ପ୍ରବଳ ବର୍ଷା ଯୋଗୁଁ ଅବତରଣ ବେଳେ ରନୱେରୁ ବାହାରକୁ ଚାଲିଗଲା ଚାର୍ଟର ବିମାନ – Ibnodisha

[ad_1]
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଆଜି ଏକ ଛୋଟ ଦୁର୍ଘଟଣା ଘଟିଯାଇଛି | ବାସ୍ତବରେ ବିମାନବନ୍ଦରରେ ଆଜି ଏକ ଚାର୍ଟର ବିମାନ ଦୁର୍ଘଟଣାର ଶିକାର ହୋଇଛି | ମିଳିଥିବା ସୂଚନା ମୁତାବକ ଏକ ଘରୋଇ ଚାର୍ଟାର୍ଡ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ରନୱେରୁ ବାହାରକୁ ଚାଲିଯାଇଥିଲା । ଆଉ ବିମାନଟି ରନୱେ ବାହାରକୁ ଯାଇ କାଦୁଅରେ ଫସିଯାଇଥିଲା | ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟ ଥିଲେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଡିଜିସିଏ କହିଛି ଯେ ବିଶାଖାପାଟଣାରୁ ମୁମ୍ବାଇ ଅଭିମୁଖେ ଆସିଥିବା ଭିଏସଆର ଭେଞ୍ଚର୍ସ ଲିଅର୍ଜେଟ୍ ୪୫ ବିମାନ ଭିଟି-ଡିବିଏଲ ମୁମ୍ବାଇ ବିମାନବନ୍ଦରର ରନୱେ ୨୭ରେ ଅବତରଣ କରିବା ସମୟରେ ଖସିଯାଇଥିଲା |
#WATCH | VSR Ventures Learjet 45 aircraft VT-DBL operating flight from Visakhapatnam to Mumbai was involved in runway excursion (veer off) while landing on runway 27 at Mumbai airport. There were 6 passengers and 2 crew members on board. Visibility was 700m with heavy rain. No… pic.twitter.com/KxwNZrcmO5
— ANI (@ANI) September 14, 2023
କୁହାଯାଉଛି ଯେ ପ୍ରବଳ ବର୍ଷା ଯୋଗୁଁ ରନୱେରେ ପାଣି ଜମିରହିଥିବାବେଳେ ବିମାନର ଚକ ଖସିଯାଇଥିଲା ଓ ପାଇଲଟ ବିମାନ ଉପରେ ନିୟନ୍ତ୍ରଣ ରଖିପାରିନଥିଲେ | ବିମାନରେ ୬ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ। ଘଟଣାସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣା ପରର ଏକ ଭିଡିଓ ସାମ୍ନାକୁ ଆସିଛି | ଯେଉଁଥିରେ ମୁମ୍ବାଇ ବିମାନବନ୍ଦରରେ ପ୍ରବଳ ବର୍ଷା ହେଉଥିବାବେଳେ ରନୱେ ନିକଟରେ ବିମାନର ଭଗ୍ନାଂଶ ଦେଖିବାକୁ ମିଳିଛି | ଦୁର୍ଘଟଣା ସମୟରେ ବିମାନଟିରେ ନିଆଁ ଲାଗିଯାଇଥିଲା ଓ ଦମକଳ ବାହିନୀ ଏହାକୁ ନିୟନ୍ତ୍ରଣ କରିଥିଲେ | କାନାଡା ସ୍ଥିତ ବମ୍ବେଡିଅର୍ ଆଭିଏସନ ଦ୍ୱାରା ନିର୍ମିତ ଲିଅର୍ଜେଟ୍ ୪୫ ହେଉଛି ଏକ ନଅ ସିଟ୍ ବିଶିଷ୍ଟ ଚାର୍ଟର ବିମାନ । ବିମାନବନ୍ଦରରେ ଏହି ଘଟଣା ସନ୍ଧ୍ୟା ପ୍ରାୟ ୫:୦୨ ସମୟରେ ଘଟିଥିଲା।
[ad_2]



