ଦେଶ

ପ୍ଲେଇଂ-୧୧ରୁ ବାଦ୍‌ ପଡିଲେ ପ୍ୟାଟ୍ କମିନ୍ସ – Ibnodisha

[ad_1]

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୩ବିଶ୍ୱକପ୍ ପାଇଁ ନିଜର ସର୍ବଶ୍ରେଷ୍ଠ ପ୍ଲେଇଂ-୧୧ ଖେଳାଳିଙ୍କ ନାମ ଘୋଷଣା କରିଛି। ଏହି ଦଳରେ ୬ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଅଧିନାୟକ ପ୍ୟାଟ୍ କମିନ୍ସ ଏହି ଦଳରେ ନାହାଁନ୍ତି। ଆଇସିସି, ରୋହିତ ଶର୍ମାଙ୍କୁ ନିଜ ଦଳର ଅଧିନାୟକ କହିଛି।

୨୦୨୩ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ରାଚିନ୍ ରବିନ୍ଦ୍ର ମଧ୍ୟ ଏହି ଦଳର ନାହାନ୍ତି। ଏହା ବ୍ୟତୀତ ଆଇସିସି ନିଜ ଦଳରେ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ବିଶ୍ୱକୁ ପ୍ରଭାବିତ କରିଥିବା ହେନ୍ରିକ୍ କ୍ଲାସେନ୍ ଏବଂ ଡେଭିଡ ମିଲରଙ୍କୁ ମଧ୍ୟ ସ୍ଥାନ ଦେଇନାହିଁ। ଯଦି ଆମେ ପ୍ଲେଇଂ-୧୧ରେ ଅନ୍ତର୍ଭୁକ୍ତ ୬ଜଣ ଭାରତୀୟ ଖେଳାଳିଙ୍କ ବିଷୟରେ କହିବା ତେବେ ସେମାନଙ୍କ ମଧ୍ୟରେ ବିରାଟ କୋହଲି, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଦେଜା, ଜସପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ଅଧିନାୟକ ରୋହିତ ଶର୍ମା ଅଛନ୍ତି। ଦଳରେ ଅନ୍ତର୍ଭୁକ୍ତ ବିରାଟ କୋହଲି ଏହି ଟୁର୍ନାମେଣ୍ଟରେ ସର୍ବାଧିକ ୭୬୫ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଦ୍ରୁତ ବୋଲର ମହମ୍ମଦ ଶାମି ଟୁର୍ନାମେଣ୍ଟରେ ୨୪ଟି ୱିକେଟ୍ ନେଇଥିବା ବୋଲର ହୋଇଥିଲେ।

ଆଇସିସିର ଘୋଷଣା କରିଥିବା ପ୍ଲେଇଂ-୧୧ରେ ଭାରତର ୬ଜଣ ଖେଳାଳି, ଶ୍ରୀଲଙ୍କାର ଜଣେ, ନ୍ୟୁଜିଲ୍ୟାଣ୍ଡର ଜଣେ, ଦକ୍ଷିଣ ଆଫ୍ରିକାର ଜଣେ ଏବଂ ବିଶ୍ବକପ ବିଜେତା ଅଷ୍ଟ୍ରେଲିଆର ଦୁଇଜଣ ଖେଳାଳି ଅନ୍ତର୍ଭୁକ୍ତ ଅଛନ୍ତି। ଏଥିରେ ଶ୍ରୀଲଙ୍କାର ଦିଲଶାନ ମଦୁଶଙ୍କା, ନ୍ୟୁଜିଲ୍ୟାଣ୍ଡର ଡେରିଲ ମିଚେଲ, ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ ଏବଂ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଏବଂ ସ୍ପିନର ଆଡାମ ଜମ୍ପା ସାମିଲ ଅଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button