IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯୌତୁକ ନିର୍ଯ୍ୟାତନା ରେ ବଳି ପଡିଲା ପୁଣି ଏକ ଝିଅ, ଯୌତୁକ ପାଇଁ ସ୍ୱାମୀ ନେଲା ସ୍ତ୍ରୀର ଜୀବନ

ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଟୁରଚା ଗ୍ରାମରେ ଘଟିଯାଇଛି ଏକ ଅଭାବନିୟ ଘଟଣା । ଏହି ଗ୍ରାମର ନରେନ୍ଦ୍ର ସାହୁ ତାଙ୍କ ସ୍ତ୍ରୀକୁ ତଣ୍ଟି ଚିପି ମାରିଦେଇଛନ୍ତି ।  ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଜାମଜୁରୀ ଗ୍ରାମର ସସ୍ମିତା ସାହୁ ୪ବର୍ଷ ହେଲା ବୈଦିକ ରୀତିରେ ଗାଇସିଲେଟ ବ୍ଲକ ଟୁରଚା ଗ୍ରାମର ପାନା ସାହୁଙ୍କ ପୁଅ ନରେନ୍ଦ୍ର ସାହୁକୁ ବାହା ହୋଇଥିଲେ। ବାହା ହେବାର ବର୍ଷେ ଗଲାପରେ ଯୌତୁକ ନ ଆଣିବାରୁ ନରେନ୍ଦ୍ର ତାର ସ୍ତ୍ରୀ ସସ୍ମିତାକୁ ବହୁ ଥର ମାଡ଼ ମାରିଥିବା ବେଳେ ଗ୍ରାମରେ ଭଦ୍ର ଲୋକଙ୍କ ଉପସ୍ଥିତିରେ ପଞ୍ଚାୟତ ବସି ସମାଧାନ କରା ଯାଇଥିଲା।

କିନ୍ତୁ ଗ୍ରାମ ସଭାକୁ ଖାତିର ନକରି ନରେନ୍ଦ୍ର ପୁନର୍ବାର ମାଡ଼ପିଟ କରିବାରୁ ଝିଅକୁ ଝିଅର କାକା ଗଣେଶ ସାହୁ ନିଜ ଗ୍ରାମ ଯମଜୁରୀକୁ ନେଇ ଯାଇଥିଲେ। ଝିଅର ବାପା ଇଟା ଗଢିବାକୁ ବାହାର ରାଜ୍ୟରେ ରହୁଥିବାବେଳେ ଭାଇ ଗଣେଶ ସାହୁ ଘରର ସମସ୍ତଙ୍କ କଥା ବୁଝୁଛନ୍ତି । କିଛି ମାସ ଆଗରୁ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ଧରି ନରେନ୍ଦ୍ର ଓ ତାର ବାପା ପାନ ଜାମଜୁରୀକୁ ଯାଇ ଏକ ଚୁକ୍ତିନାମା ଲେଖି ସ୍ତ୍ରୀ ସସ୍ମିତାକୁ ଆଣିଥିଲେ। ଗତକାଲି ନରେନ୍ଦ୍ର ଓ ସ୍ତ୍ରୀସସ୍ମିତା ଏକାକୀ ଥିଲେ। କଣ ହେଲା ହଟାତ ଝିଅର ବାପା ଘରକୁ ଖବର ଅାସିଲା ସସ୍ମିତାର ମୃତ୍ୟୁ ହୋଇଯାଇଛି ।

 

ଖବରପାଇ ଝିଅର କାକା ଭାଉଜ ଓ ପରିବାର ଝିଅ ଶଶୁର ଘରକୁ ଆସି ପହଞ୍ଚି ଦେଖିଲା ବେଳକୁ ଝିଅ ସସ୍ମିତା ଆଉ ନାହିଁ  । ବେକରେ ଦାଗ ଓ ଦେହରେ ଖଣ୍ଡିଆ ଦେଖି ସାଙ୍ଗେ ସାଙ୍ଗେ ଗାଇସିଲେଟ ଥାନାରେ ଝିଅର କାକା ଗଣେଶ ସାହୁ ଲିଖିତ ଭାବରେ ଅଭିଯୋଗ ଦେଇଛନ୍ତି । ଏହାପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖି କେସ ନଂ ୧୬୫/୧୮ ରୁଜୁ କରି ନରେନ୍ଦ୍ରକୁ ଗିରଫ କରି କୋଟ ଚଲାଣ କରିଛି । ଶବକୁ ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଯାଇଛି । ତେବେ ପୋଲିସ ସୂଚନାନୁସାରେ, ନରେନ୍ଦ୍ର ତା ସ୍ତ୍ରୀକୁ ତଣ୍ଟି ଚିପି ମାରିଦେଇଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button