IBN ଓଡ଼ିଶା ବ୍ୟୁରୋ

ଚଢ଼େଇ ମୁଣ୍ଡରେ ମଳ ତ୍ୟାଗ କରିଲେ କଣ ସୂଚନା ମିଳିଥାଏ ? ଶୁଭ ନା ଅଶୁଭ ? ପଢନ୍ତୁ ଆଜିର 20 ଅନୁଚିନ୍ତା

୧. ଘରେ ଯଦି ଲାଗିଥିବା ଘଣ୍ଟା ବାରମ୍ବାର ଖରାପ ହୁଏ, ତେବେ ଏହାର ଅର୍ଥ ଆପଣଙ୍କ ଘରେ କୌଣସି ଗଭୀର ସଙ୍କଟ ଆସିବାର ସମ୍ଭାବନା ରହିଛି।  ୨. ରୋଷେଇ ଘରେ ଯଦି କାଚ ଜିନିଷ ବାରମ୍ବାର ଭାଂଗିଥାଏ ତେବେ ଆର୍ଥିକ ସଂକଟ ଆସିବାର ସମ୍ଭାବନା ଅଛି। ୩. ଘରେ ଯଦି ଶୁଭ କାର୍ଯ୍ୟ ରେ କୌଣସି ବାଧା ଉତ୍ପନ୍ନ ହୋଇଥାଏ, ତେବେ ଜାଣିବେ ଯେ ଘରେ ବହୁତ ବଡ଼ ବିପଦ ଆସିବାର ସମ୍ଭାବନା ରହିଛି।

୪. ଘରର ଛାତ ଉପରେ ଅଥବା ଅଗଣା ରେ କାଉ କିମ୍ବା ଚିଲ ଯଦି ହାଡ଼ ପକାଇଥାଏ ତେବେ ତାହା ବହିତ ଅଶୁଭ ହୋଇଥାଏ। ୫. ଯଦି ଘରର ଛାତ ବା କାନ୍ଥ ପ୍ଲାଷ୍ଟର ଅଚାନକ ଫାଟିଥାଏ ତେବେ ଅଶୁଭ ସମାଚାର ମିଳିଥାଏ। ୬. ଯଦି ଦିନ ହେଉ କିମ୍ବା ରାତି ହେଉ କୁକୁର କାନ୍ଦିବାର ଶବ୍ଦ ଆପଣ ଶୁଣୁଛନ୍ତି ତେବେ ଅଶୁଭ ସମାଚାର ମିଳିବାର ସମ୍ଭାବନା ରହିଥାଏ।

୭. ଯଦି ଘରର ଚାବି ପେନ୍ଥା ରେ ବାରମ୍ବାର ଜଂଗ ଲାଗିଥାଏ ତେବେ ଜାଣିବେ କିଛି ଜିନିଷ ମିଳିବାର ସମ୍ଭାବନା ରହିଛି। ୮. ଯଦି ଘରୁ ବାହାରୁ ଥିବା ସମୟରେ କୁକୁର ଝାଡ଼ି ହେବାର ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ। ଯାତ୍ରା ରୋକି ଦିଅନ୍ତୁ। ୯. ଯଦି ଆପଣ ଦୁଇଟି ବିଲେଇ କୁ କଳି ଝଗଡ଼ା କରୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରେ କଳହ ହେବାର ସମ୍ଭାବନା ରହିଛି। ୧୦. ଯଦି ଶୋଇଥିବା ଲୋକ ର ମୁଣ୍ଡ କୁ ବିଲେଇ ଚାଟିଥାଏ, ତେବେ ଏହାର ଅର୍ଥ ଆପଣ କୌଣସି ସରକାରୀ ମାମଲା ରେ ଫସିବାକୁ ଯାଉଛନ୍ତି।

୧୧. ଯଦି ଘରେ କଳା ମୁଷା ର ମାତ୍ରା ବହୁତ ବଢ଼ିଯାଏ ତେବେ ଏହାଦ୍ଵାରା ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ। ୧୨. ଯଦି ଘରେ ନାଲି ପିମ୍ପୁଡ଼ି ର ମାତ୍ରା ବଢ଼ିଯାଏ ତେବେ ଅର୍ଥ ହାନୀ ହୋଇଥାଏ। ୧୩. ଯଦି ପିମ୍ପୁଡ଼ି ମନ୍ଦା ରେ ଚିନି ବା ଅଟା ଦିଆ ଯାଇଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ ଏବଂ ଆର୍ଥିକ ସଙ୍କଟ ଦୁର ହୋଇଥାଏ। ୧୪. ଯେ କୌଣସି ଜାଗାକୁ ଯିବା ସମୟରେ ଗାଈ, ବାଛୁରୀ କିମ୍ବା ବିବାହିତା ମହିଳା ଦେଖିଲେ ଶୁଭ ହୋଇଥାଏ।

୧୫. ଘରର ଛାତ ଉପରେ ଯଦି କ୍ଷତ ଅବସ୍ଥାରେ ଥିବା ପକ୍ଷୀ ବା ମଲା ପକ୍ଷୀ ପଡ଼ିଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ। ୧୬. ଯେଉଁ ଘରେ ବିଚ୍ଛା ବାହାରକୁ ବାହାରୁଥିବା ସମୟରେ ଦେଖାଯାଏ ତେବେ ଏହାର ଅର୍ଥ ଅର୍ଥାତ ସମସ୍ୟା ଉତ୍ପନ୍ନ ହେବାକୁ ଯାଉଛି। ୧୭. ଯଦି ଖରାପ ସମୟ ଚାଲିଥିବା ସମୟରେ ଝିଣ୍ଟିକା ର ଶବ୍ଦ ଶୁଣିବାକୁ ମିଳେ ବା ଆପଣ ଝିଣ୍ଟିକା କୁ ଦେଖନ୍ତି ତେବେ ଜାଣନ୍ତୁ ଯେ, ଖରାପ ସମୟ ର ଅନ୍ତ ଘଟିଲା ବୋଲି।

୧୮. ଯଦି ଆପଣ ଘରୁ ବାହାରକୁ ଯାଉଥିବା ସମୟରେ ଗୁଡ଼ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ୧୯.ଯଦି ଘରର କୌଣସି ସ୍ଥାନରେ ଉଈ ଲାଗିଥାଏ ବା ମହୁମାଛି ବସା କରିଥାଏ ତେବେ ଘରର ମୁରବି ଙ୍କ ଉପରେ ସଙ୍କଟ ଆସିବାର ସମ୍ଭାବନା ରହିଛି। ୨୦. ଯଦି କୌଣସି ଦିନ ଆପଣଙ୍କ ଉପରେ ଚଢ଼େଇ ମଳତ୍ୟାଗ କରିଥାଏ, ତେବେ ଜାଣିବେ ଯେ ଆପଣଙ୍କ ଜୀବନରୁ ଦାରିଦ୍ର୍ୟତା ଶେଷ ହେବାକୁ ଯାଉଛି।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button