IBN ଓଡ଼ିଶା ବ୍ୟୁରୋ

ଏହିଭଳି କରନ୍ତୁ ନନଷ୍ଟିକ ପ୍ୟାନକୁ ସଫା, ନୂଆ ଭଳି ଚମକିବ ବର୍ଷସାରା

ଆଜିକାଲି ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳୁଛି ଯେ ତାଓ୍ଵା ଜାଗାରେ ନନଷ୍ଟିକ୍ ପ୍ୟାନ ବ୍ୟବହାର କରାଯାଉଛି। ଏହି ନନଷ୍ଟିକ ତାଓ୍ଵାରେ ରୋଷେଇ କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। କିନ୍ତୁ ଏଥିରେ ସବୁଠାରୁ ବଡ ସମସ୍ୟା ହେଉଛି ଏହାକୁ ସଫା କରିବାରେ। ଭୁଲ ଉପାୟରେ ସଫା କଲେ ଏହାର କୋଟିିଂ ହଟିଯାଇଥାଏ ଏବଂ ଏହା ଖରାପ ହୋଇଯାଇଥାଏ। ଏମିତିରେ ଜରୁରୀ ହୋଇଥାଏ ସଫା କରିବାରେ ବହୁତ ସର୍ତକତାରେ ରହିବା। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ ଜଣାଇବୁ ଯାହା ସାହାଯ୍ୟରେ ନନଷ୍ଟିକ୍ ପ୍ୟାନକୁ ବହୁତ ସହଜରେ ସଫା କରାଯାଇପାରିବ। ତେବେ ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ।

ବେକିଂ ସୋଡା

pan_nonstickପ୍ୟାନରେ ଜମି ହୋଇ ଲାଗିଥିବା ଦାଗକୁ ସଫା କରିବା ପାଇଁ ବେକିଂ ସୋଡା ସହିତ ଲୁଣ ଏବଂ ଭିନେଗାରକୁ ମିକ୍ସ କରି କିଛି ସମୟ ପାଇଁ ରଖନ୍ତୁ। ଏହାପରେ ପ୍ୟାନକୁ ସ୍କ୍ରବ କରି ପାଣିରେ ଧୋଇ ଦିଅନ୍ତୁ।

ଭିନେଗାର

ନନଷ୍ଟିକ ପ୍ୟାନକୁ ଗ୍ୟାସ ଉପରେ ରଖି ସେଥିରେ ଅଧା କପ୍ ଭିନେଗାର ଏବଂ ଅଧା କପ୍ ପାଣି ମିଶ୍ରଣ କରନ୍ତୁ। ଏବେ ଏଥିରେ ଡିଟରଜେଣ୍ଟ ପାଉଡର ପକାଇ ପାଣିରେ ଭଲଭାବେ ଫୁଟାଇ ଦିଅନ୍ତୁ। ଏହାଦ୍ୱାରା ସମସ୍ତ ଚିକ୍କଣ ହଟିଯାଇଥାଏ। ଏବେ ଏହାକୁ ଗ୍ୟାସରୁ ବାହାର କରି ଧୋଇ ଦିଅନ୍ତୁ।

Cleaning-Brushବ୍ଲିଚିଂ ପାଉଡର

ପ୍ୟାନର ଚମକକୁ ସବୁବେଳେ ରଖିବା ପାଇଁ ବ୍ଲିଚିଂ ପାଉଡରର ବ୍ୟବହାର କରନ୍ତୁ। ଗରମ ପାଣିରେ ପାଉଡରକୁ ମିକ୍ସ କରି ପ୍ୟାନକୁ ଭଲଭାବେ ସଫା କରିଦିଅନ୍ତୁ।

ଆଲୁମିନିୟମ ଫାଇଲ୍‌

ଆଲୁମିନିୟମ ଫାଇଲ କୁ ବାସନ ମଜା ପାଉଡର କିମ୍ବା ସାବୁନ ଦ୍ୱାରା ପ୍ୟାନକୁ ସଫା କରନ୍ତୁ। ଏହାଦ୍ୱାରା ନନଷ୍ଟିକ ପ୍ୟାନ ପୂରା ସଫା ହୋଇଯିବ। ସେହିପରି ଯଦି ପ୍ୟାନରେ ସ୍ପେଶାଲ କୋଟିଂ କରାଯାଇଥାଏ ତେବେ ଏହି ଉପାୟକୁ ପ୍ରୟୋଗ କରିବା ଉଚିତ ନୁହେଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button