IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଚୈତ୍ର ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି 4 ଟି ମଧ୍ୟରୁ କୌଣସି 1 ଜିନିଷ, ପୁରା ବର୍ଷ ଜମେଇକି ଆସିବ ଟଙ୍କା- Vastu Tips

ନମସ୍କାର ବନ୍ଧୁଗଣ ନବରାତ୍ରି କୁ ଆଦିଶକ୍ତି ଙ୍କ ଆରାଧନା ର ସର୍ଵ ଶ୍ରେଷ୍ଠ ସମୟ କୁହାଯାଏ । ରୁଗବେଦ ର ଦଶମ ମଣ୍ଡଳ ର ଦେବୀ ଶୁକ୍ତ ରେ ଆଦିଶକ୍ତି ଙ୍କ ଉପାସନା କରି କୁହାଯାଇଛି କି ସିଏ ନିଜର ଭକ୍ତ ଙ୍କୁ ସୋଭାଗ୍ୟ ପ୍ରଦାନ କରିବା ବାଲି ଏବଂ ସମସ୍ତ ସଂସାରର ଦେବୀ ସେ ।

ନବରାତ୍ରି ଏକ ଉତ୍ସବ ନୁହେଁ ବରଂ ତ୍ୟାଗ, ଧୋର୍ୟ୍ଯ ,ପରୋପକାର ଏବଂ ନିଜ ଇନ୍ଦ୍ରିୟ କୁ ଶୁଦ୍ଧ କରିବାର ଆଧ୍ୟାତ୍ମିକ ଅଵସର ମଧ୍ୟ । ଆମେ ମାତାଙ୍କ ଭକ୍ତି ଆରାଧନା କରି ତାଙ୍କ ଆଶୀର୍ବାଦ ପାଇଥାଉ ।

ଚୈତ୍ର ନବରାତ୍ରି ର ଆରମ୍ଭ ଏହି ଥର ଏହି ଭଳି ସମୟରେ ହେବାକୁ ଯାଉଛି ଯେତେବେଳେ କିଛି ସମସ୍ୟା ଆମ ଜୀବନରେ ରହିଛି ଏବଂ ଏଥର ନବରାତ୍ରି ର ଆରମ୍ଭ ଦୁଇ ବଡ଼ ବିଶେଷ ସଂଯୋଗ ର ସହିତ ହେଉଛି । ପ୍ରଥମ ହେଉଛି ଅମୃତ ସିଦ୍ଧି ଯୋଗ ଏବଂ ଦ୍ଵିତୀୟ ହେଉଛି ସର୍ବାଥ ସିଦ୍ଧି ଯୋଗ । ଯଦି ଆମେ ଭକ୍ତି ପୂଜନ କରି ମାତା ଭଗବତୀ ଙ୍କୁ ପ୍ରସନ୍ନ କରିଦେବା ତେବେ ଆମ ଜୀଵନ ରେ ଥିବା ସମସ୍ତ ଦୁଃଖ କଷ୍ଟ ଦୁର ହେବ ଏବଂ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯିବ ।

ଏହି ଦୁଇ ଶୁଭ ମୁହୂର୍ତ୍ତରେ ଭୂମି ପୂଜନ, ଭବନ ନିର୍ମାଣ ଏବଂ ଅନ୍ୟ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରିବୁ । ଆପଣ ଯାହାବି କିଛି କରିବେ ସେଥିରେ ସଫଳତା ନିଶ୍ଚିତ ପାଇବେ । ଏଥର ନବରାତ୍ରି ୧୩ ଅପ୍ରେଲ କୁ ପଡୁଛି । ଏହି ଦିନ ବିଶେଷ ଦୁର୍ଲଭ ସଂଯୋଗ ବନୁଛି । ନବରାତ୍ରି ପୂର୍ବରୁ ଘରକୁ କିଛି ଜିନିଷ ଆଣିବାକୁ ପଡିବ । ଯାହା ଦ୍ୱାରା ମାତା ଭଗବତୀ ଙ୍କ କୃପା ଆପଣଙ୍କ ଉପରେ ସର୍ଵଦା ରହିଥିବ । ଶୁକ୍ଳପକ୍ଷ ପ୍ରତିପଦା ରେ ଏହି ଚୈତ୍ର ନବରାତ୍ରି ପଡ଼ିଥାଏ ଏବଂ ଏହି ଦିନ ଘଟ ସ୍ଥାପନ କରିବା ର ଶୁଭ ମୁହୂର୍ତ୍ତ ହେଉଛି ୫:୨୮ ରୁ ୧୦: ୧୪ ସମୟ ପର୍ଯ୍ୟନ୍ତ ରହିଛି ।

