ରାଜନୀତି

ଯୋଗୀ ସରକାରଙ୍କ ଦୀପାବଳି ଭେଟି – Ibnodisha

[ad_1]

ଉତ୍ତରପ୍ରଦେଶ : ଦୀପାବଳି ଉପଲକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା। ବର୍ଷକୁ ଏଲପିଜି ଗ୍ରାହକଙ୍କୁ ଦୁଇଟି ସିଲିଣ୍ଡର ଫ୍ରିିରେ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହାର ଅର୍ଥ ସିଲିଣ୍ଡରର ମୂଲ୍ୟ ଟଙ୍କାକୁ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇଦିଆଯିବ ବୋଲି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଯାହା ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ ବଡ ଖୁସିର ଖବର ଅଟେ।  ସୂଚନା ଅନୁସାରେ, ଏଥର ଉତ୍ତରପ୍ରଦେଶବାସୀଙ୍କୁ ଦୀପାବଳି ଉପଲକ୍ଷେ ଉପହାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବର୍ଷକୁ ଏଲପିଜି ଗ୍ରାହକଙ୍କୁ ଦୁଇଟି ସିଲିଣ୍ଡର ଫ୍ରିିରେ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଆଗରୁ ମଧ୍ୟ ଏଲପିଜି ଗ୍ରାହକଙ୍କ ପାଇଁ ମୋଦି ସରକାର ସବସିଡି ବାବଦକୁ ୩୦୦ ଟଙ୍କା ଆକାଉଣ୍ଟକୁ ଆସିବ ବୋଲି ଘୋଷଣା କରିଥିଲେ ଏବଂ ଏହି ଦୀପାବଳି ଅବସରରେ ଉତ୍ତରପ୍ରଦେଶବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ ଘୋଷଣା କରିଛନ୍ତି। ଯାହା ଏଲପିଜି ଉପଭୋକ୍ତାଙ୍କ ପାଇଁ ଖୁସିର ଖବର ଅଟେ। ରାଜ୍ୟରେ ମୋଟ ୭୫ ଲକ୍ଷ ଉଜ୍ୱଳା ଯୋଜନା କନେକ୍ସନ୍ ରହିଛି। ଏଥର ଦୀପାବଳିକୁ ପ୍ରଥମ ଥର ପାଇଁ ମାଗଣା ସିଲିଣ୍ଡରର ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ପଠାଯିବ ବୋଲି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button