IBN ଓଡ଼ିଶା ବ୍ୟୁରୋ

ଜାଣି ନିଅନ୍ତୁ ଏହି ସବୁ Chanakya Neeti, ଜୀବନରେ ସପହଲ ହେବାରେ କେହିବି ଅଟକାଇ ପାରିବେ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ବହୁତ ଜ୍ଞାନୀ ବ୍ୟକ୍ତି ଥିଲେ, ସେ ନିଜ ବୁଦ୍ଧି ଦ୍ଵାରା ଚନ୍ଦ୍ରଗୁପ୍ତ ମୋର୍ଜ୍ୟ କୁ ରାଜଗାଦିରେ ବସାଇଥିଲେ । ଚାଣକ୍ୟ ନୀତିରେ ସେ ଏମିତି କିଛି ଉପାୟ କହିଛନ୍ତି ଯାହା ଦ୍ଵାରା ମଣିଷ ନିଜ ଜୀବନରେ ଆଗକୁ ବଢିପାରିବ, ତେବେ ଆଜି ଆମେ ସେମିତି କିଛି ନୀତି ଆପଣଙ୍କୁ କହିବାକୁ ଯାଉଛୁ, ତେବେ ଚାଲନ୍ତୁ ଜାଣିବା ।

୧- ଧର୍ମ ଜ୍ଞାନର ଭଣ୍ଡାର, ଜ୍ଞାନ ସ୍ଥାୟୀ, ଏହା କାହାକୁ ଛାଡ଼ି ଚାଲିଯାଏ ନାହିଁ ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ ।

2- ଯେଉଁ ବ୍ରାହ୍ମଣ ବିଦ୍ୱାନ, ଧର୍ମ ପରାୟଣ, ପରୋପକାରୀ ଜଗତର ମଙ୍ଗଳ ସାଧନା ଯାହାର କର୍ତ୍ତବ୍ୟ ସେ ଶ୍ରେଷ୍ଠ ବ୍ରାହ୍ମଣ ।

୩- କାମ, କ୍ରୋଧ, ମୋହ, ଲୋଭ, ସ୍ବାର୍ଥ, ଅହଙ୍କାର ଠାରୁ ଯିଏ ଦୂରେଇ ରହିପାରେ ସେ ସର୍ବଦା ଖୁସିରେ ବାସ କରିପାରେ ।

୪- ଯିଏ ରୂପ, ରସ, ଅଭିମାନ, ସ୍ପର୍ଶ୍ଵ ଉପରେ ବିଜୟ ଲାଭ କରିପାରେ ସେ ମହାନ ସେ ସମସ୍ତଙ୍କୁ ବଶୀଭୂତ କରିପାରେ ।

୫- ବନ୍ଧୁର ବନ୍ଧୁତ୍ୱର ଗଭୀରତା ତାର ସହଯୋଗ ଏବଂ ତ୍ୟାଗରୁ ଜଣାପଡ଼ିଥାଏ ।

୬- ନଦୀ, ନାରୀ, ଶସ୍ତ୍ର ଧାରି, ନଖ ଥିବା ପ୍ରାଣୀ, ଶିଙ୍ଗ ଥିବା ପଶୁ ଏବଂ ରାଜ ପରିବାରର ଲୋକଙ୍କୁ ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ ।

୭- ସନ୍ତାନକୁ ପାଞ୍ଚ ବର୍ଷ ଯାଏଁ ଲାଳନ ପାଳନ କରିବ, ଦଶ ଯାଏଁ ଆକଟରେ ରଖିବ, ଷୋଳ ବର୍ଷ ହେବାପରେ ପୁଅକୁ ମିତ୍ର ପରି ଜ୍ଞାନ କରିବ ।

୮- ସବୁ ପାହାଡ଼ ଭିତରେ ମଣି ନଥାଇପାରେ, ସବୁ ହାତୀଙ୍କ ମସ୍ତିକରେ ମୁକ୍ତା ମିଳେ ନାହିଁ, ସବୁ ସ୍ଥାନରେ ଭଲ ମଣିଷ ମିଳନ୍ତିନାହିଁ, ସବୁ ଗଛ ଚନ୍ଦନ ଗଛ ନୁହେଁ ।

୯- ଦୁଇଜଣ ଏକା ସାଥିରେ ପଢିବା ଦୁହିଁଙ୍କ ପାଇଁ ହିତ, ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଆସିଥାଏ ।

୧୦- ଅତିଥି ଭଗବାନ ସଦୃଶ୍ୟ, ଯେଉଁ ଘରେ ଅତିଥି ଅସନ୍ତୁଷ୍ଟ ହୋଇ ଅପ୍ୟାଯିତ ନହୋଇ ଫେରିଯାଆନ୍ତି ସେ ଘର ନଷ୍ଟ ହୋଇଯାଏ ।

୧୧- ଯାହା ପାଖରେ ଜ୍ଞାନ ଥାଏ ସେ ସଦା ସୁଖୀ, ସଂସାର ଯାକର ଦୁଃଖ ଜ୍ଞାନ ପାଖରେ ହାର ମାନିଥାଏ ।

୧୨- ସଂସାରରେ ପ୍ରାଣୀ ଏକା ଏକା ଜନ୍ମ ହୁଏ, ଏକା ଏକା ମରେ, କେହି ବି ସାଥୀ ହୁଅନ୍ତି ନାହିଁ ।

୧୩- ସ୍ବର୍ଗ ମର୍ତ୍ୟ ବୋଲି କିଛି ନାହିଁ, ଏଇଠି ସ୍ୱର୍ଗ ଏଇଠି ନର୍କ, ଭଲ କାମ କଲେ ସ୍ବର୍ଗ ସୁଖ ମିଳେ, ମନ୍ଦ କାମ ପାଇଁ ନର୍କ ଯନ୍ତ୍ରଣା ରହିଥାଏ ।

୧୪- ପୁରୁଷର ଚାରି ବଡ଼ ଶତ୍ରୁ ଏହି ଚାରି ଜଣ, ଏମାନଙ୍କ ଦ୍ଵାରା ବିପଦ ନିଶ୍ଚୟ ଆସିଥାଏ, କରଜ କରିଥିବା ପିତା, ଚରିତ୍ରହିନା ମାଆ, ସୁନ୍ଦରୀ ପ୍ରତିତା ସ୍ତ୍ରୀ, ମୂର୍ଖ, ଦୁଷ୍ଟ ପୁତ୍ର ।

୧୫- ସ୍ତ୍ରୀ, ପୁତ୍ର ଓ କନ୍ୟାଙ୍କୁ କଟୁ କଥା କହିବା ବହୁତ ବଡ଼ ପାପ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button