ଅପରାଧ

ପରକୀୟାପ୍ରୀତି କୁ ନେଇ ଗାଁ ଦାଣ୍ଡରେ ହାଇଡ୍ରାମା: ଦୁଇ ମହିଳାଙ୍କ ଭିତରେ ମାରପିଟ୍ – Ibnodisha

[ad_1]

ଯାଜପୁର : ମୋ ଲାଇଫ୍ ବରବାଦ୍ କରିସାରିଲୁଣି । ତତେ ଟିକେ ଲାଗ ଲାଗୁନି । ସ୍ୱାମୀ ପିଲା ଥାଇ ତୁ ଏମିତି କାଣ୍ଡ କରୁଛୁ । ମୋ ସ୍ୱାମୀକୁ ଫସେଇ ତୋ ପାଖରେ ରଖିଛୁ । କହ ମୋ ସ୍ୱାମୀ ଏବେ କୋଉଠି । ଡାକେ ତାକୁ । ନହେଲେ ତତେ ଛାଡିବିନି ।…ଏମିତି କିଛି କଥା କହି ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଚାପୁଡା ଉପରେ ଚାବୁଡା ମାରି ଚାଲିଥିଲେ । ଆଉ ଆଖପାଖରେ ଦେଖଣାହାରୀ ସାଜିଥିଲେ ଅନେକ ଲୋକ । ମାଡ ଖାଉଥିବା ମହିଳା ଜଣକ ତାଙ୍କୁ ବଞ୍ଚାଇବା ପାଇଁ ଯେତେ କାକୁତି ମନତି ହେଉଥିଲେ ବି ତାଙ୍କ କଥା କେହି ଟିକେ ଶୁଣୁନଥିଲେ । ଯାହାଫଳରେ ବେଶ୍ କିଛି ସମୟ ଧରି ଚାଲିଲା ଏଭଳି ହାଇଡ୍ରାମା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ନୂଆ ଗାଁ ଠାରେ । ପରକୀୟାପ୍ରୀତିକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ହୋଇଛି ଏହି ଗଣ୍ଡଗୋଳ। ଅଭିଯୋଗ ମୁତାବକ, ଯାଜପୁର ଟାଉନ ଅଞ୍ଚଳର ଗେଲ୍ହାମଣି ବେହେରା ନାମକ ଜଣେ ମହିଳାଙ୍କ ସ୍ୱାମୀଙ୍କ ସହିତ ନୂଆ ଗାଁ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଥିବା ଜଣେ ମହିଳା ଶିକ୍ଷୟତ୍ରୀଙ୍କର ସମ୍ପର୍କ ରହିଛି । ପରକୀୟାପ୍ରୀତି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପ୍ରତିଦିନ ଅସନ୍ତୋଷ ଲାଗିରହୁଥିଲା। ଉଭୟଙ୍କ ଏନେଇ କୋର୍ଟରେ ମାମଲା ବି ଚାଲିଛି । ଯାହାଫଳରେ ଦୀର୍ଘ ଦିନ ହେବ ସ୍ୱାମୀ ସ୍ମୃତି ରଞ୍ଜନ ବେହେରା ସ୍ତ୍ରୀଙ୍କ ପାଖରେ ରହୁନାହାନ୍ତି କି ଝିଅର ଭଲ ମନ୍ଦ କିଛି ବୁଝୁନାହାନ୍ତି। ଏହାକୁ ନେଇ ଗତକାଲି ଯାଜପୁର ଟାଉନରୁ ଆସି ଗେଲ୍ହାମଣି ନୂଆ ଗାଁ ରେ ପହଂଚିଥିଲେ। ସେଠାରେ ମହିଳା ଶିକ୍ଷୟତ୍ରୀଙ୍କ ସହ ତାଙ୍କର ପ୍ରଥମେ ବଚସା ହୋଇଥିଲା ପରେ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ଦେଖି ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ ମଧ୍ୟ କେହି ବିରୋଧ କରୁନଥିଲେ । ପରେ ଏହି ଘଟଣା ଥାନାରେ ଯାଇ ପହଁଚିଥିଲା । ଏପଟେ ଘଟଣାର ମୁଖ୍ୟ କାର୍ପଟଦାର ସ୍ୱାମୀ ସ୍ମୃତି ରଞ୍ଜନ ବେହେରାଙ୍କ କିନ୍ତୁ ଦେଖାନଥିଲା । ହେଲେ ପରବର୍ତ୍ତି ମୁହୁର୍ତ୍ତରେ ସେ ଥାନାରେ ପହଁଚି ଗଣମାଧ୍ୟମକୁ ନିଜ ପ୍ରତିକ୍ରୀୟା ଦେଇଥିଲେ। ତେବେ ଏହି ଘଟଣାରେ କିଲ ସତ କହୁଛି କିଏ ମିଛ ତାହାତ ସମୟ କହିବ । ହେଲେ ଦର୍ଶକବନ୍ଧୁ କୁହାଯାଏ ନା ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଦୁନିଆର ସବୁଠାରୁ ନିକଟତମ ଓ ପବିତ୍ର ସମ୍ପର୍କ । ଏହି ସମ୍ପର୍କରେ ଉଭୟ ପରସ୍ପରର ପ୍ରତ୍ୟେକ ଇଚ୍ଛାକୁ ସମର୍ପଣ ସହିତ ପୂରଣ କରନ୍ତି । କିନ୍ତୁ ଯଦି ଉଭୟଙ୍କ ମଧ୍ୟରୁ ଜଣଙ୍କ ଉଦ୍ଦେଶ୍ୟ ପ୍ରତାରଣା କରିବା ହୋଇଥାଏ, ତାହେଲେ ପରିସ୍ଥିତି କଣ ହେବ? ଆମକୁ କମେଣ୍ଟ କରି ଜଣାନ୍ତୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button