IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଦାମୀ ଟୁଥ୍‌ପେଷ୍ଟ ଦ୍ୱାରା ନୁହେଁ ବରଂ ଏହି ୫ଟି ଉପାୟରେ ମୋତି ଭଳି ଚମକାନ୍ତୁ ଦାନ୍ତ

ହସ ହିଁ ଜଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ। କିନ୍ତୁ ବେଳେବେଳେ ଦାନ୍ତ ହଳଦିଆ ପଡ଼ିଯାଇଥିବାରୁ ଲୋକମାନେ ଖୋଲାଖୋଲି ହସିପାରନ୍ତିନାହିଁ। ଫଳରେ ଅନ୍ୟମାନେ ତାଙ୍କୁ ଗର୍ବୀ ଭାବନ୍ତି ଓ ଧୀରେ ଧୀରେ ଦୂରେଇ ଯାଆନ୍ତି। ଯେତେ ଦାମୀ ଟୁଥ୍‌ପେଷ୍ଟ ବ୍ୟବହାର କଲେ ବି ଯଦି ଦାନ୍ତର ହଳଦିଆପଣରୁ ମୁକ୍ତି ମିଳୁନାହିଁ, ତେବେ ଆପଣାନ୍ତୁ ଏହି ୫ଟି ସହଜ ଘରୋଇ ଉପାୟ। ଏହାଦ୍ୱାରା ଦାନ୍ତ ମୋତି ଭଳି ଚମକିବ।

ଷ୍ଟ୍ରବେରୀ

ଷ୍ଟ୍ରବେରୀ ଦାନ୍ତର ହଳଦିଆପଣ ଦୂର କରିବାରେ ସାହାଯ୍ୟ କରେ। ଷ୍ଟ୍ରବେରୀରେ ଥିବା ଏନ୍‌ଜାଇମ୍‌ ଓ ଭିଟାମିନ୍‌ ସି ଦାନ୍ତର ହଳଦିଆପଣ ଦୂର କରେ। ଦାନ୍ତକୁ ମୋତି ଭଳି ଚମକାଇବା ପାଇଁ ସପ୍ତାହରେ ସର୍ବନିମ୍ନ ଦୁଇ ଥର ଷ୍ଟ୍ରବେରୀକୁ ବାଟି ଦାନ୍ତରେ ଲଗାନ୍ତୁ। ଏଥିରେ ବ୍ରଶ୍‌ କରିନପାରିଲେ ଏହାକୁ ଚୋବାଇ ମଧ୍ୟ ପାରିବ।

ଫ୍ଲୋସିଂ

ଅଧିକାଂଶ ଦନ୍ତ ବିଶେଷଜ୍ଞଙ୍କ କହିବାନୁସାରେ ବ୍ରଶ୍‌ ଅପେକ୍ଷା ଫ୍ଲୋସିଂ ଅଧିକ ଲାଭଦାୟକ ହୋଇଥାଏ। ଫ୍ଲୋସିଂ ଅର୍ଥାତ୍‌ ଦାନ୍ତ ସଫା କରୁଥିବା ସୂତା। ଏହା ଦାନ୍ତର ହଳଦିଆପଣ ଦୂର କରିବାରେ ସାହାଯ୍ୟ କରେ। ଏଣୁ ସପ୍ତାହକୁ ଦୁଇଥର ଫ୍ଲୋସିଂ କରିବା ଆବଶ୍ୟକ।

ବେକିଂ ସୋଡ଼ା ଓ ଲେମ୍ବୁ:

ବେକିଂ ସୋଡ଼ା ଓ ଲେମ୍ବୁକୁ ଗୋଳାଇ ଦାନ୍ତରେ ଲଗାଇବା ଦ୍ୱାରା ମଧ୍ୟ ହଳଦିଆ ପଣ ଦୂର ହୋଇଥାଏ। ସପ୍ତାହକୁ ଥରେ ଏହି ଉପାୟରେ ଦାନ୍ତ ସଫା କରିବା ଉତ୍ତମ ହୋଇଥାଏ।

ସେଓ:

ସେଓ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଦାନ୍ତର ହଳଦିଆପଣ ଦୂର କରି ଚମକାଇବାରେ ମଧ୍ୟ ସାହାଯ୍ୟ କରେ। ସେଓ ଚୋବାଇବା ଦ୍ୱାରା ଦାନ୍ତର ବ୍ୟାକ୍ଟେରିଆ ଦୂର ହୋଇଥାଏ। ସେଓରେ ଥିବା ଏସିଡ୍‌ ଦାନ୍ତକୁ ମୋତି ଭଳି ଚମକାଇବାରେ ସାହାଯ୍ୟ କରେ।

ତେଲରେ କୁଳୁକୁଚା କରିବା:

ଏକ ଚାମଚ ଅର୍ଗାନିକ ଅଏଲକୁ ପାଟିରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖି କୁଳୁକୁଚା କରିବା ଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୋଇଥାଏ। ଏହାକୁ ଫିଙ୍ଗି ସାରିବା ପରେ ପରିଷ୍କାର ପାଣିରେ ପାଟି ଧୋଇବାକୁ ଯେଭଳି ନ ଭୁଲନ୍ତି। ଏହି ପ୍ରକ୍ରିୟା ପରେ ୨ରୁ ୩ ଗ୍ଲାସ୍‌ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button