ଅଢେଇ ବର୍ଷ ପରେ ଶନି ବଦଳାଇବେ ନିଜର ରାଶି, କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ମନ୍ଦିରରେ ପୂଜା

୧୪ଡିସେମ୍ବର କ୍ରୁଷ୍ଣ ପକ୍ଷ ଶନିବାର ଅଟେ । ଧାର୍ମିକ ମାନ୍ଯତା ଅନୁସାରେ ଏହି ଦିନ ଶନି ପୂଜାର ବିଶେଷ ମହତ୍ୱ ରହିଛି । ଏହି ଦିନ ଯେକୌଣସି ଶନି ମନ୍ଦିର ଯାଇ ଆପଣ ଶନିଙ୍କର ସ୍ୱତନ୍ତ୍ର ପୂଜା କରିପାରିବେ । ତେବେ ସିଂଗନାପୁରରେ ଅବସ୍ଥିତ ଶନି ମନ୍ଦିରର ଏକ ସ୍ୱତନ୍ତ୍ରତା ରହିଛି । ଏହି ମନ୍ଦିରରେ ପୂଜା କଲେ ବହୁ କିଛି ସୁଫଳ ମିଳିଥାଏ । ଏଠାରେ ଶନି ଦେବ ବିନା ଛତ୍ର ଧାରଣ କରି ରହିଛନ୍ତି ।
ଶନି ଦେବଙ୍କ ଏହି ମନ୍ଦିରରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ ରାଜନେତା ଏବଂ ବହୁ ବଡ ବଡ କଳାକାରମାନେ ମଧ୍ଯ ପୂଜା କରିବାକୁ ଆସିଥାନ୍ତି । ମାନ୍ଯତା ରହିଛି ଏଠାରେ ପୂଜା କରିବା ଦ୍ୱାରା ଶନିଦେବଙ୍କର ବିଶେଷ କୃପା ମିଳିଥାଏ । ଏବେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କି ଏହି ମନ୍ଦିରରେ ପୂଜା କରିବା ଦ୍ୱାରା କେଉଁ କେଉଁ ଅସୁବିଧାରୁ ମୁକ୍ତି ପାଇପାରିବେ ।
-ଆର୍ଥିକ ସମସ୍ଯାରୁ ମୁକ୍ତି ପଇପାରିବେ
-ମନ ଚାହୁଁଥିବା ଚାକିରି ପ୍ରାପ୍ତ ହେବ
-ବ୍ଯବସାୟରେ ଉନ୍ନତି ପାଇବେ
– ପାରିବାରିକ କହଳ ସମାପ୍ତ ହେବ
– ସ୍ୱାସ୍ଥ୍ଯର ଉନ୍ନତି ହେବ
-ବିବାହରେ ବିଳମ୍ବ ହେଉଥିଲେ ଶିଘ୍ର ହେବ




