IBN ଓଡ଼ିଶା ବ୍ୟୁରୋ

ଥଣ୍ଡାଦିନେ ଏଭଳି ପ୍ରସ୍ତୁତ କରନ୍ତୁ ଭେରାଇଟି ସୁପ୍, ସ୍ବାଦ ସହ ଶରୀରକୁ ଦେବ ଅନେକ ଫାଇଦା

ଥଣ୍ଡାଦିନେ ସୁପ୍ ପିଇବା ଳାଭକାରୀ ହୋଇଥାଏ। ଥଣ୍ଡା-ଜ୍ବର ଏବଂ ସଂକ୍ରମଣ ରୋଗରୁ ଆରାମ ପାଇବା ପାଇଁ ଗରମ ଗରମ ସୁପ୍ ଶରୀର ପାଇଁ ଲାଭକାରୀ ହୋଇଥାଏ। ସୁପ୍ ଥଣ୍ଡାରେ ଗରମ ଅନୁଭୂତି ଦେବା ସହ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ଦେଇଥାଏ। ଶୀତଦିନେ ବଜାରରେ ଅନେକ ପ୍ରକାରର ପନି-ପରିବା ମିଳିଥାଏ, ଯାହା ଦ୍ବାରା ଆପର ଘରେ ମଧ୍ଯ ଅତି ସହଜରେ ସୁପ୍ ପ୍ରସ୍ତୁତ କରିପାରିବେ।
ଯଦି ଆପଣ ଭେଜ୍ ସୁପ୍ ତିଆରି କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଗାଜର ସୁପ୍ ଭଲ ହେବ। ଏହାକୁ ତିଆରି କରିବା ପାଇଁ ଆପଣ ଏଥିରେ ଗାଜର ସହ ଅଦା ଏବଂ ରସୁଣ ମିଶାନ୍ତୁ। ଏହାପରେ ଅଳ୍ପ କିଛି ମସଲା ପକାଇ ସାଦିଷ୍ଟ ସୁପ୍ ତିଆରି କରିପାରିବେ।

କିଛି ବର୍ଷ ପୂର୍ବରୁ ଅଧିକାଂଶ ଲୋକମାନେ ଚାରି-ପାଞ୍ଚ ପ୍ରକାରର ସୁପ୍ ତିଆରି କରୁଥିଲେ। ଯେପରି ଟମାଟ ସୁପ୍, ଗାଜର ସୁପ୍, ମିକ୍ସ ଭେଜ୍, ପାଲକ ସୁପ୍, ବିଟ୍ ଏବଂ ମଶରୁମ୍ ସୁପ୍। ସେହିଭଳି ଆଜି ମଧ୍ଯ ସୁପ୍ ରେ ଅନେକ ପ୍ରକାର ଭେରାଇଟ୍ ଆସିସାରିଛି। ଆପଣ ପାଳଙ୍ଗର ସୁପ୍ ମଧ୍ଯ ପିଇପାରିବେ। ଏଥିରେ ଆପଣଙ୍କୁ ପ୍ରଚୁର ମାତ୍ରାରେ ଆଇରନ ମିଳିଥାଏ।

Soupସୁପ୍ ପ୍ରସ୍ତୁତ କରିବା ଖୁବ୍ ସହଜ:

ସୁପ୍ ତିଆରି କରିବା ଖୁବ୍ ସହଜ। ଘରେ ଯେଉଁ ପରିବା ଥିଲେ ମଧ୍ଯ ଆପର ସେଥିରେ ସୁପ୍ ପ୍ରସ୍ତୁତ କରିପାରିବେ। ଯଦି ଘରେ ଗାଜର ଥାଏ ତେବେ ଆପଣ ସେଥିରେ ଅଦା ଏବଂ ରସୁଣ ମିଶାଇ ଗାଜର ସୁପ୍ ପ୍ରସ୍ତୁତ କରିପାରିବେ। ସେହିପରି ପାଳଙ୍ଗ ସୁପ୍ କରିପାକୁ ଚାହୁଁଛନ୍ତି ତେବେ ପ୍ରଥମେ ପାଳଙ୍ଗକୁ ଧୋଇ କିଛି ସମୟ ସିଝାଇ ଦିଅନ୍ତୁ। ଏହାପରେ ପାଳଙ୍ଗକୁ ଭଲଭାବେ ଗ୍ରାଇଡିଙ୍ଗ୍ କରି ସୁପ୍ ପ୍ରସ୍ତୁତ କରନ୍ତୁ। ଆପଣ ନିଜ ଇଛା ଅନୁସାରେ ଅଳ୍ପ କିଛି ମସଳା ପକାଇ ମଧ୍ଯ ସୁପ୍ ପ୍ରସ୍ତୁତ କରିପାରିବେ।

tomato-soup

ସୁପ୍ ପ୍ରସ୍ତୁତ କରିବା ସମୟରେ ଏହିସବୁ କଥା ଉପରେ ଧ୍ଯାନ ଦିଅନ୍ତୁ:

-ଗାଜର ସୁପ୍ ପ୍ରସ୍ତୁତ କରୁଥିଲେ ସେଥିରେ ଅଦା, ରସୁଣ, ଗୋଲମରିଚ ଏବଂ ଲେମନ ଗ୍ରାସ୍ ପକାନ୍ତୁ।

-ମଟର ସୁପ୍ ପ୍ରସ୍ତୁତ କରୁଥିଲେ ସେଥିରେ ଅଳ୍ପ କିଛି ଧନିଆ ପତ୍ର ପକାନ୍ତୁ। ସ୍ବାଦ ଭଲ ହୋଇଥାଏ।

-ଟମାଟ ସୁପ୍ ରେ ଅଦା ଏବଂ ରସୁଣ ଦୁଇଟି ଫ୍ଳେବର ଭଲ ଲାଗିଥାଏ। ଶେଷରେ କଟାଯାଇଥିବା ଧନିଆ ପକାନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button