IBN ଓଡ଼ିଶା ବ୍ୟୁରୋ

କଣ ଝାଳ କାରଣରୁ ଆପଣଙ୍କ ବସ୍ତ୍ରରେ ବି ହେଇଯାଉଛି ଏମିତି ଧଳା ଦାଗ, ତେବେ ଜରୁର ପଢନ୍ତୁ ଏହି ଖବର

ଗରମ ଦିନ ରେ ଝାଳ ଆସିବାର ସାଧାରଣ କଥା ଅଟେ ଏବଂ ଏହା ସମସ୍ତଙ୍କ ସହ ହୋଇଥାଏ । ବେଶୀ ଖରା କାରଣରୁ ଶରୀରର ରେ ସ୍ଥିତ ଦ୍ରବ୍ୟ ଝାଳ ରୂପରେ ବାହାରକୁ ଆସିଥାଏ । ଆପଣ ଦେଖିଥିବେ ବେଶୀ ଝାଳ ଆସୁଥିବା ମଣିଷର କପଡାରେ କିଛି ଧଳା ଦାଗ ହୋଇ ଯାଇଥାଏ ଏବଂ ଯେତେବେଳେ କପଡା ଧୋଇ ହୋଇଯାଏ ସେହି ଦାଗ ପଳେଇ ଯାଇଥାଏ । ଏହା ଏଥିପାଇଁ କି ଆମ ଶରୀରରେ ବାହାରୁଥିବା ଝାଳରେ କିଛି ମାତ୍ରାରେ ଲୁଣ ଥାଏ । ଯାହାଦ୍ଵାରା ଝାଳ ଶୁଖିବାଦ୍ଵାରା ଏହାର ଧଳା ଦାଗ ରହି ଯାଇଥାଏ । ବେଳେ ବେଳେ ଏହି ଦାଗ ଛାଡେ ନାହିଁ । ଆଜି ଆମେ କିଛି ଏମିତି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣମାନେ ଏହି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

୧. ଲୁଣ ହଟାଇ ଥାଏ ଏହି ଦାଗ

ଗୋଟିଏ କପ ଉଷୁମ ପାଣିରେ ଗୋଟିଏ ଚାମଚ ଲୁଣ ପକାଇ ଝାଳ ଲାଗିଥିବା ଦାଗ ଉପରେ ଲଗାନ୍ତୁ ଏବଂ ବ୍ରଶ କିମ୍ବା ହାତରେ ଆସ୍ତେ ଆସ୍ତେ ରଗଡନ୍ତୁ । ଦାଗଟି ଧୀରେ ଧୀରେ ଛାଡିଯିବ ଏବଂ ଯଦି ମଦ କପଡାରେ ବି ପଡିଯାଏ ତେବେ ଆପଣ କପଡାରେ ଲୁଣ ଲଗାଇ କିଛି ସମୟ ଛାଡି ଦିଅନ୍ତୁ ଏବଂ ଧୋଇବା ଦ୍ଵାରା ଏହି ଦାଗ ଚାଲିଯାଏ ।

୨. ଭିନେଗାର

ଝାଳର ଦାଗ ଗୁଡିକୁ ଦୂର କରିବା ପାଇଁ କପଡାରେ ଝାଳ ଲାଗିଥିବା ସ୍ଥାନରେ ଭିନେଗାର ପକାଇଦିଅନ୍ତୁ, ଧୀରେ ଧୀରେ ରଗଡନ୍ତୁ ଏବଂ କପଡାକୁ ଧୋଇଦିଅନ୍ତୁ । ଏହା ଦ୍ଵାରା ଆପଣ ଡିୟୋଡ୍ରେଂଟ ର ଦାଗକୁ ବି ଦୂର କରି ପାରିବେ ।

୩. ଲେମ୍ବୁ କିମ୍ବା ସୋଢା

କପଡାକୁ ଲେମ୍ବୁ କିମ୍ବା ସୋଢାରେ ୧୦ ମିନିଟ ପର୍ଯ୍ୟନ୍ତ ଓଦା କରି ରଖନ୍ତୁ ଏହା ପରେ ଧୋଇଦିଅନ୍ତୁ । ଏହା ଦ୍ଵାରା ଆପଣ କେତେ ପ୍ରକାର ଦାଗକୁ ବି ଛଡାଇ ପାରିବେ ଏବଂ ଭଲ ସୁଗନ୍ଧ ବି ଆସିବ ।

୪. ଫିଟିକିରି

ବେଶୀ ଝାଳ ନ ଆସିବା ପାଇଁ ଆପଣ ବଞ୍ଚିବା ପାଇଁ ଫିଟିକିରିକୁ ଓଦା କରି ଶରୀରର କେତେକ ଜାଗାରେ ଲଗାନ୍ତୁ । ଏହାଦ୍ଵାରା ଝାଳ ବୋହିବା କମ ହୋଇଯିବ । ଯଦି ଆପଣଙ୍କର କପଡାରେ ଝାଳ ଯୋଗୁ ଧଳା ଦାଗ ଲାଗିଯାଇଛି ତେବେ ଆପଣ ଏହାକୁ ଫିଟିକିରି ଦ୍ଵାରା ସଫା କରି ପାରିବେ । ଶରୀରର ଝାଳ ଏବଂ ଦୁର୍ଗନ୍ଧରୁ ବଞ୍ଚିବା ପାଇଁ ଆପଣ ଏଂଟୀ-ପ୍ରସ୍ପେରେଂଟ ଲୋଶନ କିମ୍ବା ପାଉଡର ଲଗାନ୍ତୁ । ପ୍ରାୟତଃ ସ୍ନାନ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button