ଦେଶ

ମହିଳାଙ୍କ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା – Ibnodisha

[ad_1]

ନୂଆଦିଲ୍ଲୀ: ସରକାର ମହିଳାଙ୍କ ସୁରକ୍ଷା ନେଇ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ମହିଳା ସୁରକ୍ଷିତ ରହିବ ପରିବର୍ତ୍ତେ ତାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି।ମହିଳାମାନେ ବାହାରେ ତଥା ଘରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି। ଜେଲରେ ମଧ୍ୟ ମହିଳାମାନେ ସୁରକ୍ଷିତ ନାହାନ୍ତି। ଏହା ଜାତୀୟ ଅପରାଧ ରେକର୍ଡ ଏନସିଆରବି ଦ୍ବାରା ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୧୭ରୁ ୨୦୨୨ ଗତ ୫ ବର୍ଷ ମଧ୍ୟରେ ଜେଲରେ ମହିଳାଙ୍କ ପ୍ରତି ହୋଇଥିବା ବଳାତ୍କାର ତଥ୍ୟ ଏଥିରେ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଏହି ସମୟ ମଧ୍ୟରେ ୨୭୫ ବଳାତ୍କାର ଘଟଣା ଦେଶର ବିଭିନ୍ନ ଜେଲରେ ଘଟିଛି।ଏନସିଆରବି ରିପୋର୍ଟ ଅନୁସାରେ ଏଭଳି ଅପରାଧ କରୁଥିବା ଲୋକଙ୍କ ମଧ୍ୟରେ ପୁଲିସକର୍ମୀ, ଲୋକସେବକ, ସଶସ୍ତ୍ର ବଳର ସଦସ୍ୟ, ଜେଲ କର୍ମଚାରୀ, ସୁଧାର ଗୃହ କର୍ମଚାରୀ, ହାଜତ ତଥା ହସ୍ପିଟାଲ କର୍ମଚାରୀ ରହିଛନ୍ତି।ରି‌ପୋର୍ଟ ଅନୁସାରେ ୨୦୧୭ରେ ଜେଲରେ ହୋଇଥିବା ଏଭଳି ୮୯ଟି ମାମଲା ଘଟିଥିଲା। ୨୦୧୮‌ରେ ଏଭଳି ଘଟଣାର ସଂଖ୍ୟା କମି ୬୦ ରହିଥିଲା। ଅପରପକ୍ଷରେ ୨୦୧୯ରେ ଏହା ୪୭ ଥିବାବେଳେ ୨୦୨୦ରେ ୨୯, ୨୦୨୧‌ରେ ୨୬, ୨୦୨୨ରେ ୨୪ ରହିଥିଲା।ହାଜତରେ ହୋଇଥିବା ବଳାତ୍କାର ମାମଲା‌ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(୨) ଅନୁସାରେ ଦାଏର କରାଯାଇଥାଏ। ଦେଶର ବିଭିନ୍ନ ରାଜ୍ୟମଧ୍ୟରୁ ଉତ୍ତରପ୍ରଦେଶର ଜେଲରେ ଏଭଳି ମାମଲା ସର୍ବାଧିକ ରହିଛି। ୨୦୧୭ରୁ ୨୦୨୨ ମଧ୍ୟରେ ରାଜ୍ୟରେ ଏଭଳି ୯୨ ଟି ମାମଲା ପଞ୍ଜିକୃତ ହୋଇଛି। ଏହାପରେ ମଧ୍ୟପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି। ସେଠାରେ ଜେଲରେ ମହିଳାଙ୍କ ହୋଇଥିବା ବଳାତ୍କାର ମାମଲା ସଂଖ୍ୟା ୪୩ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button