ରାଜ୍ୟ

ପାରାଦୀପରେ ଡଙ୍ଗା ବୁଡ଼ିଲା; ୩ ମତ୍ସ୍ୟଜୀବୀ ଉଦ୍ଧାର, ୫ ନିଖୋଜଙ୍କୁ ଉଦ୍ଧାର ଜାରି – Ibnodisha

[ad_1]

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ମୁହାଣ ମୁହଁରେ ମଙ୍ଗଳବାର ସନ୍ଧ୍ୟାରେ ମାଛ ଧରା ବୋଟ୍ ବୁଡ଼ିଯାଇଛି। ପାରାଦୀପ୍ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ପାଖରେ ମାଛ ଧରା ବୋଟ୍ ବୁଡ଼ି ଯିବାରୁ ୮ ଜଣ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ୫ ଜଣଙ୍କୁ ଉଦ୍ଧାର କରାଯାଇ ନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ମାଛ ଧରା ବୋଟ ବାସୁଳେଇ-୨ ବୁଡ଼ିଛି। ଗଭୀର ସମୁଦ୍ରରୁ ମାଛ ମାରି ଫେରୁଥିବା ସମୟରେ ସମୁଦ୍ର ମୁହଁ ପୋତି ହୋଇ ଥିବାରୁ ବୋଟ ସମୂଦ୍ର ମୁହାଣରେ ଓଲଟି ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ତିନିଜଣ ଉଦ୍ଧାର କରାଯାଇଥିବା ବେଳେ ପାଞ୍ଚ ଜଣ ବର୍ତ୍ତମାନ ଉଦ୍ଧାର ହୋଇ ପାରି ନାହାଁନ୍ତି। ସେହି ପଞ୍ଚ ଜଣ ହାତ ହଲେଇ ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛନ୍ତି।

ଘଟଣାସ୍ଥଳରେ ସାମୁଦ୍ରିକ ଥାନା ଅଧିକାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ସୁଦ୍ଧା ସେମାନଙ୍କ ପାଖରେ ପହଞ୍ଚି ପାରି ନଥିଲେ। ତେବେ ବୋଟ ମାଲିକ ସଂଘ, କୋଷ୍ଟ ଗାର୍ଡ ତରଫରୁ ହେଲିକପ୍ଟର ଯୋଗେ ସେମାନଙ୍କୁ ଉଦ୍ଧାର ପାଇଁ ଦାବି କରାଯାଉଛି। ପାରାଦୀପ ସାମୁଦ୍ରିକ ମତ୍ସ୍ୟ ଉପାଦାନ ସଂଘ ତରଫରୁ ବାରମ୍ବାର ଦାବି ସତ୍ତ୍ବେ ସମୁଦ୍ର ମୁହାଣ ଖୋଳା ନଯିବାରୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ବୋଲି ‌ବୋଟ ମାଲିକ ପୁରେନ୍ଦ୍ର ବିଶ୍ବାଳ କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button