ଦେଶ

ତଦନ୍ତ ପରିସରରେ ଅଛନ୍ତି ୨ ସପ୍ତାହରୁ ଅଧିକ ହେବ ‘ନିଖୋଜ’ ଥିବା ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ: ରିପୋର୍ଟ – Ibnodisha

[ad_1]

ବେଜିଙ୍ଗ୍‌ : ପ୍ରାୟ ୨ ସପ୍ତାହରୁ ଅଧିକ ଦିନ ହେବ ସର୍ବସାଧାରଣରେ ଦେଖାଯାଉ ନ ଥିବା ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଲି’ ସାଙ୍ଗଫୁଙ୍କୁ ତଦନ୍ତ ପରିସରରେ ରଖାଯାଇଥାଇ ପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ସରକାର ଅନୁମାନ କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ଦି ଫାଇନାନ୍‌ସିଆଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି, ଆମେରିକାର ବିଶ୍ବାସ ସାଙ୍ଗ୍‌ଫୁଙ୍କଠାରୁ ପ୍ରତିରକ୍ଷାମନ୍ତ୍ରୀଙ୍କର ସମସ୍ତ ଦାୟିତ୍ବ କାଢ଼ି ନିଆଯାଇଛି। ‘ଏକ୍ସ’ କରି ଜାପାନସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ରହମ୍‌ ଏମାନୁଏଲ୍‌ କହିଛନ୍ତି, ସମ୍ପ୍ରତି ରାଷ୍ଟ୍ରପତି ସି’ଙ୍କ କ୍ୟାବିନେଟ୍‌ ଆଗାଥା କ୍ରିଷ୍ଟିଙ୍କ ଉପନ୍ୟାସ ‘ଆଣ୍ଡ୍‌ ଦେନ୍‌ ଦେୟାର୍‌ ୱେୟେର୍‌ ନନ୍‌’ ଭଳି ଅବସ୍ଥାରେ ରହିଛି। ପ୍ରଥମେ ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ନିଖୋଜ ହେଲେ, ତା’ପରେ ରକେଟ୍‌ ଫୋର୍ସ କମାଣ୍ଡର୍‌ର୍ସ ନିଖୋଜ ହେଲେ ଆଉ ଏବେ ୨ ସପ୍ତାହ ହେବ ପ୍ରତିରକ୍ଷା ମନ୍ତ୍ରୀ ସର୍ବସାଧାରଣରେ ଦେଖାଯାଉ ନାହାନ୍ତି। ଏହି ବେକାରୀ ପ୍ରତିଦ୍ବନ୍ଦ୍ବିତାରେ କିଏ ଜିଣିବ? ଚୀନାର ଯୁବା ନା, ସି’ଙ୍କ କ୍ୟାବିନେଟ୍‌?ସେକ୍ସ୍‌ପିୟର୍‌ଙ୍କ ‘ହାମ୍‌ଲେଟ୍‌’ରୁ ଉଦ୍ଧୃତ କରି ସେ ପୁଣି ଲେଖିଛନ୍ତି: କିଛି ବିଭ୍ରାଟ ହୋଇଛି। ପ୍ରଥମତଃ: ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗ୍‌ଫୁଙ୍କର ଖୋଜଖବର ନାହିଁ। ଦ୍ବିତୀୟତଃ: ଭିଏତନାମ ଗସ୍ତରେ ତାଙ୍କର ଦେଖା ନ ଥିଲା। ବର୍ତ୍ତମାନ: ତାଙ୍କୁ ଗୃହବନ୍ଦୀରେ ରଖାଯାଇଥିବାରୁ ସେ ସିଙ୍ଗାପୁରର ନୌସେନା ମୁଖ୍ୟଙ୍କ ସହିତ ନିର୍ଦ୍ଧାରିତ ବୈଠକରେ ଅନୁପସ୍ଥିତ ଅଛନ୍ତି। ସୂଚନାଯୋଗ୍ୟ, ଲି ସାଙ୍ଗ୍‌ଫୁ ୨୦୨୩ ମାର୍ଚରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ସଦ୍ୟତମ ରିପୋର୍ଟ ଅନୁସାରେ, ୨୦୨୩ ଅଗଷ୍ଟ ୨୯ ତାରିଖ ଦିନ ‘ଚୀନ୍‌-ଆଫ୍ରିକା ଶାନ୍ତି ଓ ନିରାପତ୍ତା ମଞ୍ଚ’ରେ ଯୋଗ ଦେବା ପରଠାରୁ ଆଉ ସର୍ବସାଧାରଣରେ ତାଙ୍କର ଦେଖା ମିଳୁନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button