ରାଜନୀତି

କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ ଦେଲେ ପ୍ରଶାସନିକ ଅଧିକାରୀ ଏବଂ ବହୁ କର୍ମୀ – Ibnodisha

[ad_1]

ଭୁବନେଶ୍ୱର, : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ଜୟଦେବ ନିର୍ବାଚନ ମଣ୍ଡଳୀର ଅବସରପ୍ରାପ୍ତ ପ୍ରଶାସନିିକ ଅଧିକାରୀ ଶ୍ରୀ ଆର୍ତତ୍ରାଣ କାଣ୍ଡି ଙ୍କ ସମେତ ବିଭିନ୍ନ ଦଳରୁ ଆସିଥିବା ବହୁ କର୍ମୀ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସସସ୍ତଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ ଏବଂ ସେମାନଙ୍କର ଯୋଗଦାନ ଜୟଦେବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ସୁଦୃଢ଼ କରିବ ବୋଲି ପ୍ରକାଶ କରିଥିଲେ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଦଳପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବାପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଶ୍ରୀ ଆର୍ତତ୍ରାଣ କାଣ୍ଡି ତାଙ୍କ ପ୍ରତିକ୍ରିୟାରେ କହିଲେ ଯେ ଦଳ ତାଙ୍କୁ ଯେଉଁ ଦାୟୀତ୍ୱ ଦେବ ସେ ତାକୁ ନିଷ୍ଠାର ସହ ପାଳନ କରିବେ ।

ଶ୍ରୀ କାଣ୍ଡି ଙ୍କ ସହ ଯେଉଁମାନେ ଆଜି କଂଗ୍ରେସ ଦଳରେ ଯୋଗଦେଲେ ସେମାନେ ହେଲେ ସର୍ବଶ୍ରୀ ବିଳାସ ଭୋଇ, ଦୀପକ କୁମାର ଭୋଇ, ସେକ ଆବିଦ, ଶ୍ରୀମରନ ବିବି, ଧିରେନ୍ଦ୍ର ବେହେରା, ରମେଶ ବେହେରା ପ୍ରମୁଖ ନେତୃମଣ୍ଡଳୀଙ୍କ ସମେତ ପ୍ରା ୧୦୦ ରୁ ଉର୍ଦ୍ଧ୍ୱ କର୍ମୀ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନନ୍ତ ପ୍ରସାଦ ସେଠୀ, ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, ସିର୍ଦ୍ଧାର୍ଥ ରାଉତରାୟ, ତାପସ ସେଠୀ, ସୁକାନ୍ତି ତିଆଡ଼ି, ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button