ଅପରାଧ

ସ୍ୱାମୀକୁ ମାରି ସେଫ୍ଟିକ ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ତ୍ରୀ; ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ…. – Ibnodisha

[ad_1]

ଚେନ୍ନାଇ: ସ୍ୱାମୀକୁ ହତ୍ୟା କରି ସେଫ୍ଟିକ ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ତ୍ରୀ । ୮ ବର୍ଷ ପରେ ଟାଙ୍କି ସଫେଇ ବେଳେ ମିଳିଲା ନରକଙ୍କାଳ ଓ କପଡା । ଭଡା ଘର ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ମାମଲାରେ ତଦନ୍ତ କରି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି । ତାମିଲନାଡୁ ଶିବଗଙ୍ଗାଇରେ ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଶିବଗଙ୍ଗାଇର ଦେବକୋଟାଇ ପୋଲିସ ଷ୍ଟେସନ ଅନ୍ତର୍ଗତ ଗାମବାରରେ ଶ୍ରବଣନ ନାମକ ଜଣେ ଭଡାଘର ମାଲିକ ନିଜ ସେଫ୍ଟିକ ଟାଙ୍କି ସଫା କରୁଥିବା ବେଳେ ସେଥିରୁ ଏକ ନରକଙ୍କାଳ ଓ କପଡା ଠାବ ହୋଇଥିଲା । ସେ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ତାଙ୍କ ଘରେ ୮ ବର୍ଷ ପୂର୍ବରୁ ପାଣ୍ଡିଆନ ଓ ସୁଗାନ୍ତି ନାମକ ଦମ୍ପତି ରହୁଥିବା ମଧ୍ୟ ସେ ପୋଲିସକୁ କହିଥିଲେ ।

ତେବେ ଘର ମାଲିକଙ୍କ ସୂଚନା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ସୁଗାନ୍ତି ନାମ୍ନୀ ଏହି ମହିଳାଙ୍କୁ ତଦନ୍ତ ପରିସରକୁ ଆଣିଥିଲା । ଜଣାପଡିଥିଲା ଯେ, ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ନେଇ ପୂର୍ବରୁ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା । ମୃତ ଯୁବକଙ୍କ ଦିବଙ୍ଗତ ପିତା ଏହି ଏତଲା ଦାଏର କରିଥିଲେ । ହେଲେ ସେତେବେଳେ ପତ୍ନୀ ସୁଗାନ୍ତି, ସ୍ୱାମୀ ପାଣ୍ଡିଆନ କୋଇମ୍ବାଟୁରରେ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବା ଓ କେବଳ ପ୍ରତିମାସ ଟଙ୍କା ପଠାଉଥିବା ପୋଲିସକୁ କହିଥିଲେ । ତା’ ପରେ ସ୍ୱାମୀ ପାଣ୍ଡିଆନଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ହୋଇନଥିବା ସୁଗାନ୍ତି ପୋଲିସକୁ କହିବା ପରେ ମାମଲାର ତଦନ୍ତରେ ଶିଥିଳତା ଆସିଥିଲା ।

ତଦନ୍ତ କ୍ରମେ, ଉଦ୍ଧାର ହୋଇଥିବା କଙ୍କାଳ ସୁଗାନ୍ତିଙ୍କ ସ୍ୱାମୀ ପାଣ୍ଡିଆନଙ୍କର ବୋଲି ଜାଣିବା ପରେ ପୁଣି ଥରେ ଏହି ମହିଳାଙ୍କୁ ଅଟକ ରଖି ଜେରା କରିଥିଲା । ଏହା ପରେ ମହିଳା ହତ୍ୟା ସମ୍ପର୍କରେ ସ୍ୱୀକାର କରିଥିଲେ । ପତ୍ନୀ ସୁଗାନ୍ତି ହିଁ ସ୍ୱାମୀ ପାଣ୍ଡିଆନଙ୍କୁ ହତ୍ୟା କରି ରହୁଥିବା ଭଡାଘରର ଟାଙ୍କିରେ ଫିଙ୍ଗି ଦେଇଥିଲା । ପରେ ନିଜର ଦୁଇ ପିଲାଙ୍କ ସହ ଘର ବଦଳାଇ ଅନ୍ୟତ୍ର ରହିବାକୁ ଆରମ୍ଭ କରିଥିଲା । ହେଲେ ୮ବର୍ଷ ପରେ ସେ ରହୁଥିବା ପୁରୁଣା ଭଡା ଘରର ଟାଙ୍କିରୁ ନରକଙ୍କାଳ ଉଦ୍ଧାର ହେବା ପରେ ଏହି ହତ୍ୟା ଘଟଣା ଏବେ ଲୋକଲୋଚନକୁ ଆସିଛି । ପୋଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button