ମନୋରଞ୍ଜନ

ଆଜି ଘର ଓ ମା’ କଥା ବହୁତ ମନେପଡ଼ୁଛି ସେଥିପାଇଁ ଏହି ପୋଷ୍ଟ

ଜୁନ୍‌ ୨୩ ତାରିଖରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ପ୍ରେମିକ ଜହିର ଇକ୍‌ବାଲଙ୍କୁ ବିବାହ କରିଛନ୍ତି।  ଦୁହିଁଙ୍କ ବିବାହ ମୁମ୍ବାଇର ବାନ୍ଦ୍ରା ଆପାର୍ଟମେଣ୍ଟରେ ଏକ ବ୍ୟକ୍ତିଗତ ସମାରୋହରେ ଆୟୋଜିତ ‌ହୋଇଥିଲା।

ବିବାହକୁ ମାତ୍ର ୧୪ଦିନ ହୋଇଥିବା ବେଳେ ସୋନାକ୍ଷୀଙ୍କୁ ତାଙ୍କ ଘରକଥା ମନେପଡ଼ୁଛି। ଏହି କାରଣରୁ ସେ ତାଙ୍କ ବିବାହ ସମୟର କିଛି  ଫଟୋକୁ ଏବେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ସେ ପୂର୍ବରୁ କେବେ କରି ନଥିଲେ।

ଏହି ଫଟୋ ସେୟାର କରି ସୋନାକ୍ଷୀ ଲେଖିଛନ୍ତି, ମୋ ବିବାହ ରୀତିନୀତି ଆରମ୍ଭରୁ ଶେଷଯାଏଁ ମା’ ଆଖିରେ ଲୁହ ଭରି ରହିଥିଲା। ତାକୁ ଲାଗୁଥିଲା ମୁଁ ଏବେ ପରଘରକୁ ଚାଲିଯିବି। ଏହି ସମୟରେ ମୁଁ ତାଙ୍କୁ ବୁଝାଇ କହିଥିଲି ଚିନ୍ତା କରନି ମା’ ଜୁହୁରୁ ବାନ୍ଦ୍ରାମାତ୍ର ମାତ୍ର ୨୫ମିନିଟର ଦୂର ରାସ୍ତା । ତୋର ଯେତେବେଳେ ବି ମୋ କଥା ମନେପଡ଼ିବ ତୁ ଆସିଯିବି ମୋ ପାଖକୁ । ନଚେତ ମୋତେ କହିବୁ ମୁଁ ତୁରନ୍ତ ଆସି ତୋ ପାଖରେ ପହଞ୍ଚିଯିବି।

ଆଜି କ’ଣ ପାଇଁ କେଜାଣି ଘର କଥା ବହୁତ ମନେ ପଡ଼ୁଛି। ସେଥିପାଇଁ ଏଭଳି ପୋଷ୍ଟ ଟିଏ କରିଦେଲି। ଇଚ୍ଛା ହେଉଥିଲେ ବି କିଛିଟା କାମ ଚାପ ପାଇଁ ଘରକୁ ଯାଇ ପାରୁନାହିଁ। ସତରେ ଝିଅଟିଏ ବାହା ହୋଇଗଲେ  ‌ତାର ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଯାଏ।’

Related Articles

Leave a Reply

Your email address will not be published. Required fields are marked *

Back to top button