ଦେଶ

ପ୍ରଖ୍ୟାତ କବି ଗଦ୍ଦାରଙ୍କ ପରଲୋକ – Ibnodisha

[ad_1]

ତେଲଙ୍ଗାନା : ତେଲଙ୍ଗାନାର ପ୍ରସିଦ୍ଧ କବି ତଥା ଲୋକ ଗାୟକ ଗୁମ୍ମାଡି ଭିଠଲ ରାଓ ଓରଫ୍ ଗଦ୍ଦାରଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ଏଥିପାଇଁ ଜୁଲାଇ ୨୦ରୁ ସେ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସେଠାରେ ଅଗଷ୍ଟ ୩ରେ ତାଙ୍କର ବାଇପାର୍ସ ସର୍ଜରୀ ମଧ୍ୟ ହୋଇଥିଲା। ସେ ସୁସ୍ଥ ବି ହୋଇଥିଲେ। କିନ୍ତୁ ଏହାପରେ ଫୁସଫୁସ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ଯୋଗୁ ତାଙ୍କ ଅବସ୍ଥା ବିଗିଡ଼ି ଥିଲା। ଶେଷରେ ଡାକ୍ତରଙ୍କ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ଆଜି ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

୧୯୮୦ ଦଶକରେ ତେଲଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଆନ୍ଦୋଳନ ବେଳେ ନିଜର କ୍ରାନ୍ତିକାରୀ ଗୀତ ପାଇଁ ସେ ବେଶ୍ ପରିଚୟ ହାସଲ କରିଥିଲେ।

ସିପିଆଇର ସାଂସ୍କୃତିକ ଦଳ ଜନ ନାଟ୍ୟ ମଣ୍ଡଳୀର ସେ ପ୍ରତିଷ୍ଠାତା ଥିଲେ। ମାଓବାଦୀମାନେ ତାଙ୍କୁ ଆଦର୍ଶ ଭାବେ ମଧ୍ୟ ବିବେଚନା କରନ୍ତି। ତେବେ ୨୦୧୦ରେ ସେ ମାଓବାଦୀଙ୍କ ସହ ସମସ୍ତ ସଂପର୍କ ଛିନ୍ନ କରିଥିବା ଘୋଷଣା କରିଥିଲେ।

୧୯୪୬ରେ ତେଲଙ୍ଗାନା କାମାରେଡ୍ଡୀ ଜିଲ୍ଲାର ତୁପ୍ରାନରେ ଜନ୍ମିତ ଗୁମ୍ମାଡି ଭିଠଲ ରାଓ କିଛି ଦିନ ପାଇଁ କାନାରା ବ୍ୟାଙ୍କରେ କାମ ବି କରିଥିଲେ। ପରେ କ୍ରାନ୍ତିକାରୀ ଗୀତ ଲେଖିବା ସହ ବିଭିନ୍ନ ମଞ୍ଚରେ ସେହି ଗୀତ ପରିବେଷଣ କରୁଥିଲେ। ସ୍ୱତନ୍ତ୍ର ତେଲଙ୍ଗାନା ରାଜ୍ୟ ଗଠନ ପାଇଁ ଗୁମ୍ମାଡି ଭିଠଲ ରାଓ ଓରଫ ଗଦ୍ଦାର ସଂଗ୍ରାମ କରିଥିଲେ।

ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ତେଲେଙ୍ଗାନାର ଖାମ୍ମାମରେ କରିଥିବା ଭାରତ ଯୋଡ଼ୋ ଯାତ୍ରା ସମୟରେ ଗଦ୍ଦାରଙ୍କୁ ଦେଖିବାକୁ ମିଳିଥିଲା। ଆଜି ତାଙ୍କ ବିୟୋଗରେ ରାହୁଲ ଗାନ୍ଧିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button