IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସାରା ଜୀବନ କରଜରେ ବୁଡି ରହିଥାନ୍ତି ଏହି 3ଟି ରାଶିର ଲୋକ, ସମସ୍ୟା ଏମାନଙ୍କ ପିଛା ଛାଡି ନଥାଏ

ସବୁ ମଣିଷ ଚାହାନ୍ତି କି ତାଙ୍କ ପାଖେ ବହୁତ ଧନ ହେଉ, ଭଲ ଚାକିରୀ ବା ବ୍ୟବସାୟ ହେଉ, ବୁଲିବାକୁ ଭଲ ଗାଡ଼ି ଖଣ୍ଡେ ହେଉ ଓ ରହିବାକୁ ସୁନ୍ଦର ଘର ଟିଏ ହେଉ । କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କର ସତ ହୁଏ ନାହିଁ । ଅଧିକ ସମୟରେ ଲୋକ ଭବିଷ୍ୟତ ପାଇଁ ସଞ୍ଜୟ କରିବାକୁ ନେଇ ବ୍ୟତିବ୍ୟସ୍ତ ରୁହନ୍ତି । କିଛି ଲୋକ ଯେତେ ରୋଜଗାର କଲେ ମଧ୍ୟ କମ୍ ପଡ଼ିଥାଏ । ଏପରି ଲୋକ ସବୁବେଳେ କରଜ ରେ ବୁଡି ରହିଥାନ୍ତି । ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ଲୋକ ସବୁବେଳେ କରଜ ରେ ବୁଡି ରୁହନ୍ତି ।

ତୁଳା ରାଶି, ଏହି ରାଶିର ସ୍ବାମୀ ହେଉଛନ୍ତି ଶୁକ୍ରଦେବ । ସେଥିପାଇଁ ଏହି ରାଶିର ଲୋକ ଟିକେ ଭୋଗବିଳାଷୀ ଓ ସୌଖିନ ସ୍ୱଭାବର ହୋଇଥାନ୍ତି । ଦାମୀ ଜିନିଷ ଗୁଡ଼ିକ ପ୍ରତି ଏମାନଙ୍କର ବହୁତ ଦୁର୍ବଳତା ରହିଥାଏ ଓ ସବୁବେଳେ ସୌଖିନ ଜୀବନଯାପନ କରିବାକୁ ସ୍ବପ୍ନ ଦେଖି ଥାଆନ୍ତି । ଏମାନେ ଫାଲତୁ ରେ ଘରେ ଓ ବାହାରେ ପାର୍ଟି କରି ପ୍ରାୟତଃ ଟଙ୍କା ଉଡାଇଥାନ୍ତି ।

ଯାହା ହେତୁ ଏମାନଙ୍କୁ ଅନେକ କ୍ଷତି ଉଠାଇବାକୁ ପଡିଥାଏ । ଏମାନେ ଅନ୍ୟ ଲୋକ ମାନଙ୍କ ସହ ସବୁବେଳେ ଭଲ ସମ୍ବନ୍ଧ ବନାଇ ରଖିବାକୁ ଚେଷ୍ଟା କରିବା ଉଚିତ୍ । ଯାହା ଦ୍ଵାରା ତାଙ୍କୁ ସାହାଯ୍ୟ ମିଳିବ ଓ ଏହିପ୍ରକାର ସେ ନିଜ ସୁଖ ସମୃଦ୍ଧି ବଜାୟ ରଖିପାରିବେ ।

ମେଷ ରାଶି, ଏହି ରାଶିର ଲୋକ ଧନ ବଞ୍ଚାଇ ରଖିବାରେ ଅସମର୍ଥ ହୋଇଥାନ୍ତି । ଏମାନଙ୍କ ସବୁ ଠୁ ବଡ଼ ଶତ୍ରୁ ହେଉଛି ଏମାନଙ୍କ ମୁଖର କଥା । ଏମାନେ ତାଙ୍କ ମୁଖ ରେ ଲଗାମ ଲଗାଇବା ଉଚିତ୍ । କାରଣ ତାଙ୍କ ନିଜ କଥା ଦ୍ୱାରା ହିଁ ତାଙ୍କୁ ଅଧିକ କ୍ଷତି ହୋଇଥାଏ । ଯଦି ଏମାନେ ଶାନ୍ତିର ସହ ପରିଶ୍ରମ କରିବେ ତେବେ ସଫଳତା ହାସଲ କରି ପାରିବେ । କେବଳ ଉଚିତ୍ ସମୟରେ ଉଚିତ୍ ନିର୍ଣ୍ଣୟ ନେବା ଆବଶ୍ୟକ ଅଟେ । ମା ଲକ୍ଷ୍ମୀଙ୍କ କୃପା ହେଲେ ମେଷ ରାଶି ବ୍ୟକ୍ତିଙ୍କ ଆର୍ଥିକ ବ୍ୟବସ୍ଥାରେ ନିଶ୍ଚୟ ସୁଧାର ଆସିବ ।

କର୍କଟ ରାଶି, କର୍କଟ ରାଶିର ଲୋକ ମାନେ ସବୁବେଳେ ନିଜ ଟଙ୍କା ପଇସା ସମସ୍ୟା ହେତୁ ଚିନ୍ତିତ ରହିଥାନ୍ତି । ଧନ ଥିଲେ ମଧ୍ୟ ଅନେକ ସମୟରେ ଏମାନଙ୍କୁ ତାହା ଯଥେଷ୍ଟ ହୁଏନାହିଁ । ସବୁବେଳେ ଧନ ଉପାର୍ଜନ ର ରାସ୍ତା ଖୋଜୁଥାନ୍ତି । ଅନେକ କ୍ଷେତ୍ରରେ ଧନର ସଠିକ୍ ପ୍ରୟୋଗ କରିବାରେ କେବେ କେବେ ଭୁଲ କରି ଦିଅନ୍ତି ।

କିଛି କ୍ଷେତ୍ରରେ ଏମାନଙ୍କୁ ନିଜର ଚାକିରି ବଦଳ କରିବା ଆବଶ୍ୟକ ରହିଥାଏ । ଏମାନଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ ସେଥିପାଇଁ ବ୍ୟତିବ୍ୟସ୍ତ ନ ହେବା ଉଚିତ୍ । ଏମାନଙ୍କୁ ଅଚାନକ କେଉଁଠୁ ମଧ୍ୟ ଧନ ଲାଭ ହୋଇପାରେ । ଏମାନେ ନିଜର ନୂଆ ଓ ଆଧୁନିକ ବିଚାରଧାରା ରେ ବ୍ୟାପାର ପାଇଁ ବଡ଼ ବଡ଼ ନିର୍ଣ୍ଣୟ ନେଇ ପାରନ୍ତି । ଯାହା ଏମାନଙ୍କ ସଫଳ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ସିଦ୍ଧ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button