IBN ଓଡ଼ିଶା ବ୍ୟୁରୋ

କିଣିବାକୁ ଚାହୁଁଛନ୍ତି କି ଯୋଗ ମ୍ୟାଟ୍‌ ? ତେବେ ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ

ଯୋଗ ଏପର ଏକ ମାଧ୍ୟମ ଯାହା ଆପଣଙ୍କ ଶରୀରକୁ ଫିଟ୍‌ ରଖିବା ସହ ସୁସ୍ଥ ରଖିଥାଏ। ନିୟମିତ ଯୋଗ ଅଭ୍ୟାସ କରିବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବା ସହ ମନରେ ଏକାଗ୍ରତା ବଢିଥାଏ। ଯୋଗ ଘରେ କରନ୍ତୁ କିମ୍ବା ପାର୍କରେ ଯୋଗ ମ୍ୟାଟ୍‌ ନିଶ୍ଚିତ ଭାବେ ଦରକାରୀ। ଯୋଗ ମ୍ୟାଟ୍‌ ଥିଲେ ଆପଣ କୌଣସି ସ୍ଥାନରେ ଯୋଗ କରିପାରିବେ। କିନ୍ତୁ ଏହି ଯୋଗ ମ୍ୟାଟ୍‌ ସାଧାରଣ ମ୍ୟାଟ୍‌ ନୁହେଁ ଏହା ଏକ ସ୍ୱତନ୍ତ୍ର ମାଟେରିଆଲରେ ତିଆରି ହୋଇଥାଏ। ଯାହା ଯୋଗ କରୁଥିବା ସମୟରେ ବାହାରୁଥିବା ଝାଳରୁ ଖସିଯିବାର ସମ୍ଭାବନାକୁ କମ୍‌ କରିଥାଏ। କିନ୍ତୁ ବଜାରରେ ଅନେକ ପ୍ରକାର ମ୍ୟାଟ୍‌ ବିକ୍ରି ହେଉଛି। ତେଣୁ ଏହି ଯୋଗ ମ୍ୟାଟ୍‌ କିଣିବା ପୂର୍ବରୁ ଏହି କଥା ଧ୍ୟାନରେ ରଖନ୍ତୁ।

1

 

ମ୍ୟାଟ୍‌ର ଚଉଡା :

ଅନେକ ଥର ଯୋଗ ମ୍ୟାଟ୍‌ କିଣିବା ସମୟରେ ଏହାର ମୋଟା ଏବଂ ଚଉଡା ପ୍ରତି ଆମେ ଧ୍ୟାନ ଦେଇନଥାଉ। କିନ୍ତୁ ପତଳା ଯୋଗ ମ୍ୟାଟ୍‌ ବ୍ୟବହାର କରିବା ଦ୍ୱାରା ହାଡ ଉପରେ ପ୍ରଭାବ ପଡିଥାଏ। ଏହି ମ୍ୟାଟ୍‌ର ମୋଟା ୧.୫ ଇଞ୍ଚରୁ ଅଧିକ ହେବା ଉଚିତ ନୁହେଁ।

mat

ଯାଞ୍ଚ କରି କିଣନ୍ତୁ :

କୌଣସି ଜିନିଷ କିଣିବା ପୂର୍ବରୁ ବିନା ଯାଞ୍ଚ କରି କିଣନ୍ତୁ ନାହିଁ। ଯୋଗ ମ୍ୟାଟ୍‌ କିଣିବା ପୂର୍ବରୁ ସେଥିରେ କିଛି ଆସନ କରି ଦେଖନ୍ତୁ। ଯଦି ଆପଣ ଏଥିରେ ସହଜ ଅନୁଭବ କରିବେ ତେବେ ତାହାକୁ କିଣନ୍ତୁ।

ଇକୋ ଫ୍ରେଣ୍ଡଲୀ ମ୍ୟାଟ୍‌ :

କଟନ ମ୍ୟାଟ୍‌ରେ ହାତ କିମ୍ବା ପାଦ ଖସିଯିବାର ସମ୍ଭାବନା ଅଧିକ ରହିଥାଏ। ସେହିପରି ରବର ମ୍ୟାଟରୁ କିଛି ଦିନ ମଧ୍ୟରେ ରବର ଗନ୍ଧ ଆସିଥାଏ।

3

 

ସଫା ହୋଇପାରୁଥିବ :

ଯୋଗ ମ୍ୟାଟ୍‌ କିଣିବା ସମୟରେ ବିଶେଷ ଧ୍ୟାନ ଦେବା ଉଚିତ। ଏହା ସହଜରେ ସଫା କିମ୍ବା ଧୋଇ ହୋଇପାରୁଥିବା ଦରକାର। ଫଳରେ ଆପଣ ଯଦି କୌଣସି ଜାଗାରେ ଏହାକୁ ପକାଇ ଯୋଗ କରନ୍ତି ତେବେ ଏହାକୁ ଆରାମରେ ଧୋଇପାରୁଥିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button