ପ୍ରଥମ ଦିନ ଆପଣ ଶୈଳୀପୁତ୍ରୀ ଙ୍କ ପୂଜାର୍ଚ୍ଚନା କରା ଯିବ । ଏବଂ କଳସ ସ୍ଥାପନ କରାଯିବା ଉଚିତ । ଏହି ଦିନ ଠାରୁ ଅଖଣ୍ଡ ଦୀପ ଜାଳି ପାରିବେ । ଏବଂ ସେ ଦୀପ ନଅ ଦିନ ଯାକ ଜଳିବା ଉଚିତ । ମାତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇବା ଏବଂ ପୁଷ୍ପ ଫଳ ଭୋଗ କରିବା । ଧୂପ ଦୀପ ଜାଳିବା । ଏବଂ ଶ୍ରଦ୍ଧା ଭକ୍ତି ଭାବ ରଖିବା । ଏହି ସମୟରେ ଫଳ ଗ୍ରହଣ କରିବା ଉଚିତ ଏବଂ ଲୁଣ ଖାଇବା ଉଚିତ ନୁହେଁ । ଏବଂ ଗୋଟିଏ ସମୟ ହିଁ ଫଳ ଗ୍ରହଣ କରିବା ଉଚିତ ।

ଆପଣଙ୍କ ଜୀଵନ ରେ ଯଦି କିଛି ଅସୁବିଧା ଅଛି କିମ୍ବା ଧନ ସମ୍ପତ୍ତି ରହୁ ନାହିଁ । କିମ୍ବା ଧନ ଆସୁଛି କିନ୍ତୁ ରହୁନାହିଁ । କଳହ ହେଉଛି ଘରେ ଅଶାନ୍ତ ରହୁଛି । ମନରେ ଶାନ୍ତି ରହୁ ନାହିଁ । କିମ୍ବା ଜୀବନରେ ସୁଖ ରହୁ ନାହିଁ ତେବେ ଆପଣ ନବରାତ୍ରି ଆସିବା ପୂର୍ବରୁ ନିଜ ଘରକୁ ଏହି ଚାରଟି ଜିନିଷ ଆଣି ପାରିବେ । ଆପଣ ଚାହିଁଲେ ଏହା ମଧ୍ୟରୁ କୌଣସି ଗୋଟିଏ କୁ ଆଣି ପାରିବେ ନଚେତ ଚାରଟି ଜିନିଷ କୁ ମଧ୍ୟ ଆଣି ପାରିବେ ।

୧- ପ୍ରଥମ ଜିନିଷ ହେଉଛି ସ୍ୱସ୍ତିକ ଚିହ୍ନ । ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଆପଣ ନିଜ ଘରକୁ ସ୍ୱସ୍ତିକ ଚିହ୍ନ ଆଣନ୍ତୁ ଏହା ଦ୍ୱାରା ଆପଣଙ୍କ ଘରେ ଥିବା ନକରାତ୍ମକ ଉର୍ଜା ଦୁର ହେବ ଏବଂ ସକରାତ୍ମକ ଉର୍ଜା ଘରକୁ ପ୍ରବେଶ କରିବ ତେଣୁ ନବରାତ୍ରି ଆରମ୍ଭ ପୂର୍ବରୁ ଘରର ମୁଖ୍ୟ ଦ୍ବାର ରେ ସ୍ୱସ୍ତିକ ଚିହ୍ନ ଆଣି ଲଗାନ୍ତୁ ।

୨- ଦ୍ଵିତୀୟ ଜିନିଷ ହେଉଛି କଇଁଛ । କଇଁଛ କୁ ବାସ୍ତୁ ଶାସ୍ତ୍ର ରେ ବହୁତ ମହତ୍ତ୍ୱପୂର୍ଣ୍ଣ ମାନି ନିଆଯାଇଛି । ତେଣୁ ଘରକୁ ନବରାତ୍ରି ପୂର୍ବରୁ ଘରକୁ କଇଁଛ ଆଣନ୍ତୁ । କଇଁଛ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏ । ଜୀବିତ କିମ୍ବା ଧାତୁରୁ ପ୍ରସ୍ତୁତ କଇଁଛ ଘରକୁ ଆଣି ପାରିବେ ।

୩- ତୃତୀୟ ଜିନିଷ ହେଉଛି ମାତା ଲକ୍ଷ୍ମୀ ଙ୍କ ଚରଣ ପାଦୁକା । ମାତାଙ୍କ ଚରଣ ପାଦୁକା ଘରକୁ ଆଣିଲେ ଏହା ବହୁତ ଲାଭ ଦାୟକ ହୋଇଥାଏ । ଏହା ଦ୍ୱାରା ଧନ ର ଅଭାବ କେବେବି ହେବ ନାହିଁ ।

୪- ଚତୁର୍ଥ ଜିନିଷ ହେଉଛି ଦୌଡ଼ ଥିବା ଘୋଡାର ଫଟୋ । ଘରେ କିମ୍ବା ଅଫିସରେ ଦକ୍ଷିଣ ପୂର୍ବ କାନ୍ଥ ରେ ଏହି ଫୋଟୋ କୁ ଲଗାଇଲେ ଧନର ଅଭାବ କେବେବି ହେବ ନାହିଁ ଏବଂ ଧନ ର ବୃଦ୍ଧି ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button