IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗୁରୁବାର ଦିନ କରି ନିଅନ୍ତୁ ଏହି ୫ଟି କାମ, ଦେଖିବେ ଆପଣଙ୍କ ଘରେ ଧନର ବର୍ଷା ହେବାରେ ଲାଗିବ

ବନ୍ଧୁଗଣ ଆଜିର ସମୟରେ ପ୍ରତେକ ବ୍ୟକ୍ତି ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ବା ଧନର ଜରୁରତ ପଡିଥାଏ । କେତେ ଲୋକ ଏପରି ରହିଛନ୍ତି ଯେଉଁ ମାନେ ବହୁତ ଟଙ୍କା ରୋଜଗାର କରନ୍ତି କିନ୍ତୁ ଶେଷରେ ଟଙ୍କା ରୁହେ ନାହିଁ । ଯାହା ପାଇଁ ସେମନଙ୍କୁ ଆର୍ଥିକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଧନ ସେହି ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ତେଣୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଧି ବିଧାନ କରିବାକୁ ପଡିଥାଏ । ଆଜି ଆମେ ଜାଣିବା ଗୁରୁବାରରେ କେଉଁ କାମ କରିଲେ ଧନର ବର୍ଷା ହୋଇଥାଏ । ୧- ଆର୍ଥିକ ସମସ୍ଯା ରୁ ମୁକ୍ତି ପାଇବା ପାଇଁ ପ୍ରତେକ ଗୁରୁବାର ଦିନ ଭଗବାନ ବିଶୁଣୁ ଙ୍କୁ ପୂଜା କରିବା ଉଚିତ ଅଟେ । ଏହା କରିବା ଦ୍ଵାରା ସବୁ ସମସ୍ୟାର ଅନ୍ତ ଘଟିଥାଏ ।

୨- ଗୁରୁବାର ଦିନ ହଳଦିଆ ପୋଷାକ ପିନ୍ଧିବା ସହ ମା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ଫୁଲ, ଚନ୍ଦନ ଓ ହଳଦିଆ ରଙ୍ଗର ଫଳ ଅର୍ପଣ କରନ୍ତୁ ।

୩- ଗୁରୁବାର ଦିନ ହଳଦୀ ପାଣି ରେ ସ୍ନାନ କରିବା ଉଚିତ । ଏହା ସହ ଗୋଟେ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଘରେ ଧନ ହିଁ ଧନ ଆସିଥାଏ ।

୪- ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ସଦା ସର୍ବଦା ବାସ କରିଥାନ୍ତି । ଆପଣଙ୍କ ଘରେ ଖୁସି ର ଲହରୀ ଲାଗି ରହିଥାଏ ।

୫- ଗୁରୁବାର ଦିନ ଆପଣ ତୁଳସୀ ପୂଜା କରିବା ସମୟରେ ତୁଳସୀ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହା ସହ ଆପଣଙ୍କ ବୃହସ୍ପତି ଗ୍ରହ କୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବ ଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା ଦ୍ଵାରା ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ।

ତେବେ ଏହି ସବୁ ଉପାୟ ଗୁଡିକ ପ୍ରତେକ ଗୁରୁବାର ଦିନ ପାଳନ କରିଲେ ସଉ ସମସ୍ୟାର ଅନ୍ତ ଘଟିଥାଏ । ଘରେ କେବେ ବି ଧନର ଅଭାବ ହୁଏ ନାହିଁ । ଯଦି ଆପଣଙ୍କ ଘରେ କେହି ବେରୋଜଗାର ରହିଛନ୍ତି ତେବେ ନିଶ୍ଚୟ ନୂତନ ଚାକିରି ମିଳିବାର ସମ୍ଭାବନା ଥାଏ । ଏମିତି କରିଲେ ମା ଲକ୍ଷ୍ମୀ ଙ୍କ ଆଗମନ ହେବା ସହ ତାଙ୍କର କୃପା ପ୍ରାପ୍ତ ହୋଇଥାଏ । ତେବେ ଆପଣ ମାନେ ମଧ୍ୟ ନିଶ୍ଚୟ ଗୁରୁବାର ଦିନ ଏହି ସବୁ ଉପାୟ ପାଳନ କରନ୍ତୁ । ନିଶ୍ଚୟ ଆପଣଙ୍କ ଘରେ ଓ ପରିବାର ରେ ଉନ୍ନତି ହେବାରେ ଲାଗିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button