ମନୋରଞ୍ଜନ

ଦିନକୁ ଦିନ କମୁଛି ‘ଯବାନ’ର କ୍ରେଜ୍ ! କମୁଛି ବକ୍ସ ଅଫିସ ଆୟ – Ibnodisha

[ad_1]

ମୁମ୍ବାଇ: ଗତ ଗୁରୁବାର ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜ୍ ହେଉ ହେଉ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଥିଲା। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଯଦି ଏହିଭଳି ଦର୍ଶକଙ୍କ ଭଲପାଇବା ମିଳିଲା ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଥିଲା। ହେଲେ ଏବେ ଫିଲ୍ମର ଆୟ ଦେଖି ବିଶେଷଜ୍ଞଙ୍କ ଆକଳନ ସତ ନହୋଇପାରେ ବୋଲି ଆଶଙ୍କା କରାଯାଉଛି।

କାରଣ ଦିନକୁ ଦିନ ‘ଯବାନ’ର କ୍ରେଜ୍ କମ ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମ ସପ୍ତାହରେ ‘ଯବାନ’ ଭଲ ଆୟ କରିଥିବା ବେଳେ ଦ୍ବିତୀୟ ସପ୍ତାହ ଆରମ୍ଭ ହେବା ପରେ ଫିଲ୍ମର ବକ୍ସ ଅଫିସ ଆୟ କମ ହେବାରେ ଲାଗିଛି। ବୁଧବାର ଫିଲ୍ମଟି ମାତ୍ର ୨୩.୦୨କୋଟି ଆୟ କରିଥିବା ବେଳେ ଗୁରୁବାର ଏହା ଆହୁରି କମ ହେବ ବୋଲି କୁହାଯାଉଛି।

ରିଲିଜ୍ ହେବାର ପ୍ରଥମ ଦିନରେ ‘ଯବାନ’ ୭୫କୋଟି ଟଙ୍କା ସଂଗ୍ରହ କରିଥିଲା। ଦ୍ୱିତୀୟ ଦିନରେ ଏହି ଫିଲ୍ମ ୫୩.୨୩କୋଟି ଟଙ୍କାର ବ୍ୟବସାୟ କରିଥିଲା। ଶାହାରୁଖ ଖାନଙ୍କ ଫିଲ୍ମ ତୃତୀୟ ଦିନରେ ୭୭.୮୩ କୋଟି, ଚତୁର୍ଥ ଦିନରେ ୮୦.୦୧ କୋଟି, ପଞ୍ଚମ ଦିନରେ ୩୨.୯୨ କୋଟି, ଷଷ୍ଠ ଦିନରେ ୨୬କୋଟି ଏବଂ ସପ୍ତମ ଦିନରେ ୨୩କୋଟି ଟଙ୍କା ଆୟ କରିଛି। ଏବେ ଏହି ଫିଲ୍ମ ଅଷ୍ଟମ ଦିନରେ ୧୯.୫୦ କୋଟି ଟଙ୍କା ରୋଜଗାର କରିବ ବୋଲି କୁହାଯାଉଛି। ଫିଲ୍ମର ଆୟ କମୁଥିବାରୁ ଏହାର କ୍ରେଜ୍ କମୁଥିବା ସିନେ ସମୀକ୍ଷକମାନେ ମତ ରଖୁଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button