ମନୋରଞ୍ଜନ

ବାଲକୋନିରୁ ଖସିପଡ଼ିଲେ ଥ୍ରୀ ଇଡିଏଟସର ଅଭିନେତା; ଘଟଣାସ୍ଥଳରେ ହେଲା ମୃତ୍ୟୁ – Ibnodisha

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ ‘ଥ୍ରୀ ଇଡିଏଟସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଳ ମିଶ୍ରଙ୍କ ମୃତ୍ୟୁ ହୋଇଥିବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଭିନେତା ହାଇଦ୍ରାବାଦରେ ଏକ ପ୍ରୋଜେକ୍ଟ ପାଇଁ ଉଚ୍ଚକୋଠାରେ ସୁଟିଂ କରୁଥିଲେ। ଏହି ଉଚ୍ଚ କୋଠର ବାଲକୋନିରେ ଅଖିଳ କାମ କରୁଥିବା ସମୟରେ ଅସାବଧାନତା ହେତୁ ତଳକୁ ଖସି ପଡ଼ିଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।  ଅଖିଳ ମିଶ୍ରଙ୍କ ଏପରି ଆକସ୍ମିକ ମୃତ୍ୟୁ ଖବର ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳାଇ ଦେଇଛି। କେହି ବି ତାଙ୍କ ମୃତ୍ୟୁକୁ ବିଶ୍ବାସ କରି ପାରୁ ନାହାନ୍ତି।

ସ୍ବାମୀ ଅଖିଳଙ୍କ ମୃତ୍ୟୁ ଖବର ପାଇବା ପରେ ପତ୍ନୀ ସୁଜାନ ବର୍ନର୍ଟ(ଜର୍ମାନ ଅଭିନେତ୍ରୀ) ଭାଙ୍ଗି ପଡ଼ିଛନ୍ତି। ସେ କହିଛନ୍ତି ଯେ, ‘ମୋର ହୃଦୟ ଭାଙ୍ଗି ଯାଇଛି, ମୋ ଜୀବନ ସାଥୀ ଚାଲିଯାଇଛନ୍ତି। ଆଉ ଏ ଜୀବନ ବଞ୍ଚିବାକୁ ମୋର ଇଚ୍ଛା ନାହିଁ।’

ଅଖିଳଙ୍କ ଅଭିନୟ ଜୀବନ କଥ‌ା କହିଲେ ସେ ଅନେକ ଟେଲିଭିଜନ ସୋ’ ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି। ଟେଲିଭିଜନ ସୋ’ ‘ଉତରନ’, ‘ଉଡାନ’, ‘ସିଆଇଡି’, ‘ଶ୍ରୀମାନ’ ‘ଶ୍ରୀମତି’, ‘ହାତିମ’ ଭଳି ଧାରାବାହିକ ସମେତ ଅନ୍ୟାନ୍ୟ ଲୋକପ୍ରିୟ ଟେଲିଭିଜନ ସୋ’ରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା।   ଏଥିସହିତ ‘ଡନ୍’, ‘ଗାନ୍ଧୀ’, ମାଇ ଫାଦର, ‘ଶିଖର’, ‘କମଲା କି ମୌତ’, ‘ୱେଲ ଡନ ଅବ୍ବା’ ଭଳି ଚଳଚ୍ଚିତ୍ରରେ ଅଖିଳ କାମ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button