IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଅକ୍ଟୋବର ୨୮ ରେ ହେବ ଭୟଙ୍କର ଚନ୍ଦ୍ର ଗ୍ରହଣ । ଛଅଟି ରାଶି ହେବେ କୋଟିପତି ଏବଂ ଛଅଟି ରାଶି ହେବେ ଦରିଦ୍ର୍ୟ । ଜାଣି ରଖନ୍ତୁ ।

ପ୍ରଥମ ଥର ପାଇଁ ଶେଷ ଚନ୍ଦ୍ର ଗ୍ରହଣରେ ୫୨ ପ୍ରକାରର ଶୁଭ ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି କାରଣରୁ ସମସ୍ତ ୧୨ ଟି ରାଶି ମଧ୍ୟରୁ ଛଅଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଅକ୍ଟୋବର ୨୮ , ୨୦୨୩ ରେ ହେବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ଖୁବ ସ୍ୱତନ୍ତ୍ର ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ର ଗ୍ରହଣ ସମୟରେ ଆସୁରି ଶକ୍ତିର ପ୍ରକୋପ ବଢ଼ିଯାଏ । କିନ୍ତୁ ଏହି ସମୟରେ କିଛି ଏପରି ଖାସ ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଜୀବନରେ ଧନ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହିତ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହେବ।

ଏହି ସମୟରେ କରାଯାଉଥିବା କୌଣସି ଉପାୟ ଏବଂ ମନ୍ତ୍ର ଜପ ନିଶ୍ଚିତ ସଫଳ ହୋଇଥାଏ । ଅକ୍ଟୋବର ୨୮ ରେ ମହା ଚନ୍ଦ୍ର ଗ୍ରହଣ ଏବଂ ଶରତ ପୂର୍ଣ୍ଣିମା ଏକା ସହିତ ଲାଗିବାକୁ ଯାଉଛି । ଅକ୍ଟୋବର ୨୮ ରାତିରେ ଚନ୍ଦ୍ରଗ୍ରହଣ ରାତି ୧୧.୨୩ ରେ ଉପଛାୟାରେ ପ୍ରବେଶ କରିବ । ଏହାର ଆରମ୍ଭ ୧.୦୫ , ମଧ୍ୟ ଭାଗ ୧.୪୪ ଏବଂ ସମାପ୍ତି ୨.୨୪ ରେ ହେବ । କିନ୍ତୁ ସୂତକ କାଳ ଶୁକ୍ରବାର ସନ୍ଧ୍ୟା ୪.୩୨ ରେ ହେବ । ଏହି ସମୟରେ ସକରାତ୍ମକ ଶକ୍ତିର ପ୍ରଭାବ ପ୍ରାୟ ନଥାଏ । ଏହି ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ବେଶ ଅଧିକ ବଢ଼ିଯାଏ । କିଛି କାମ ଏପରି ରହିଛି ଯାହାକୁ ଏହି ଗ୍ରହଣ ସମୟରେ କରିବା ଉଚିତ ନୁହେଁ ।

ଏହି ସମୟରେ ଲୁଣ କିଣିବା କିମ୍ବା କାହାକୁ ଦେବା ଆଦୋୖ ଉଚିତ ହୋଇ ନଥାଏ । ଏହି ସମୟରେ ମାଛ ମାଂସ ଅଣ୍ଡା ଆଦି କୌଣସି ପ୍ରକାରର ତାମସିକ ଭୋଜନ ଠାରୁ ଦୂରେଇ ରୁହନ୍ତୁ । ନଚେତ ଅନେକ ପ୍ରକାରର ଗମ୍ଭୀର ରୋଗ ଦେଖା ଦେଇପାରେ । ଏହି ସମୟରେ ଶୁଭ କାର୍ଯ୍ୟ , ଧାର୍ମିକ କାର୍ଯ୍ୟ ଏବଂ ପୂଜା ପାଠ କରନ୍ତୁ ନାହିଁ ଏବଂ ପୂଜା ଘର କିମ୍ବା ମନ୍ଦିରର କବାଟ ବନ୍ଦ ରଖନ୍ତୁ । ସ୍ୱାମୀ ସ୍ତ୍ରୀ ଏହି ସମୟରେ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ , ନଚେତ ଜନ୍ମ ହେଉଥିବା ସନ୍ତାନ ଶାରୀରିକ ବିକାର ନେଇ ଜନ୍ମ ହୋଇପାରେ । ଏହି ସମୟରେ ଭୋଜନ ବର୍ଜିତ ଅଟେ । କିନ୍ତୁ ଆପଣ ରନ୍ଧା ଖାଦ୍ୟ ଖାଇବାକୁ ଚାହୁଁଥିଲେ ପୂର୍ବରୁ ରୋଷେଇ କରି ତୁଳସୀ ପତ୍ର ପକାଇ ରଖି ପାରିବେ ।

ସୂତକ କାଳ ଶେଷ ହେବା ପରେ ଏକ ପିତ୍ତଳ ପାତ୍ର ଆଣି ସେଥିରେ ଗଙ୍ଗା ଜଳରେ ଏକ କୋଏନକୁ ବୁଡ଼ାଇ ଭଲ ଭାବରେ ସଫା କରି ଛାତ ଉପରେ ଗୋଟିଏ ରାତି ଚନ୍ଦ୍ର ଅଲୋକରେ ରଖି ଦିଅନ୍ତୁ । ଆଗାମୀ ଦିନ ସ୍ନାନ କରି ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ନାଲି କପଡ଼ାରେ ଗୁଡ଼ାଇ ୨୯ ତାରିଖ ଦିନ ଘରେ ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବା ସହିତ ଧନ ସମ୍ପତ୍ତିରେ କେବେବି ଅଭାବ ହେବ ନାହିଁ । ଏହି ଗ୍ରହଣ କାରଣରୁ ଯେଉଁ ସବୁ ରାଶିର ଭାଗ୍ୟ ବଦଳିବାକୁ ଯାଉଛି ସେମାନେ ହେଉଛନ୍ତି ମକର ରାଶି , ତୁଳା ରାଶି , କନ୍ୟା ରାଶି , ମେଷ ରାଶି , ସିଂହ ରାଶି ଏବଂ କୁମ୍ଭ ରାଶି । ଏହି ରାଶି ମାନେ ବ୍ୟବସାୟ କିମ୍ବା ଚାକିରୀରେ ଅପାର ଉନ୍ନତି କରିବାକୁ ଯାଉଛନ୍ତି ଏବଂ ଏମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button