ରାଘବ-ପରିଣୀତିଙ୍କ ପରିଣୟ ପାଇଁ ଭବ୍ୟ ପ୍ରସ୍ତୁତି : ଲେକ୍ ପ୍ୟାଲେସ୍ରୁ ଲୀଳା ପ୍ୟାଲେସ୍ – Ibnodisha
[ad_1]
ଆସନ୍ତା ୨୪ ତାରିଖରେ ରାଜସ୍ଥାନର ଉଦୟପୁରଠାରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଶେଷ ପର୍ଯ୍ୟନ୍ତ ବିବାହ ତାରିଖ ଓ ବିବାହସ୍ଥଳ ବାବଦରେ ଏହି ଦମ୍ପତି ମୁହଁ ଖୋଲିନାହାନ୍ତି, ତଥାପି ଆଉ କିଛି ଅଛପା ରହି ନାହିଁ। ଉଦୟପୁରର ହୋଟେଲ ‘ଲେକ୍ ପ୍ୟାଲେସ୍’ରୁ ରାଘବଙ୍କ ବରଯାତ୍ରୀଗଣ ଡଙ୍ଗା ଯୋଗେ ବରାନୁଗମନ କରି ‘ହୋଟେଲ ଲୀଳା ପ୍ୟାଲେସ୍’ରେ ପହଞ୍ଚିବେ। ସେଦିନ ଅପରାହ୍ଣ ୩ଟାରେ ବରକନ୍ୟା ବାହାବେଦି ପ୍ରଦକ୍ଷିଣ କରିବେ। ନବେ ଦଶକର ଗୀତ ସମ୍ଭାରକୁ ଭିତ୍ତି କରି ପରିଣୀତିଙ୍କ ସଂଗୀତ କାର୍ଯ୍ୟକ୍ରମ ହେବ। ପ୍ରାୟ ୨୦୦ ଜଣ ଅତିଥିଙ୍କ ପାଇଁ ‘ହୋଟେଲ ଲୀଳା ପ୍ୟାଲେସ୍’ରେ ରହଣି ବ୍ୟବସ୍ଥା ହୋଇଛି। ବରଯାତ୍ରୀଙ୍କୁ ରାଜସ୍ଥାନୀ ସଂସ୍କୃତି ଓ ପରମ୍ପରାରେ ସ୍ବାଗତ କରାଯିବ। ବିବାହ ମଣ୍ଡପକୁ ସଜାଇବା ଲାଗି କୋଲକାତା ଓ ଦିଲ୍ଲୀରୁ ସ୍ବତନ୍ତ୍ର ଧରଣର ଧଳା ରଙ୍ଗର ଫୁଲମାନ ମଗାଯାଇଛି।ପ୍ରୀତିଭୋଜନରେ ବିଭିନ୍ନ ପ୍ରକାର ପଞ୍ଜାବୀ ଓ ରାଜସ୍ଥାନୀ ବ୍ୟଞ୍ଜନ ପରଷାଯିବ।
ସୂଚନାଯୋଗ୍ୟ, ଚଳିତବର୍ଷ ପ୍ରାରମ୍ଭରେ ମୁମ୍ବାଇର ଏକ ଭୋଜନାଳୟରେ ପରିଣୀତି ଓ ରାଘବ ଏକାଠି ବସି ଖାଉଥିବାର ଫଟୋ ପ୍ରସାରିତ ହେଲା ପରେ ସେମାନଙ୍କ ଭିତରେ ପ୍ରେମସମ୍ପର୍କ ଗଢ଼ି ଉଠିଥିବା ଚର୍ଚ୍ଚା ହୋଇଥିଲା। ସେହିପରି ପରେ ଉଭୟଙ୍କୁ ବିମାନ ବନ୍ଦରରେ ଓ ଏକ ଆଇପିଏଲ୍ ମ୍ୟାଚ୍ରେ ଏକାଠି ଦେଖିବା ଘଟଣା ଏହି ଚର୍ଚ୍ଚାକୁ ଆହୁରି ରୋଚକ କରିଦେଇଥିଲା। ତେବେ ଗତ ମେ’ ମାସରେ ଦିଲ୍ଲୀର କପୁରତାଲା ଭବନଠାରେ ସେମାନଙ୍କ ମୁଦିପିନ୍ଧା ଉତ୍ସବ ଅନୁଷ୍ଠିତ ହୋଇଥିଲା। ମାତ୍ର ବିବାହ ତାରିଖ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା। ତେବେ ଆସନ୍ତା ୩୦ ତାରିଖରେ ଚଣ୍ଡୀଗଡ଼ଠାରେ ରାଘବଙ୍କ ପରିବାର ପକ୍ଷରୁ ବିବାହ ଭୋଜି ଦିଆଯାଉଛି ବୋଲି ଏକ ନିମନ୍ତ୍ରଣପତ୍ର ଚଳିତ ମାସ ପ୍ରାରମ୍ଭରେ ବଣ୍ଟାଯିବା ପରେ ସମସ୍ତ ଚଳଚଞ୍ଚଳତା ସାମନାକୁ ଆସିଥିଲା।
[ad_2]