ରାଜ୍ୟ

ଭୟ ବଢ଼ାଉଛି ସ୍କ୍ରବ୍‌ ଟାଇଫସ୍‌: ଦିନକ ଭିତରେ କେବଳ ସୁନ୍ଦରଗଡ଼ ଓ ବରଗଡ଼ରୁ ୩୨ ଆକ୍ରାନ୍ତ ଚିହ୍ନଟ – Ibnodisha

[ad_1]

ସୁନ୍ଦରଗଡ଼/ବରଗଡ଼: ଦିନକୁ ଦିନ ଚିନ୍ତା ବଢ଼ାଇ ଚାଲିଛି ସ୍କ୍ରବ୍‌ ଟାଇଫସ। ଗୋଟିଏ ଦିନରେ ସୁନ୍ଦରଗଡ଼ ଓ ବରଗଡ଼ରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରେ ୨୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଫଳରେ ସୁନ୍ଦରଗଡ଼ରେ ସମୁଦାୟ ସ୍କ୍ରବ୍‌ ଟାଇଫସ୍‌ ରୋଗୀଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ‘‘ ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ ।’’

ସେପଟେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ୍‌ । ଗତକାଲି ୧୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୫ଜଣଙ୍କ ସ୍କ୍ରବ ଟାଇଫସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଲୋକମାନଙ୍କୁ ଜର, ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେବାରୁ ଚିକିତ୍ସା ପାଇଁ ପଦ୍ମପୁର ସେମାନେ ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ ।

ସ୍କ୍ରବ ଟାଇଫସ୍‌ ସନ୍ଦେହ କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯିବାରୁ ୫ ଜଣ ପଜିଟିଭ ଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ପଦ୍ମପୁର ଏସଡିଏମଓ ଡାକ୍ତର ସରୋଜ ସେଠ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button