IBN ଓଡ଼ିଶା ବ୍ୟୁରୋ

ବାରମ୍ବାର ବାହାଘର ଭାଙ୍ଗୁଥିଲେ ଏହି ବାସ୍ତୁ ଟିପ୍ସ ପାଳନ କରନ୍ତୁ ଓ ମାସେ ଭିତରେ ଦେଖନ୍ତୁ ଫାଇଦା

ସବୁ ଝିଅଙ୍କ ସ୍ୱପ୍ନ ରହିଥାଏ ଯେ ତାଙ୍କୁ ନିଜ ମନ ପସନ୍ଦର ପାର୍ଟନର ମିଳୁ। ଯିଏ ତାଙ୍କ ମନ ବୁଝିପାରୁଥିବ, ମୁହଁ ଖୋଲି କହିବା ପୂର୍ବରୁ ସମସ୍ତ ଆବଶ୍ୟକତା ପୂରଣ କରିଦେଉଥିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାଙ୍କୁ ଖୁବ୍‌ ଭଲ ପାଉଥିବ। ମନଲାଖି ବରଟିଏ ପାଇବାକୁ ଝିଅମାନେ ନାନା ପୂଜା ବ୍ରତ ମଧ୍ୟ କରିଥାନ୍ତି। ତଥାପି ଯଦି ଆପଣ ମନ ପସନ୍ଦର ବରଟିଏ ପାଉନାହାନ୍ତି, ତେବେ ଆପଣଙ୍କର କିଛି ବାସ୍ତୁ ଦୋଷ ଥାଇପାରେ। ଯାହା ବିବାହରେ ପ୍ରତିବନ୍ଧକ ସାଜୁଥାଇପାରେ। ଆସନ୍ତୁ ଜାଣିବା କିପରି ସେହି ସମସ୍ୟା ଦୂର କରିବେ…

ରୁମ୍‌ ଉପରେ ଦିଅନ୍ତୁ ଧ୍ୟାନ

ନିଜ ରୁମ୍‌ର ଚେୟାର, ସୋଫା ଓ ସାଇଡ୍‌ ସୋଫାକୁ କେବେ ବି ଏକୁଟିଆ ରଖନ୍ତୁ ନାହିଁ। ସୋଫାକୁ ସବୁବେଳେ ଯୋଡ଼ି କରି ରଖନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଚେୟାରକୁ ସିଙ୍ଗଲ ରଖିବା ଅର୍ଥ ଆପଣଙ୍କୁ ଏକା ରହିବା ପସନ୍ଦ। ଯାହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼େ।

ଶୋଇବା ବେଳେ ପାଦର ଦିଗ ଉପରେ ଦିଅନ୍ତୁ ଧ୍ୟାନ

ବାସ୍ତୁ ଅନୁସାରେ ଯେତେବେଳେ ଆପଣ ଖଟରେ ଶୋଉଛନ୍ତି ଆପଣଙ୍କ ପାଦ କେଉଁ ଦିଗକୁ ରହୁଛି ଧ୍ୟାନ ରଖନ୍ତୁ। ପାଦକୁ କେବେ ବି ମୁଖ୍ୟ ଦ୍ୱାରା ଆଡ଼କୁ କରି ଶୁଅନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଘରକୁ ସକାରାତ୍ମକ ଉର୍ଜା ଆସିବା ବନ୍ଦ ହୋଇଯାଏ। ଫଳରେ ବିବାହରେ ବାଧା ଉପୁଜେ।

କାନ୍ଥ ଓ ଖଟ ମଧ୍ୟରେ ବ୍ୟବଧାନ ରଖନ୍ତୁ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଖଟ ଓ କାନ୍ଥ ମଝିରେ ସବୁବେଳେ ବ୍ୟବଧାନ ରଖିବା ଆବଶ୍ୟକ। ଏଥିସହ ଖଟର ସାମ୍ନା କାନ୍ଥରେ ଯେଭଳି କିଛି ନ ରହେ ସେଥିପ୍ରତି ଧ୍ୟାନ ଦେବା ଉଚିତ। ଏଭଳି କରିବା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ ଓ ଜୀବନରେ ସକାରାତ୍ମକ ଉର୍ଜାର ପ୍ରଭାବ ବୃଦ୍ଧି ପାଇବ।

ଅସ୍ତଗାମୀ ସୂର୍ଯ୍ୟଙ୍କ ଫଟୋ ଲଗାନ୍ତୁ ନାହିଁ

ଶୋଇବା ଘରେ ଆଦୌ ଅସ୍ତଗାମୀ ସୂର୍ଯ୍ୟଙ୍କ ଫଟୋ ଲଗାନ୍ତୁ ନାହିଁ। ଏହା ଘରେ ନକାରାତ୍ମକ ଉର୍ଜା ବୃଦ୍ଧି କରିବାରେ ସାହାଯ୍ୟ କରେ। ଯାହା କୌଣସି ସମ୍ପର୍କ ପାଇଁ ଆଦୌ ଭଲ ନୁହେଁ। ବାସ୍ତୁ ଅନୁସାରେ ଯେବେ ବି ଆପଣ ବିବାହ ସମ୍ବନ୍ଧରେ କିଛି ଚିନ୍ତା କରୁଛନ୍ତି, ସେତେବେଳେ ଶୋଇବା କକ୍ଷରେ ଏଭଳି ଫଟୋ ଲଗାଇବାରୁ ବିରତ ରୁହନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button