ଅପରାଧ

ଶୁଭଲକ୍ଷ୍ମୀ ମୃତ୍ୟୁ ରହସ୍ୟ : ହତ୍ୟା ନା ଆତ୍ମହତ୍ୟା ? – Ibnodisha

[ad_1]

ଭୁବନେଶ୍ୱର : ଭୁବନେଶ୍ୱର ଦିପାଳୀ ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ରମାଦେବୀ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ହେଲେ ଏଭଳି କାହିଁକି ତାଙ୍କର ହଠାତ୍ ମୃତ୍ୟୁ ହେଲା ସେ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୁଲିସର ଜେରା କରିଛି । ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଅଛନ୍ତି ।

ଯୁବତୀଙ୍କୁ କେହି ହୋଟେଲ ଡାକିଥିଲେ ନାଁ ସେ ନିଜେ ଏଠାକୁ ଆସିଥିଲେ ତାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ସିଡିଆର ରିପୋର୍ଟ ଆସିବା ପରେ ଘଟଣାର ସତ ଜଣାପଡିବ ବୋଲି କୁହାଯାଉଛି । ଶନିବାର ଭୁବନେଶ୍ୱର କଟକ ରୋଡରେ ଥିବା ଦିପାଲୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଝିଅର ମୃତ୍ୟୁ ପରେ ଝିଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏହାରି ଭିତରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button