ଦେଶ

ହାତରୁ ଫିକା ପଡ଼ିଯାଇଥିବା ମେହେନ୍ଦି ଛଡ଼ାଇବାକୁ ଚାହୁଁଛନ୍ତି କି, ଜାଣି ରଖନ୍ତୁ ଏହି ୭ଟି ସହଜ ଉପାୟ

ସବୁ ମହିଳାଙ୍କୁ ମେହେନ୍ଦିର ଗାଢ଼ ରଙ୍ଗ ପସନ୍ଦ ଆସିଥାଏ। ଯଦି ହାତରେ ମେହେନ୍ଦି ରଙ୍ଗ ଫିକା ପଡ଼ିଯାଏ, ତା’ହେଲେ ଅନେକ ମହିଳା ଏହାକୁ ଜଲ୍‌ଦି ଛଡ଼ାଇ ଦେବାକୁ ଚାହାଁନ୍ତି। ଆଜି ଆମେ ଆପଣଙ୍କୁ ମେହେନ୍ଦିର ଫିକା ରଙ୍ଗ ହାତରୁ ଛଡ଼ାଇବା ପାଇଁ କିଛି ସୁରକ୍ଷିତ ଉପାୟ ବତାଇବାକୁ ଯାଉଛୁ।

-ଲେମ୍ବୁରେ ରହିଛି ବ୍ଲିଚିଙ୍ଗ୍ ଗୁଣ। ଏହାଦ୍ୱାରା ଆପଣ ବହୁତ ସହଜ ଉପାୟରେ ହାତରୁ ମେହେନ୍ଦି ଛଡ଼ାଇ ପାରିବେ। ଲେମ୍ବୁ ଖଣ୍ଡକୁ ନେଇ ହାତରେ ରଗଡ଼ନ୍ତୁ। ପ୍ରତିଦିନ ଏମିତି କଲେ, କିଛି ଦିନ ଭିତରେ ମେହେନ୍ଦି ଛାଡ଼ିଯିବ।

-ହାତରେ ମେହେନ୍ଦି ଫିକା ପଡ଼ିଗଲେ, ଟୁଥ୍‌ପେଷ୍ଟ ଲଗାଇ ତାହାକୁ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ। ଏହାପରେ ରଗଡ଼ି ସଫା କରିଦିଅନ୍ତୁ। ଦେଖିବେ, ଧୀରେ ଧୀରେ ମେହେନ୍ଦି ରଙ୍ଗ ହାଲୁକା ହୋଇଯିବ।

mehendi2

-ଲୁଣ ଏକ ଭଲ କ୍ଲିଞ୍ଜର ଅଟେ। ଗୋଟିଏ ଛୋଟ ପାତ୍ର ପାଣିରେ କିଛି ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ସେଥିରେ ୧୫ରୁ ୨୦ ମିନିଟ୍ ଯାଏ ହାତକୁ ବୁଡ଼ାଇ ରଖନ୍ତୁ। ଏହାପରେ ହାତ ଧୋଇ ଦିଅନ୍ତୁ।

-ଲୁଣ ଏବଂ ଅଲିଭ୍ ଅଏଲ୍‌କୁ ମିଶାଇ ତୂଳାରେ ହାତରେ ଲଗାନ୍ତୁ। ଏହାପରେ ଧୋଇ ଦିଅନ୍ତୁ।

-ଫେସ୍ ସ୍କ୍ରବ୍ କେବଳ ମୁହଁକୁ ସଫା କରିବାରେ ସାହାଯ୍ୟ କରିଥାଏ ତା’ ନୁହେଁ, ବରଂ ହାତରୁ ମେହେନ୍ଦିକୁ ମଧ୍ୟ ଛଡ଼ାଇ ପାରିଥାଏ। ସ୍କ୍ରବ ନେଇ ହାତରେ ଭଲ ଭାବେ ରଗଡ଼ନ୍ତୁ। ଏହାଦ୍ୱାରା ହାତ ସୁନ୍ଦର ହେବ ଏବଂ ଧୀରେ ଧୀରେ ମେହେନ୍ଦି ମଧ୍ୟ ହାଲୁକା ହୋଇଯିବ।

mehendi3

-ହାତରେ ବ୍ଲିଚ୍ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଏମିତି କଲେ ମେହେନ୍ଦି ଛାଡ଼ିଯିବ।

-ବେକିଙ୍ଗ୍ ସୋଡାରେ କିଛି ଟୋପା ଲେମ୍ବୁ ରସ ଭଲ ଭାବେ ମିଶାଇ ଦିଅନ୍ତୁ। ୧୫ ମିନିଟ୍ ଲଗାଇବା ପରେ ହାତକୁ ଗରମ ପାଣିରେ ଧୋଇ ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button