ଦେଶ

ତାମିଲନାଡ଼ୁରେ ବିଜେପି ହାତ ଛାଡ଼ିଲା ଏଆଇଏଡିଏମକେ, ଆନ୍ନାମଲାଇଙ୍କ ବୟାନକୁ ନେଇ ବିବାଦ – Ibnodisha

[ad_1]

ଚେନ୍ନାଇ: ତାମିଲନାଡୁରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ଅଲଗା ହୋଇଯାଇଛନ୍ତି। ଏଆଇଏଡିଏମକେ ନେତା ଡି ଜୟକୁମାର ସୋମବାର କହିଛନ୍ତି ଯେ ବିଜେପି ସହ କୌଣସି ମେଣ୍ଟ ନାହିଁ। ନିର୍ବାଚନୀ ମେଣ୍ଟ ସମ୍ପର୍କରେ କୌଣସି ନିଷ୍ପତ୍ତି କେବଳ ନିର୍ବାଚନ ସମୟରେ ହିଁ ନିଆଯିବ । ଏହା ତାଙ୍କର ବ୍ୟକ୍ତିଗତ ମତ ନୁହେଁ । ଏହା ତାଙ୍କ ଦଳର ଆଭିମୁଖ୍ୟ ବୋଲି ସେ କହିଛନ୍ତି ।

ତାମିଲନାଡ଼ୁ ବିଜେପି ସଭାପତ ଆନ୍ନାମଲାଇ କୁପ୍ପୁସ୍ବାମୀଙ୍କ ବିବାଦୀୟ ବୟାନ ପରେ ଏଆଇଏଡିଏମକେ ଅସନ୍ତୁଷ୍ଟ ହୋଇପଡ଼ିଛି ଓ ଏନଡିଏ ଛାଡ଼ିବାକୁ ଧମକ ଦେଇଛି ।

ସେ କହିଛନ୍ତି, ତାମିଲନାଡୁରେ ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇ କୁପ୍ପୁସାମୀ ଏଆଇଏଡିଏମକେ ସହ ମେଣ୍ଟ କରିବାକୁ ଚାହୁଁନାହାନ୍ତି। ତେବେ ବିଜେପି କର୍ମୀମାନେ ଏହା ଚାହୁଁଛନ୍ତି। ଆନ୍ନାମଲାଇ ଆମ ନେତାଙ୍କ ବିରୋଧରେ ବୟାନ ଦେଉଛନ୍ତି। ସେ ବିଜେପି ରାଜ୍ୟ ସଭାପତି ହେବା ପାଇଁ ଯୋଗ୍ୟ ନୁହଁନ୍ତି। ଆମ ନେତାଙ୍କ ଏତେ ସମାଲୋଚନାକୁ ଆମେ ବରଦାସ୍ତ କରିବା ଉଚିତ କି? । ଆମ ନେତାଙ୍କ ସମାଲୋଚନାକୁ ଆମେ ବରଦାସ୍ତ କରିପାରିବୁ ନାହିଁ।

ଆମ ନେତାଙ୍କ ଉପରେ ଲଗାତାର ସମାଲୋଚନାକୁ ଆମେ ଗ୍ରହଣ କରିପାରିବୁ ନାହିଁ। ଆନ୍ନାମଲାଇ ଆମ ନେତ୍ରୀ ଜୟଲଳିତାଙ୍କୁ ସମାଲୋଚନା କରିସାରିଛନ୍ତି। ସେତେବେଳେ ଆମେ ଅନ୍ନାମଲାଇଙ୍କ ବିରୋଧରେ ଏକ ସଂକଳ୍ପ ପାରିତ କରିଥିଲୁ। ସେମାନେ ଏହାକୁ ବନ୍ଦ କରିବା ଉଚିତ୍ ଥିଲା। ସେ ଆନ୍ନା, ପେରିଆର ଏବଂ ଦଳର ସାଧାରଣ ସମ୍ପାଦକଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ କୌଣସି କ୍ୟାଡର ଗ୍ରହଣ କରିବେ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button