ରାଜ୍ୟ

ସରୁନି ବିଦ୍ୟାଳୟ କୋଠା ନିର୍ମାଣ: ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଶ୍ରେଣୀଗୃହ – Ibnodisha

[ad_1]

ବାଲିଅନ୍ତା: ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ କାମ ଅଧାରେ ଅଟକିରହିଛି। ସମଗ୍ର ଶିକ୍ଷା ଅଭିଯାନ ଯୋଜନାରେ ଅନୁଦାନ ମିଳିଛି, କିନ୍ତୁ ବିଭାଗୀୟ ଉଦାସୀନତା ପାଇଁ ନିର୍ମାଣ କାମ ସରିପାରୁନି। ଏଣେ ଶ୍ରେଣୀଗୃହ ଅଭାବରୁ ଏକାଧିକ ଶ୍ରେଣୀର ପିଲାମାନେ ଗୋଟିଏ ରୁମ୍‌ରେ ଖୁନ୍ଦାଖୁନ୍ଦି ହୋଇ ବସୁଛନ୍ତି ଏବଂ ଆଉ କିଛି ଶ୍ରେଣୀର ପିଲାମାନେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ବସି ପଢ଼ୁଛନ୍ତି। ଏମିତି ଦୟନୀୟସ୍ଥିତିରେ ଚାଲିଛି ବାଲିଅନ୍ତା ବ୍ଲକ୍‌ ଯଶୁଆପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ।

୨୦୨୧/୨୨ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟକୁ ଅପ୍‌ଗ୍ରେଡ୍‌ କରାଯାଇ ଏଠାରେ ନବମ ଓ ଦଶମ ଶ୍ରେଣୀ ଖୋଲାଗଲା‌। ସେତେବେଳେ ବିଦ୍ୟାଳୟରେ ମାତ୍ର ୪ଟି ଶ୍ରେଣୀଗୃହ ଥିଲା। ୧୦ ଶ୍ରେଣୀକୁ ୪ ଶ୍ରେଣୀ ଗୃହ ସ୍ବାଭାବିକ ଭାବେ ଘୋର ସମସ୍ୟା ସୃଷ୍ଟି କଲା। ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଅନୁଦାନ ମିଳିଲା। ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ସରିବା ପର୍ଯ୍ୟନ୍ତ ପିଲାମାନଙ୍କୁ କାମଚଳା ଭାବେ ବସିବାକୁ ବ୍ୟବସ୍ଥା କରାଗଲା। ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କୁ ଗୋଟିଏ ‌ଶ୍ରେଣୀଗୃହରେ ବସାଇ ପଢ଼ାଗଲା। ତଥାପି ସୁବିଧା ନହେବାରୁ ବାତ୍ୟା ଆଶ୍ରୟସ୍ଥଳୀକୁ ବ୍ୟବହାର କରାଗଲା। ୭ମ ଶ୍ରେଣୀ ପିଲାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀର ତଳ ମହଲାରେ ବସାଇବା ବେଳେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଉପର ମହଲାରେ ବସାଇ ପାଠପଢ଼ା ଚାଲିଛି। ଏଥିପାଇଁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠପଢ଼ା ପରିଚାଳନା କ୍ଷେତ୍ରରେ ସମସ୍ୟାରେ ପଡ଼ୁଛନ୍ତି। ଉଭୟ ଶିକ୍ଷକ ଓ ପିଲାମାନେ ହଇରାଣ ହେଉଥିବା ବେଳେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଅଣ୍ଠେଇ ପଡ଼ିଛି। ତେଣୁ ଅଭିଭାବକ ଓ ସ୍ଥାନୀୟ ଶିକ୍ଷାପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏସଂପର୍କରେ ବିଡିଓ ପବିତ୍ର ସାମଲଙ୍କୁ ପଚାରିବାରେ ସେ କହିଲେ ଯେ ଶ୍ରେଣୀଗୃହ ନିର୍ମାଣ କାମ ଯଥାଶୀଘ୍ର ସାରିବାକୁ ଉଦ୍ୟମ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button