ଦେଶ

ମୁମ୍ବାଇର ‘ଗାଲାକ୍ସି’ ହୋଟେଲ୍‌ରେ ଅଗ୍ନିକାଣ୍ଡ, ୩ ମୃତ – Ibnodisha

[ad_1]

ମୁମ୍ବାଇ: ମୁମ୍ବାଇର ପ୍ରଖ୍ୟାତ ଗାଲାକ୍ସି ହୋଟେଲରେ ଆଜି ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସାନ୍ତା କ୍ରୁଜ୍‌ (ପୂର୍ବ)ରେ ଅବସ୍ଥିତ ଏହି ହୋଟେଲର ତୃତୀୟ ମହଲାରେ ଅପରାହ୍ନ ୧ଟା ୧୭ରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାରୁ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରଥମେ ତୃତୀୟ ମହଲାରେ ନିଆଁ ଲାଗିଥିଲା ଏବଂ ଏହା ଚତୁର୍ଥ ମହଲାକୁ ବ୍ୟାପିଯାଇଥିଲା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅଗ୍ନିଶମ ବିଭାଗ ସୂତ୍ରରୁ ଜଣାପଡ଼ିଛି। ମୃତକମାନେ ହେଲେ ରୁପଲ୍‌ କାଞ୍ଜି (୨୫), କିଶନ ଏମ୍‌ (୨୮) ଏବଂ କାନ୍ତିଲାଲ ଗୋର୍ଦ୍ଧନ ବାରା (୪୮)। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ନିଆଁରେ ବିଦ୍ୟୁତ ତାର, ଏସି ବ୍ୟବସ୍ଥା, ପର୍ଦ୍ଦା ଏବଂ ଫର୍ଣ୍ଣିଚର ଆଦି ଜଳିଯାଇଥିଲା। ତୃତୀୟ ମହଲାର ରୁମ୍‌ ନମ୍ବର ୧୦୩ ଏବଂ ୨୦୩ରେ ଲାଗିଥିବା ନିଆ ଚତୁର୍ଥ ମହଲରେ ପହଞ୍ଚିଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button