ମନୋରଞ୍ଜନ

ଗାଧୁଆଘରେ ୩ ଘଣ୍ଟା ଧରି ବନ୍ଦ ଥିଲେ ସାରା – Ibnodisha

[ad_1]

ମୁମ୍ବାଇ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଚୁଲ୍‌ବୁଲି ଅନ୍ଦାଜ ପାଇଁ ହେଉ ଅବା ନିଜ ଅଭିନୟ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କ ଜୀବନ ସହ ଜଡ଼ିତ ଅନେକ ମଜାଦାର୍‌ କଥା ବଖାଣି ପ୍ରଶଂସକଙ୍କ ମନୋରଞ୍ଜନ କରାଇଥାନ୍ତି। ସାରା ତାଙ୍କ ଫିଲ୍ମ ‘ଲଭ୍‌ ଆଜ୍‌କଲ୍‌’ର ପ୍ରମୋସନ୍‌ ସମୟ‌ରେ ଏକ ମଜାଦାର୍‌ ଘଟଣା କହିଥିଲେ, ଯାହାକୁ ଶୁଣିବା ପରେ ଆପଣ ନ ହସି ରହିପାରିବେନି । ସାରାଙ୍କ କହିବା କଥା ହେଲା, ଥରେ ସେ ଜଣେ ନିଦ୍ଦେର୍ଶକଙ୍କଠାରୁ ବଞ୍ଚିବା ପାଇଁ ନିଜକୁ ୩ ଘଣ୍ଟା ପର୍ଯ୍ୟନ୍ତ ଗାଧୁଆଘରେ ବନ୍ଦ କରି ରଖିଥିଲେ। ସାରା କାହାର ନାମ ନ ନେଇ କହୁଥିବାର ଶୁଣିବାକୁ ମିିଳିଥିଲା ଯେ, ନିର୍ଦ୍ଦେଶକଜଣକ ତାଙ୍କୁ ଖୁବ୍ ବିରକ୍ତ କରାଉଥିଲେ। ‌ସେ ଏକ କାହାଣୀ ସାରାଙ୍କୁ ଶୁଣାଇବାକୁ ଚାହୁଥିଲେ, ହେଲେ ସାରା ତାହାକୁ ଶୁଣିବାକୁ ଆଗ୍ରହୀ ନ ଥିଲେ। ଯେଉଁ କାରଣରୁ ସେ ମାଆ ଅମୃତା ସିଂହଙ୍କୁ ଦୃଦ୍‌ଘାତ ନ ହେଲେ ଅଚେତ ହେବାର ଅଭିନୟ କରିବାକୁ ଅନୁମତି ମାଗିଥିଲେ। ହେଲେ ଅମୃତା ଝିଅକୁ ଏପରି ମିଛ ନାଟକ କରିବାକୁ ମନା କରିଦେଇଥିଲେ। ସେଥିପାଇଁ ନିର୍ଦ୍ଦେଶକଙ୍କ କବଳରୁ ନିଜକୁ ବଞ୍ଚାଇବା ପାଇଁ ଶେଷରେ ନିଜକୁ ୩ ଘଣ୍ଟା ଧରି ଗାଧୁଆଘରେ ବନ୍ଦ କରି ରଖିବାକୁ ଉଚିତ ମଣିଥିଲେ ସାରା। ତେବେ ଏହି ଘଟଣାଟି କେଉଁ ଫିଲ୍ମ ସୁଟିଂ ବେଳର ତାହା ସାରା କହି ନ ଥିଲେ ବି ସିନେମାଟି ତ‌ାଙ୍କ ପାଇଁ ଏକ ଅତ୍ୟାଚାର ଥିଲା ବୋଲି ପ୍ରକାଶ କରି ଖୁବ୍ ଜୋର୍‌ରେ ହସିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button