମାନେ ପୁଲିସ ବିରୁଦ୍ଧରେ ବି ବିଷୋଦଗାର କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button