ରାଜ୍ୟ

ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି, ଜାଣନ୍ତୁ କଣ ସବୁ ପରସା ଯିବ – Ibnodisha

[ad_1]

ବାରିପଦା :ରାଷ୍ଟ୍ରପତିଙ୍କ ଖାଇବା ପାଇଁ ସତନ୍ତ୍ର ବ୍ୟବସ୍ଥା । ବାରିପଦା ସ୍ଥିତ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି ।ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି ଦେଶୀ ନାଲି ଚାଉଳର ଭାତ, ହରଡ ଡାଲି, ଜହ୍ନି ତରକାରୀ, ପରିବା ସିଝା, ସୋରିଷ/ପାଳଙ୍ଗ/ବଥୁଆ ଶାଗ, ସାଲାଡ, ପାମ୍ପଡ, ରସ ମଲେଇ, ମିଠା ଦହି ଖାଇବେ। ଏନେଇ ନମସ୍ତେ ବାରିପଦା ହୋଟେଲରେ ଖାଦ୍ୟ ପ୍ରସ୍ତୁତି କରାଯାଇଛି।ଏପଟେ ଜନ୍ମମାଟିରେ ମହାମହିମ । ପଶ୍ଚିମବଙ୍ଗ କଲାଇକୁଣ୍ଡାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାରିପଦାରେ ପହଞ୍ଚିଛନ୍ତି । ତାଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବାରିପଦା ସହିତ ସ୍ମୃତି ଭବନଠାରେ ଅଖିଲ ଭାରତ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେଇଛନ୍ତି ରାଷ୍ଟ୍ରପତି । ପରେ ୨ଟା ୩୫ ମିନିଟରେ କୁଳିଅଣାଠାରେ ଏକଲବ୍ୟ ମଡେଲ ସ୍କୁଲର ଶୁଭାରମ୍ଭ କରିବେ। ଅପରାହ୍ନରେ ରାଇରାଙ୍ଗପୁର ଗସ୍ତ କରି ସେଠାରେ କିଛି ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ନିଜ ବାସଭବନରେ ରାତ୍ରିଯାପନ କରିବେ ମହାମହିମ। ୨୧ ତାରିଖରେ ପାହାଡପୁରରେ ଏସ୍ଏଲ୍ଏସ୍ ବିଦ୍ୟାଳୟରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରିବେ । ଏହାପରେ ଯିବେ ବାଦାମପାହାଡ । ରାଷ୍ଟ୍ରପତି ବାଦାମପାହାଡ ରେଳ ଷ୍ଟେସନରୁ ୩ଟି ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ଟ୍ରେନ ଯୋଗେ ଲୋକଙ୍କ ସହ ଆସିବେ ରାଇରଙ୍ଗପୁର । ୩୨ କିଲୋମିଟର ଟ୍ରେନରେ ଯାତ୍ରା କରିବା ମହାମହିମ । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ଦ୍ବିତୀୟ ଗସ୍ତ । ମୟୂରଭଞ୍ଜ ଗସ୍ତ ସାରି ସମ୍ବଲପୁର ଅଭିମୁଖେ ଯିବେ ମହାମହିମ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button