IBN ଓଡ଼ିଶା ବ୍ୟୁରୋ

ଘରେ ମଣିଷ ବଦଳରେ ନାଗସାପ ରହୁଛନ୍ତି, ଗୁହାଳ ଘରେ 22ଟି ନାଗଛୁଆ ସହିତ 36 ଟି…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଘରେ ମଣିଷ ବଦଳରେ ରହିଛନ୍ତି ସାପ । ଘରକୁ ନିଜ ଘରୁ 22 ଟି ନାଗଛୁଆ ଓ 36ଟି ସାପ ଅଣ୍ଡା ଉଦ୍ଧାର କରାଯାଇଛି । ତେବେ ଆପଣମାନେ  ଭାବୁଥିବେ ଘର ଖାଲି ଥିବ ବା କେହି ବାସ କରୁନଥିବେ। ମାତ୍ର ଏହି ଘରେ ଲୋକେ ବି ରୁହନ୍ତି ଓ ବସବାସ ମଧ୍ୟ ହୋଇଥାଏ । ଖବର ଅନୁସାରେ ଏହି ଘଟଣାଟି ହେଉଛି  ଭଦ୍ରକ ଜିଲ୍ଲା ଭଣ୍ଡାପୋଖରୀ ବ୍ଲକ ଅନ୍ତରଗତ ବିରଳିଶାସନ ଗ୍ରାମର  ଲକ୍ଷ୍ମୀଧର ପଣ୍ଡାଙ୍କ ଘରେ ।

ସୂଚନା ଅନୁଯାୟୀ ଲକ୍ଷ୍ମୀଧର ପଣ୍ଡାଙ୍କ ବୋହୁ ରଶ୍ମିତା  କିଛି ଜିନିଷ ଆଣିବା ନିମନ୍ତେ ଗୁହାଳ ଘରକୁ ଯାଇଥିଲେ ଏବଂ ହଠାତ ଦୁଇଟି ନାଗଛୁଆ ତାଙ୍କ ଡାହାଣ  ହାତକ ଉପରକୁ ଛଡିଯାଇଥିଲେ ।ବୋହୁ ସାପକୁ ଦେଖିଲା ମାତ୍ରକେ ଚିତ୍କାର କରିଥିଲେ ତାଙ୍କ ଶବ୍ଦ ଶୁଣିଥିବା ଘରଲୋକମାନେ ଘଟଣା ସ୍ଥଳକୁ ଆସି ବୋହୁ ହାତରୁ ସାପ ଛୁଆଙ୍କୁ ବାହାର କରି ତୁରନ୍ତ ଗ୍ରାମରେ ଥିବା ସାପ ହେଲ୍ପଲାଇନ ଚିତ ରଞ୍ଜନ ପଣ୍ଡାକୁ ଯୋଗାଯୋଗ କରିଥିଲେ ।

ତେବ ଘଟଣା ସ୍ଥଳକୁ ଆସିଥିବା ସାପହେଲ୍ପଲାଇନ ବ୍ୟକ୍ତି ଗୁହାଳ ଘରେ ଆହୁରି ସାପ ରହିଥିବା ଅନୁମାନ କରିଥିଲେ ଏବଂ ଅନୁମାନ କୁ କାମ ଜରିଆରେ ଗୁହାଳ ଘରକୁ ଖନନ କରିବା ଆରମ୍ଭ କରିଥିଲେ ।ତେବେ ଲୋକମାନଙ୍କ ଅନୁମାନରୁ ଅଧିକ ବଡ ଘଟଣା ଟି  ଦେଖିବାକୁ ମିଳିଥାଏ । ଗୁହାଳ ଘରେ ଗୋଟେ ପରେ ଗୋଟେ 22ଟି ସାପ ନାଗଛୁଆ ବାହାରକୁ ଆସିଥିଲେ ଏବଂ ଏହା ସହ 36ଟି ସାପ ଅଣ୍ଡାକୁ ମଧ୍ୟ ଉଦ୍ଧାର କରଯାଇଥିଲା ।

ତେବେ ଏହି ଘଟଣା ଘଟିବା ପୂର୍ବରୁ 4 ଫୁଟ୍ ମା ନାଗୁଣୀ ବାହାରିଥିବା ବେଳେ ଆଜି 22 ଟି ନାଗଛୁଆ ବାହାରିବା ଘଣ୍ଟା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାର୍ତ୍ତାବରଣ ଦେଖିବାକୁ ମିଳିଛି ।ତେବେ 36 ଅଣ୍ଡା ଖୋଳ ଥିବା ବେଳେ ଆହୁରି 14ଟି ନାଗଛୁଆ ପାଇଁ ସନ୍ଧାନ ଜାରିରହିଛି । 22 ଟି ନାଗଛୁଆକୁ ଜଙ୍ଗଲରେ ଛଡା ଯାଇଥିବା ସୂଚନା ମିଳିଛି ।

ତେବେ ଘରଲୋକମାନେ କ୍ଷଣ କ୍ଷଣିକ ଭୟଭୀତ ରୂପରେ ସେହି ଘରେ ରହୁଛନ୍ତି ଏବଂ ସାପ ହେଲ୍ପଲାଇନ କୁ ଶୀଘ୍ର ବଳିଥିବା ସାପକୁ ଖୋଜି ବାହାର କରିବାକୁ ନିବେଦନ କରୁଛନ୍ତି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button