ରାଜନୀତି

ପୁଣିଥରେ ଚର୍ଚ୍ଚାରେ ସୁରଙ୍କ ପାରିବାରିକ ରାଜନୀତି – Ibnodisha

[ad_1]

ରକ୍ତରେ କଂଗ୍ରେସ, ସୁଯୋଗ ମିଳିଲେ ଲଢ଼ିବି: ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ବର: କିଛିଦିନର ହଟଚମଟ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ ସୁରେଶ ରାଉତରାୟଙ୍କ ପରିବାର। ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି କହିବା ପରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ନିଜର ଭାବମୂର୍ତିକୁ ସଜାଡ଼ିବା ପାଇଁ ବିଧାୟକ ସୁର ନିଜ ବଡ଼ ପୁଅ ସିଦ୍ଧାର୍ଥକୁ କଂଗ୍ରେସରେ ସାମିଲ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସିଦ୍ଧାର୍ଥକୁ ଦେଖିବାକୁ ମିଳିଛି। ସିଦ୍ଧାର୍ଥ ମଧ୍ୟ ସୁଯୋଗ ମିଳିଲେ କଂଗ୍ରେସରୁ ଲଢ଼ିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ହଠାତ୍ ସୁରଙ୍କ ବଡ଼ ପୁଅ କଂଗ୍ରେସ କ୍ୟାମ୍ପ୍‌ରେ ସାମିଲ ହେବାକୁ ନେଇ ଦଳରେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି।

ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି, ଦୁଇ ପୁଅଙ୍କୁ ସ୍ବାଧୀନତା ଦେଇଛି। ଲୋକଙ୍କ ସେବା କରିବା ପାଇଁ ଦୁହିଁଙ୍କୁ କହିଛି। ଆମ ରକ୍ତରେ କଂଗ୍ରେସ ଅଛି। ଯଦିଓ ମୁଁ ହନୁମାନ ନୁହେଁ, ତଥାପି ଚିରି ଦେଲେ କଂଗ୍ରେସ ରକ୍ତ ଝରିବ ବୋଲି ସେ କହିଛନ୍ତି। ସିଦ୍ଧାର୍ଥ ରାଉତରାୟ କହିଛନ୍ତି, ମୋ ରକ୍ତରେ କଂଗ୍ରେସ ଅଛି। ସୁଯୋଗ ମିଳିଲେ କଂଗ୍ରେସରୁ ଲଢ଼ିବି। ଉଲ୍ଲେଖ ଯେ କିଛିଦିନ ପୂର୍ବରୁ ସୁରଙ୍କ ଦୁଇ ପୁଅ ରାଜନୀତିରେ ପ୍ରବେଶ ପାଇଁ ନିଜର ଇଚ୍ଛା ଜାହିର କରିଥିଲେ। ସାନ ପୁଅ ମନ୍ମଥ ଜଟଣୀରୁ କଂଗ୍ରେସ ଟିକେଟ୍‌ରୁ ଲଢ଼ିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଥିଲା। ବଡ଼ ପୁଅ ସିଦ୍ଧାର୍ଥ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ହେଁ ଜଟଣୀରୁ ଲଢ଼ିବେ ନାହିଁ ବୋଲି ମତ ରଖିଥିଲେ। ମାତ୍ର ହଠାତ୍ ମନ୍ମଥ କଂଗ୍ରେସ ଟିକେଟ୍‌ରୁ ଜଟଣୀରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରେ ସୁର ଅଡ଼ୁଆରେ ପଡ଼ିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button