IBN ଓଡ଼ିଶା ବ୍ୟୁରୋ

ଥଣ୍ଡା-କାଶ, ଗଳା, ନାକ, ଛାତିରେ ଜମିଥିବା କଫ ଥରକରେ ବାହାରିଯିବ, କରନ୍ତୁ ଏହି ଦେଶୀ ଉପଚାର- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ବୈରାଗ ହୋଇଥାଏ । ସାଧାରଣତ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଥଣ୍ଡା, କସ ବା କଫ ସମସ୍ଯା ଧିକ ଦେଖା ଯାଏ । ଯାହା ଫଳରେ ଅନେକ ଔଷଧର ସେବନ କରିଲେ ମଧ୍ୟ କିଛି ମାତ୍ରାରେ କମ ହୋଇଥାଏ ତ ଆଉ କିଛି ମାତ୍ରାରେ ଅଧିକ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘରୋଇ ଚିକିତ୍ସା ନେଇ ଆସିଛୁ ଯାହାକୁ କରିବା ଦ୍ଵାରା ଥଣ୍ଡା, କାଶ ଦୂର ହେବା ସହ ଗଳା ଦରଜ ହୋଇଥିଲେ ତାହା ମଧ୍ୟ ଠିକ ହେବ । ଏହି ଘରୋଇ ଚିକିତ୍ସା ପାଇଁ କିଛି ବିଶେଷ ସାମଗ୍ରୀର ଆବଶ୍ୟକତା ରହିଛି । ପ୍ରଥମତ ଫିଟକିରି ବା ସ୍ପଟିକର ଆବଶ୍ୟକତା ରହିଛି । ଏହାକୁ ଗରମ ତାୱାରେ ପକାଇ ଦିଅନ୍ତୁ ।
କିଛି ସମୟ ପରେ ଫିଟକିରି ତରଳି ଯିବା ପରେ ଏହାକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହା ଆମ ଶରୀର ପାଇଁ କୌଣସି କ୍ଷତିକାରକ ହୋଇ ନ ଥାଏ । ଯଦି ଅଧିକ ଦିନ ଯାଏଁ କାଶ ହେଉଥାଏ ତେବେ ଗୋଟିଏ ଚାମଚ ମହୁ ସହ ଅଳ୍ପ ମାତ୍ରାରେ ଫିଟକିରି ଗୁଣ୍ଡକୁ ମିଶ୍ରଣ କରି ସେବନ କରିଲେ କାଶ ସମସ୍ଯା ବହୁତ ଜଲ୍ଦି ଦୂର ହୋଇଥାଏ । କିନ୍ତୁ ଧ୍ୟାନ ରଖିବାକୁ ହେବ ଯେ ୧୦ରୁ ୧୪ ବର୍ଷ ପିଲା ମାନଙ୍କୁ ଏହର ସେବନ କରିବା ଅନୁଚିତ । ଏହାକୁ ଖାଇବା ପରେ ପାଣି ପିଇବା ଉଚିତ ନୁହେ
ଯଦି ଏହାର ଟେଷ୍ଟ ଭଲ ନ ଲାଗେ ତେବେ ଗରମ ବା ଉଷୁମ ପାଣିର ଅଳ୍ପ ମାତ୍ରାରେ ସେବନ କରିବା ଉଚିତ । ଏହି ଏକ ସହଜ ଘରୋଇ ଚିକିତ୍ସା ମାଧ୍ୟମରେ ଯେଉଁ ମାନଙ୍କର ଅଧିକ ଦିନ ଯାଏଁ କାଶ ଲାଗି ରହିଥିବ ସେମାନେ ଏହାର ପ୍ରୟୋଗ ନିଶ୍ଚିନ୍ତ ରୂପେ କରିବା ଉଚିତ । ବିନା କାରରୁ ଗଳା ଦରଜ ହେଉଛି ବା ଫୁଲି ଯାଇଛି ବା ଖାଇବା ସମୟରେ କିଛି ଖାଦ୍ଯ ଅଟକିବା ଭଳି ଅନୁଭବ ହେଉଛି ତେବେ ଏହା ପାଇଁ ଆଉ ଏକ ଘରୋଇ ଉପାୟ ରହିଛି ଯାହା କରିବା ଦ୍ଵାରା ଏହି ସବୁ ସମସ୍ୟାର ନିବାରଣ ହୋଇଥାଏ ।

 

ଏକ ଗ୍ଲାସରେ ଅଳ୍ପ ମାତ୍ରାରେ ଫିଟିକିରି ନେଇ ଏହାକୁ ୨୦ ସେକେଣ୍ଡ ଯାଏଁ ପକାଇ ରଖନ୍ତୁ । ଏହା ପରେ ଫିଟକାରୀକୁ ପାଣିରୁ କାଢି ନେଇ ପ୍ରତି ଦିନ ଥରେ ବା ଦୁଇ ଥର କୁଲି କରନ୍ତୁ । ଏପରି କରିବା ଦ୍ଵାରା ବହୁତ ଜଲ୍ଦି ଗଳାରେ ଦେଖା ଯାଉଥିବା ଦରଜ ବା ଫୁଲିବା ସମସ୍ଯା ଦୂର ହୋଇଥାଏ ।

 

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button