ଦେଶ

ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୂର; ସ୍ତ୍ରୀକୁ ମା’ ବୋଲି କହି ଘରୁ ତଡ଼ିଦେଲା ସ୍ୱାମୀ – Ibnodisha

[ad_1]

ଲକ୍ଷ୍ନୌ: ଘରେ ପୁଅ ନଥିବା ବେଳେ ବୋହୂକୁ ଶ୍ୱଶୂର ଦୁଷ୍କର୍ମ କରିଥିବା ନେଇ ଏକ ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ମୁଜାଫରପୁରରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ପୀଡ଼ିତା ଥାନାରେ ନିଜ ଶ୍ୱଶୂର ଏବଂ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଶ୍ୱଶୂର ଦୁଷ୍କର୍ମ କରିବା ପରେ ସ୍ୱାମୀ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଯେହେତୁ ଶ୍ୱଶୂର ତାଙ୍କ ସହ ଶାରୀରିକ ସଂପର୍କ ରଖିଛନ୍ତି ତେଣୁ ସେ ଆଉ ସ୍ତ୍ରୀ ନୁହେଁ ବରଂ ମା’ ବୋଲି ପୀଡ଼ିତାଙ୍କ ସ୍ୱାମୀ କହିଥିଲେ । ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀ କହିଥିଲେ, ତୁମେ ଆଉ ମୋ ସହ ରହିପାରିବନି । କାରଣ ତୁମେ ଏବେ ମୋ ବାପାଙ୍କ ସ୍ତ୍ରୀ ଅର୍ଥାତ ମୋ ମା’ । ଏହା କହି ପୀଡ଼ିତାଙ୍କୁ ଘରୁ ତଡ଼ି ଦେଇଥିଲେ ତାଙ୍କ ସ୍ୱାମୀ । ଅଗଷ୍ଟ ୫ ତାରିଖରେ ତାଙ୍କୁ ଶ୍ୱଶୂର ଦୁଷ୍କର୍ମ କରିଥିଲେ । ଏନେଇ ସ୍ୱାମୀଙ୍କୁ ଜଣାଇବା ପରେ ସେ ମଧ୍ୟ ପରି କରିଦେଇଥିଲେ । ଏହା ପରେ କିଛି ବାଟ ନପାଇ ସେପ୍ଟେମ୍ବର ୭ରେ ପୋଲିସର ସାହାରା ନେଇଛନ୍ତି ପୀଡ଼ିତା ।

୨୮ ବର୍ଷୀୟ ପୀଡ଼ିତ ମହିଳା ଏବେ ନିଜ ବାପ ଘରେ ରହୁଛନ୍ତି । ସେପଟେ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ରେକର୍ଡ ହୋଇଥିବା ବେଳେ ଏହି ମାମଲାରେ ପୋଲିସ ତାଙ୍କ ଶ୍ୱଶୂର ଏବଂ ସ୍ୱାମୀଙ୍କୁ ଗିରଫ କରିଛି । ମହିଳାଜଣଙ୍କ ଗତବର୍ଷ ବିବାହ କରିଥିବା ବେଳେ ସେ ଏବେ ୭ ମାସର ଗର୍ଭବତୀ ଅଛନ୍ତି । ହେଲେ ଗର୍ଭବତୀ ଥିବା ନେଇ ପୀଡ଼ିତା କୌଣସି ସୂଚନା ଦେଇନାହାନ୍ତି ବୋଲି ପୋଲିସ କହିଛି । ଅନପକ୍ଷରେ ପୀଡ଼ିତାଙ୍କ ଶ୍ୱଶୂର ବୋହୂ ନାଁରେ ଓଲଟା ଅଭିଯୋଗ ଆଣିଛନ୍ତି । ଟଙ୍କା ଲୋଭରେ ବୋହୂ ଏମିତି କରୁଛି ବୋଲି ତାଙ୍କ ଶ୍ୱଶୂର ଅଭିଯୋଗ କରିଛନ୍ତି । ସେପଟେ ଠିକ୍ ଏଭଳି ଏକ ଘଟଣା ଜୁନ୍ ୨୦୦୫ରେ ଖବରର ଶିରୋନାମା ପାଲଟିଥିଲା । ଜଣେ ୫ ପିଲାର ମା’ ୨୮ ବର୍ଷୀୟା ମହିଳାଙ୍କୁ ତାଙ୍କ ଶ୍ୱଶୂର ଦୁଷ୍କର୍ମ କରିଥିଲେ । ଏହା ପରେ ଗାଁରେ ସଭା ଡକାଯାଇ ଉକ୍ତ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ବାରଣ କରାଯାଇଥିଲା । ଏହା ସହ ସ୍ୱାମୀଙ୍କୁ ପୁଅ ବୋଲି ସମ୍ବୋଧନ କରିବାକୁ କୁହାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button