ମନୋରଞ୍ଜନ

ନିୟମିତ ସେବନ କରନ୍ତୁ ଏହି ପାନୀୟ, ୬୦ ବର୍ଷ ବୟସରେ ବି ଦେଖାଯିବେ ଯୁବା

ଯଦି ଆପଣ ସବୁବେଳେ ଯୁବା ଦେଖାଯିବାକୁ ଚାହୁଁଛନ୍ତି, ତା’ହେଲେ ଏହି ପାନୀୟ ନିଶ୍ଚିତ ଭାବେ ସେବନ କରନ୍ତୁ। ଯେମିତି ବୟସ ଦିନକୁ ଦିନ ବଢ଼ିଚାଲିଛି, ପ୍ରଥମେ ଏହାର ପ୍ରଭାବ ଚେହେରା ଉପରେ ହିଁ ନଜର ଆସିଥାଏ। ଅନେକ ବାର ଚେହେରା ଉପରେ ଲକ୍ଷେ ଯତ୍ନ ନିଅନ୍ତୁ ନା କାହିଁକି, ତଥାପି କେଉଁଠି ନା କେଉଁଠି ତ୍ରୁଟି ରହିଯାଇଥାଏ, ଯାହାଫଳରେ କମ୍ ବୟସରେ ମଧ୍ୟ ଏଜିଙ୍ଗ୍‌ର ଲକ୍ଷଣ ସବୁ ଦେଖାଦିଏ। ଏଥିରେ ତ୍ୱଚା ଢିଲା ହୋଇଯାଏ। ଚର୍ମରେ କୁଞ୍ଚନ ଆସିଥାଏ। ବୟସ ବଢ଼ିଚାଲିବା ସହିତ ଏହି ସବୁ ଲକ୍ଷଣ ଯୋଗୁ ସମସ୍ତେ ଚିନ୍ତିତ ହୋଇଯାଆନ୍ତି।

ଯଦି ଆପଣ ସାଇନ୍ ଅଫ୍ ଏଜିଙ୍ଗ୍‌ରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ କିଛି ଡ୍ରିଙ୍କସ୍ ରହିଛି, ଯାହାକୁ ସେବନ କଲେ, ଆପଣ ନିଜ ତ୍ୱଚାକୁ ଲମ୍ବା ସମୟ ଯାଏ ଯୁବା ରଖିପାରିବେ। ଏଥିପାଇଁ ନିୟମିତ ରୂପରେ ଏହି ପାନୀୟକୁ ସେବନ କରିବାକୁ ପଡ଼ିବ, ଯଦ୍ଦ୍ଵାରା ଏହାର ଫାଇଦା ଆପଣଙ୍କୁ ମିଳିପାରିବ।

milk1

୧.ବିଟ୍‌- ବିଟ୍‌ରେ ହେଲ୍‌ଦି ନାଇଟ୍ରେଟସ୍ ରହିଥାଏ, ଯାହା ରକ୍ତ ପ୍ରବାହରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଆପଣଙ୍କ ତ୍ୱଚାର ଚମକ ବଢ଼ିଯିବ।

୨.ସୋୟା ମିଲ୍କ- ସୋୟା ମିଲ୍କରେ ଆଇସୋପ୍ଲୋବୋନସ୍ ମହଜୁଦ୍ ରହିଥାଏ, ଯାହା ତ୍ୱଚାରେ କୁଞ୍ଚନ ପଡ଼ିବାକୁ ଦେଇ ନ ଥାଏ। ତ୍ୱଚାର ଚମକ ମଧ୍ୟ ସେହିଭଳି ରହିଥାଏ।

୩.ଆଲକହଲ୍‌- ଏକ ଗବେଷଣା ଅନୁସାରେ, ଆଲକହଲ୍ ସେବନ କଲେ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏପରି କି, ଏହା ଦୀର୍ଘସ୍ଥାୟୀ ମାନସିକ ବିକୃତିରୁ ବର୍ତ୍ତିବାରେ ମଧ୍ୟ ସାହାଯ୍ୟ କରିଥାଏ।

cofee2

୪.କ୍ଷୀର– କ୍ଷୀରରେ ସମସ୍ତ ମହତ୍ତ୍ୱପୂର୍ଣ୍ଣ ଖଣିଜ, ପ୍ରୋଟିନ୍ ଏବଂ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ଏହାକୁ ପିଇଲେ ହାଡ଼ ମଜଭୁତ୍ ହୋଇଥାଏ ଏବଂ ତ୍ୱଚାରେ ଚମକ ଆସିଥାଏ।

୫.କଫି- କଫିରେ ମିଳୁଥିବା ରାସାୟନିକ ତତ୍ତ୍ୱ ସ୍କିନ୍ କ୍ୟାନସର ଏବଂ ଅନ୍ୟ ତ୍ୱଚା ସମସ୍ୟା ସହ ଲଢ଼ିଥାଏ। ଗୋଟିଏ କପ୍ କଫି ପିଇଲେ ଆପଣ ଲମ୍ବା ବୟସ ପର୍ଯ୍ୟନ୍ତ ଯୁବା ଦେଖାଯିବେ।

୬.ଗ୍ରୀନ୍ ଟି– ଗ୍ରୀନ୍ ଟି ପିଇବାରେ ଓଜନ ହ୍ରାସ ପାଇଥାଏ। ସ୍କିନ୍ ଗ୍ଲୋ କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button