IBN ଓଡ଼ିଶା ବ୍ୟୁରୋ

ବାଘ ଲାଙ୍ଗୁଡ଼ରେ ହାତ ମାରୁଥିଲା, କିନ୍ତୁ ବାଘ ବୁଲି ପଡି… ଯାହା ହେଲା ଜାଣି ଆପଣଙ୍କ ଛାତି ଭୟରେ ଥଋ ଉଠିବ

ନମସ୍କାର ଦର୍ଶକବନ୍ଧୁ , ସୂଚନା ଅନୁସାରେ ଶୁଣିବାକୁ ମିଳିଛି ଏବଂ ଘଟିଛି ଏପରି ଏକ ସାଂଘାତିକ ଘଟଣା । ଏହି ଘଟଣା ଟି ହେଉଛି ମଧ୍ୟପ୍ରଦେଶ ଖୋରଗନ ଜିଲ୍ଲାର ଜଣେ କୃଷକ ଏବଂ ତାଙ୍କ ନାମ ହେଉଛି ସନ୍ତୋଷ ସେ ବାଘର ଲାଙ୍ଗୁଡରେ ହାତ ମାରିଲେ ଏବଂ ତାଙ୍କୁ ଏହାର ବଦଳରେ ଦେବାକୁ ପଡିଲା ଜୀବନ ହଁ ଏହା ସତ୍ୟ ଅଟେ ।  ଜଙ୍ଗଲ ପାଖ ବିଲରେ ଶୋଇଥିଲା ବାଘ ଯେବେ ସେହି ବାଘ କୁ ଜଣେ ଯୁବକ ଦେଖିଥିଲା ତାର ମନକୁ ଆସିଥିଲା ।

ଏହି ବିଷୟ ଯେ ବାଘ କୁ ଛୁଇ ଲେ କଣ ହେବ ତାହାର ପ୍ରତିକ୍ରିୟା । ଏହି ବିଷୟକୁ ମନରେ ଭାବି ଥିବା ଯୁବକଟି ନିଜର ମନରେ ଏହାକୁ ନ ରଖି ଏହାକୁ ସତରେ ଜାଣିବା ପାଇଁ ଧାଇଁ ଚାଲିଲା ବାଘ ପାଖକୁ, ବିଲରେ ଶୋଇଥିବା ବାଘ ପାଖକୁ ଯାଇ ବାଘ ଶୋଇଥିବା ସମୟରେ ତାର ଲାଞ୍ଜ କୁ କାଠି ମାରୁଥିଲେ । ଶୋଇଥିବା ବାଘ ଯେତେ ବେଳେ ଦେଖିଲ ଯେ ତାହାର ଲାଞ୍ଜକୁ କିଏ କାଠ ମାରୁଛନ୍ତି ।

ସେତେ ବେଳେ ବାଘ ଦେଖାଇଲା ତାର ଅସଲି ଚେହେରା ପଲକ ରେ ସେ ଧରିପକେଇଲା ସନ୍ତୋଷ ର ବେକ ଟିକୁ । ସନ୍ତୋଷ ଯେତେ ଜୋରରେ ଚିଲେଇବାକୁ ଚାହିଲେ ମଧ୍ୟ ତାହାର ସ୍ଵର ବାହାରକୁ ଆସିଲା ନାହିଁ । କିନ୍ତୁ ଆଖ ପାଖରେ ଥିବା ଲୋକେ ଆସି ବାଘର ମୁହଁ ରୁ ଯୁବକକୁ ବଞ୍ଚାଇ ପାଖରେ ଥିବା ଚିକିତ୍ସା କ୍ଷେତ୍ର କୁ ନେଇକି ଯାଇଥିଲେ ।

ସେହି ଡାକ୍ତର ଖାନାରେ ହେଇଥିଲା ଯୁବକର ଚିକିତ୍ସା କିନ୍ତୁ ଶେଷରେ ତାଙ୍କୁ ହରାଇବାକୁ ପଡିଲା ତାଙ୍କର ଜୀବନ । ବାଘଟି ବିଲ ପାଖରେ ଥିବା କ୍ଷେତ ରେ ଶୋଇଥିଲା ତାଙ୍କୁ ଦେଖିଥିବା ୩୫ ବର୍ଷର ଯୁବକ ସନ୍ତୋଷ ଜଣେ କୃଷକ ଥିଲେ । ସେ ସବୁ ଦିନ କ୍ଷେତ କୁ ଆସନ୍ତି । ମାତ୍ର ସେ ଦିନ ସେ ସବୁ ଦିନ ଭଳି ଆସିଥିଲେ କିନ୍ତୁ ତାଙ୍କ ଚକ୍ଷୁ ଦେଖିଲା ବାଘ କୁ ଏବଂ ମନରେ ଆସିଥିବା ଏକ ଭୁଲ ଚିନ୍ତାକୁ ସେ ଲଗେଇଲେ କାର୍ଯ୍ୟ ରେ ଫଳରେ ସେ ଏହି ଗୁରୁବାର ଦିନ ଡାକ୍ତର ଖାନାରେ ଆଖି ବୁଜିଲେ ।

ତେଣୁ କୁହଯାଏ ଯେ ସାପ ର ଗାତରେ ଯେବେ କିଏ ଜାଣି ଜାଣି ହାତ ପଶେଇ ଥାଏ । ତା ଠାରୁ ବଡ ମୂର୍ଖ ଆଉ କିଏ ନଥାଏ ସନ୍ତୋଷ ମଧ୍ୟା ଜାଣି କରିଲେ ଏହି ଭୁଲ ଯାହା ଫଳ ସ୍ୱରୂପ ତାଙ୍କୁ ଭୋଗିବାକୁ ପଡିଲା ଏହାର ଫଳ । ଏହି ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି ତେବେ ଆମ ପେଜ କୁ ଲାଇକ ଶେୟାର କରନ୍ତି ଏବଂ ଆପଣମାନଙ୍କ  ମତକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button