ରାଜ୍ୟ

ବରିଷ୍ଠ ଓଏଏସ୍ ସ୍ତରରେ ଅଦଳ ବଳଦ – Ibnodisha

[ad_1]

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳ ବଳଦ କରିଛନ୍ତି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ଓଏଏସ ସୁଦର୍ଶନ ପରିଡ଼ାଙ୍କୁ ଓଡ଼ିଶା ମାନବାଧିକାର ଆୟୋଗଙ୍କ ସଚିବ ଭାବେ ବଦଳି ହୋଇଛି । ବରିଷ୍ଠ ଓଏଏସ୍ ବିଜୟ କୁମାର ଖଣ୍ଡାୟତରାୟଙ୍କୁ କଟକସ୍ଥିତ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ସେହିପରି ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ରାଜଶ୍ରୀ ସିଂଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।

ବରିଷ୍ଠ ଓଏଏସ୍ ମନୋରଞ୍ଜନ ମହାପାତ୍ରଙ୍କୁ କଟକସ୍ଥିତ ଜମି ରେକର୍ଡ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିବାବେଳେ ବରିଷ୍ଠ ଓଏଏସ୍ ସନ୍ତୋଷୀ ସାହୁଙ୍କୁ ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ନିର୍ଦ୍ଦେଶକ(ଇନକ୍ୱାରୀ) ଭାବେ ନିଯୁକ୍ତି ମିଳିଛି । ସେହିପରି ଭୁବନେଶ୍ୱର ବିଡିଓ ଓଏଏସ୍ ଅଫିସର ସମ୍ପଦ କୁମାର ଦଳାଇଙ୍କ ଭୁବନେଶ୍ୱର ସ୍ମାର୍ଟ ସିଟି ଜେନେରାଲ ମ୍ୟାନେଜର(ପ୍ରଶାସନ) ଭାବେ ବଦଳିକୁ ବାତିଲ କରାଯାଇ ତାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଉପସଚିବ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହାସହିତ ସେ ଅତିରିକ୍ତ ଦାୟିତ୍ୱ ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା(ଶିକ୍ଷା), ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ, ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତିଙ୍କ ଓଏସଡି ଭାବେ କାର୍ଯ୍ୟ କରିବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button