ଦେଶ

ପ୍ରେମର ବାର୍ତ୍ତା ଆଣିନଥାଏ ପାରା ବରଂ ସାଥିରେ ଆଣିଥାଏ ଏହି ରୋଗ, ରୁହନ୍ତୁ ସାବଧାନ

ଭଲପାଇବାର ବାର୍ତ୍ତା ପହଞ୍ଚାଇବାର ପ୍ରତୀକ ପାରା ଆଜି ଆପଣଙ୍କ ଜୀବନରେ କ୍ଷତି କରିପାରେ। କାରଣ ବଡ ଲୋକ ହୁଅନ୍ତୁ ବା ଛୋଟ ପିଲା ସମସ୍ତେ ପାରା ସହିତ ଖେଳିବାକୁ ଭଲ ପାଇଥାନ୍ତି। କିନ୍ତୁ ବର୍ତ୍ତମାନ ପାରା ସହ ଖେଳିବା ସ୍ବାରା ମଣିଷ ଶରୀରରେ ଅନେକ ଭୟଙ୍କର ରୋଗ ଦେଖାଯାଇଛି। ରିପୋର୍ଟ ଅନୁଯାୟୀ ପାରା ସହ ଖେଳିବା ଦ୍ବାରା ଏକ୍ଯୁଟ ହାଇପର ସେଂସିଟିଭିଟି ପ୍ଯୁମୋନାଇଟିସ୍ ଭଳି ଭୟଙ୍କର ରୋଗରେ ୩୦୦ ରୁ ଅଧିକ ଲୋକ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ରୋଗ କାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ହେବାର ଖବର ମଧ୍ଯ ସାମ୍ନାକୁ ଆସିଛି।

ଦିଲ୍ଲୀର ସାଲୀମାର ବାଗ୍ ରେ ଅବସ୍ଥିତ ସ୍କୁଲରେ ସେବାନିବ୍ତ ପ୍ରିନ୍ସିପାଲ ସୁନ୍ଦର ସ୍ବରୂପ ସିଂଘଲଙ୍କ କହିବାନୁଯାୟୀ ତାଙ୍କ ପତ୍ନୀ ପୂର୍ବ ଏକ ବର୍ଷ ଧରି ରୋଗରେ ପୀଡିତ ଥିଲେ। ଅନେକ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ମଧ୍ଯ ସେ ବଞ୍ଚି ପାରିନଥିଲେ। କିନ୍ତୁ ଶେଷରେ ଜାରିବାକୁ ମିଳିଥିଲା ଘରେ କିମ୍ବା ଆଖ-ପାଖରେ ଥିବା ପାରାମାନଙ୍କ ପାଇଁ ସେ ଏଭଳି ଭୟଙ୍କର ରୋଗରେ ପୀଡିତ ହୋଇଛନ୍ତି।

paraଡାକ୍ତରଙ୍କ କହିବାନୁଯାୟୀ ପାରାର ମଳ ସୁଖିବା ପରେ ସେଥିରେ ଥିବା ବ୍ଯାକ୍ଟେରିଆ ଖୁବ୍ ଶୀଘ୍ର ବ୍ଯାପିଥାନ୍ତି। ଯାହା ନିଶ୍ବାସ ମାଧ୍ଯମରେ ମଣିଷର ଫୁସ୍ଫୁସ୍କୁ ପ୍ରଭାବିତ କରିଥାଏ। ଅଧିକ ସମୟ ପର୍ଯ୍ଯନ୍ତ ଏହାର ଉପଚାର ନ ହେବା ଦ୍ବାରା ବ୍ଯକ୍ତିଙ୍କୁ ହାର୍ଟଆଟାକ ମଧ୍ଯ ହୋଇପାରେ। ସେହିପରି ଅନେକ ସମୟରେ ବ୍ଯକ୍ତିଙ୍କୁ ବଞ୍ଚାଇବା ମଧ୍ଯ କଷ୍ଟକର ହୋଇଥାଏ।

kbutarଲକ୍ଷଣ:

ଏହି ରୋଗ ହେବା ସମୟରେ ଦୁର୍ବଳ ଲାଗିବା, ସୁଖିଲା କାଶ, ଜ୍ବର, ପେଟରେ ଯନ୍ତ୍ରଣା ଏବଂ ଆଣ୍ଟୁ-ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button