IBN ଓଡ଼ିଶା ବ୍ୟୁରୋ

ମେଡିକାଲ ବେଡ଼ରେ ପଡିଛି ସ୍ୱାମୀ, ସେପଟେ ପ୍ରେମିକ ସହ ଫେରାର ହେଇଯାଇଛି ସ୍ତ୍ରୀ… ଏନେଇ ସେ କଣ କହୁଛନ୍ତି ଟିକେ ଶୁଣନ୍ତୁ, ଦେଖନ୍ତୁ video

କଷ୍ଟରେ ସ୍ଵାମୀ ଚିତ୍କାର କରି କହୁଛନ୍ତି ମୋ ଦେହ ଖାରପ ହେଲେ ମୋ ସ୍ତ୍ରୀ ମୋତେ ଛାଡି ଚାଲି ଯାଇଛି । ମୋତେ ଏମିତି ଏଠାରେ ଛାଡି ମୋ ସ୍ତ୍ରୀ ତା ପ୍ରେମିକ ସହ ଫେରାର ହୋଇ ଯାଇଛି । ଆଉ ମୁଁ ବଞ୍ଚିବାକୁ ଚାହୁଁ ନାହି । କାହା ମୁହଁ ଚାହିଁ ବଞ୍ଚିବି । ହଁ ଦର୍ଶକ ବନ୍ଧୁ ମେଡିକାଲ ବେଡରେ ଶୋଇ କଷ୍ଟରେ ଯନ୍ତ୍ରଣା ପାଇ ଏମିତି କିଛି କଥା କହି ଯାଉଛନ୍ତି ସ୍ଵାମୀ ଜଣକ । ସ୍ତ୍ରୀ ସେପଟେ ପ୍ରେମିକକୁ ବାହା ହୋଇ ବହୁତ ଖୁସି ।

ପ୍ରେମିକର ବେକରେ ଫୁଲମାଳା ପକାଇ ବାହା ମଧ୍ୟ ହୋଇ ଯାଇଛନ୍ତି ଦୁହେଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଳେଶ୍ଵର ବ୍ଲକ ଗୋପୀମୋହନପୁର ପଞ୍ଚାୟତ ଛମୋଚୋ ଗାଁ ରେ । ମେଡିକାଲ ବେଡରେ ମୃ-ତ୍ୟୁ ସହ ସଂଗ୍ରାମ କରୁଛି ସ୍ଵାମୀ । ସ୍ବାମୀର ଏଭଳି କଷ୍ଟ କୁ ଦେଖିପାରୁ ନାହି ସ୍ତ୍ରୀ । ପ୍ରେମିକ ସହ ଆଉ ହସି ବେକରେ ଫୁଲମାଳା ପକା ପକି ହୋଇ ବାହା ହୋଇ ଯାଉଛନ୍ତି ।

ଛମୋଚ ଗାଁ ର କୁଞ୍ଜବିହାରୀ ଦତ୍ତ 3 ବର୍ଷ ତଳେ 2020ରେ ବାଲିଆପାଳ ବ୍ଲକ ସୁନାରୋହୀ ଗାଁ ର ଦେବ କୁମାର ରଞ୍ଜିତଙ୍କ ବଡ ଝିଅ ଦୀପିକା ରାଣୀ ରଞ୍ଜିତାଙ୍କୁ ଇବାହ କରିଥିଲେ । କିନ୍ତୁ ବିବାହ ପୂର୍ବରୁ ଦୀପିକା ଖରିତା ଗାଁ ର କମଳାକାନ୍ତ ଜେନା ଙ୍କୁ ଭଲ ପାଉଥିଲେ । ଯାହା ବାହାଘର ପରେ ମଧ୍ୟ ପ୍ରେମ ସମ୍ପର୍କ ଦୁହିଙ୍କର ଜାରି ରହିଥିଲା ।

ଆଉ ଏବେ ଯେବେ ସ୍ଵାମୀ ମେଡିକାଲରେ ପଡିଛି ଠିକ ସେତିକି ବେଳେ ସ୍ତ୍ରୀ ତା ପ୍ରେମିକ ସହ ଫେରାର ହୋଇ ବାହା ହୋଇ ଯାଇଛି । ସ୍ତ୍ରୀ ଜଣକ ପ୍ରକୃତରେ ଏମିତି ହୋଇପାରେ ଯାହା ନାଁ ରେ ମଥାରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧୁ ଥିଲା ତାକୁ କଣ କେବେ ଆରା କରି ଚାଲି ଯାଇପାରେ ? ସେ ଅସୁସ୍ଥ ଥିବା ବେଳେ ଆଉ ଜଣଙ୍କୁ ବାହା ହୋଇପାରେ ? ଯଦି ଏମିତି କିଛି ହୁଏ ତେବେ ତାଙ୍କୁ କଣ ପ୍ରକୃତରେ ସ୍ତ୍ରୀ କୁହା ଯାଇପାରେ ।

ଯଦି ଦେଖିବା ଦୀପିକାଙ୍କର ଗୋଟେ ଝିଅ ସନ୍ତାନ ମଧ୍ୟ ଅଛି । ତେବେ ଦୀପିକା ଏବେ ବାହା ହୋଇ ସାରିଥିବା ବେଳେ ପୂର୍ବ ସ୍ଵାମୀ ଙ୍କୁ ଫୋନ କରି କାନ୍ଦି ପକାଇ ଛନ୍ତି । ଦୀପିକା କହିଛନ୍ତି ଯେ ମୋର ଭୁଲ ହୋଇ ଯାଇଛି ଏବେ ମୁଁ ତୁମ ପାଖକୁ ଚାଲିଜୀବୀ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button