ମନୋରଞ୍ଜନ

‘ଇମଲି’ର ସୁଟିଂ ସେଟରୁ ଆସିଲା ଖରାପ ଖବର; ବିଦ୍ୟୁତ୍‌ଘାତରେ ଚାଲିଗଲା ଟେକ୍‌ନିସିଆନ୍‌ଙ୍କ ଜୀବନ – Ibnodisha

[ad_1]

ମୁମ୍ବାଇ: ଗଣେଶ ଉତ୍ସବ ମଧ୍ୟରେ ଟିଭି ସିରିଏଲ ‘ଇମଲି’ର ସୁଟିଂ ସେଟରୁ ଏକ ଖରାପ ଖବର ହସ୍ତଗତ ହୋଇଛି। ବିଦ୍ୟୁତ୍‌ଘ‌ାତ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୁଲିସ ଏ ନେଇ କହିଛି ଯେ ‘ଇମଲି’ ସିରିଏଲର ସୁଟିଂ ଚାଲିଥିବା ବେଳେ ହିଁ ଏହି ୨୩ ବର୍ଷୀୟ ଯୁବକଙ୍କର ବିଦ୍ୟୁତ୍‌ଘାତରେ ଯୋଗୁ ମୃତ୍ୟୁ ଘଟିଛି।

କେହି କେହି କହୁଛନ୍ତି ଯେ ଏହି ମୃତ୍ୟୁ ହୃଦଘାତ କାରଣରୁ ଘଟିଛି।  ମୃତ ଯୁବକ ଜଣକ ହେଲେ ଉତ୍ତରପ୍ରଦେଶର ବାସିନ୍ଦା। ସେ ଟେକ୍‌ନିସିଆନ୍‌ ମହେନ୍ଦ୍ର ଯାଦବ ବୋଲି ଜଣାପଡିଛି। ତାଙ୍କ ମୃତ୍ୟୁ ପରେ ‘ଧଡକ ଅଲ୍ ଫିଲ୍ମ କାମଗାର ସଂଗଠନ’ର ମହାସଚିବ ଅଭିଜିତ୍ ରାଣେ କହିଛନ୍ତି, ‘‘ଏହି ଘଟଣା ମଙ୍ଗଳବାର ଦିନ ‘ଇମଲି’ ସିରିୟଲ୍‌ ସୁଟିଂ ହେଉଥିବା ସମୟରେ ଗୋରେଗାଓଁରେ ଘଟିଛି। ମହେନ୍ଦ୍ର ଯାଦବ ଉତ୍ତରପ୍ରଦେଶର କୁଶୀନଗରର ବିଷ୍ନୁପୁରା ଖୁର୍ଦ ଗାଁର ବାସିନ୍ଦା ଥିଲେ। ତାଙ୍କ ଅନ୍ତିମ ସତ୍କାର ତାଙ୍କ ଗ୍ରାମରେ କରାଯିବାର ବନ୍ଦୋବସ୍ତ କରାଯାଉଛି।’’

ସେ କ୍ଷତିପୂରଣ ଏବଂ ବୀମା ଟଙ୍କା ପାଇ ମୃତକଙ୍କ ପରିବାରକୁ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ଏହା ସହ ନିର୍ମାତାଙ୍କ ସହ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରୁଛନ୍ତି। ସେ ଆହୁରି ବି କହିଛନ୍ତି ‌ଯେ କେହି କେହି ସେ ହୃଦ୍‌ଘାତରେ ମରିଛନ୍ତି ବୋଲି କହୁଥିବା ବେଳେ ପରବର୍ତ୍ତୀ ସମୟରେ ଏହି ମୃତ୍ୟୁ ବିଦ୍ୟୁତ୍‌ଘାତ ହେତୁ ହୋଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ସବିଶେଷ ତଥ୍ୟ ଜଣା ପଡ଼ିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିବ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button