IBN ଓଡ଼ିଶା ବ୍ୟୁରୋ

ଶରୀରର ବିଭିନ୍ନ ସମସ୍ୟା ଦୂର କରିଥାଏ ପାନପତ୍ର, ଜାଣନ୍ତୁ କିପରି କରିବେ ବ୍ୟବହାର

ସମସ୍ତେ ନିଜ ଶରୀରର ସୁନ୍ଦରତାକୁ ବଜାୟ ରଖିବାକୁ ଚାହାନ୍ତି। ଏଥିପାଇଁ ଶରୀରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି। ଏଥିପାଇଁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଉପରେ ଭରସା କରୁଛନ୍ତି। କିନ୍ତୁ ଥରେ ଭାବନ୍ତୁ, ଆପଣଙ୍କ ସବୁ ସମସ୍ୟାର ସମାଧାନ କେବଳ ଗୋଟେ ଜିନିଷ ଦ୍ୱାରା ହେଇପାରିବ, ତାହା ପୁଣି ବିନା ଖର୍ଚ୍ଚରେ। ଆପଣ ଜାଣିଛନ୍ତି କି, ପାନ ପତ୍ର ଏପରି ଏକ ଜିନିଷ, ଯାହାକୁ ବ୍ୟବହାର କରି ଶରୀରର ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିଥାଏ। ଆସନ୍ତୁ ଜାଣିବା ଏହି ସବୁ ଉପାୟ ବିଷୟରେ…

smell-of-body

 

– ଯଦି ଆପଣଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁଛି, ତେବେ ପାନ ପତ୍ର ତେଲରେ ଗାଧୋଇବା ଦ୍ୱାରା ଆପଣଙ୍କ ଏପରି ସମସ୍ୟା ଦୂର ହୋଇଥାଏ।

– ଶୀତଦିନରେ ହେଉଥିବା କୁଣ୍ଡାଇହେବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ପାନ ପତ୍ର ବହୁତ ସହାୟକ ହୋଇଥାଏ। ଶୀତଦିନରେ ରୁକ୍ଷ ତ୍ୱଚା ଏବଂ ଶୁଷ୍କ ତ୍ୱଚା ସମସ୍ୟାରୁ ରକ୍ଷା ପାଇବା ପାଇଁ ପାନର ଦଶଟି ପତ୍ରକୁ ସିଝାଇ ସେହି ପାଣିରେ ଗାଧାନ୍ତୁ। ଆପଣଙ୍କ ସମସ୍ୟା ଦୂର ହେବ।

hair

– ପାନ ପତ୍ର ଆପଣଙ୍କ କେଶ ଝଡିବା ସମସ୍ୟାକୁ ଦୂର କରିଥାଏ। ଏଥିପାଇଁ ଆପଣ ପାନପତ୍ରକୁ ପେଷ୍ଟ କରି ସେଥିରେ ନଡିଆ ତେଲ ମିଶାଇ କେଶରେ ଲଗାନ୍ତୁ। ଏକ ଘଣ୍ଟା ରଖିବା ପରେ କେଶ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇ ଥର କରିବା ପରେ ଆପଣ ଫରକ ଜାଣିପାରିବେ।

– ମୁହଁରେ ହେଉଥିବା ବ୍ରଣକୁ ଦୂର କରିବାରେ ପାନ ସହାୟକ ହୋଇଥାଏ। ପାନରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚାରେ ବ୍ରଣ ହେବାକୁ ଦିଏନାହିଁ। ପାନ ପତ୍ରକୁ ପେଷ୍ଟ କରି ସେଥିରେ ହଳଦୀ ମିଶାଇ ପେଷ୍ଟକୁ ମୁହଁରେ ଲଗାନ୍ତୁ। ୫ ମିନିଟ ରଖିବା ପରେ ଧୋଇଦିଅନ୍ତୁ। ବ୍ରଣ ସମସ୍ୟାରୁ ମୁକ୍ତି ମିଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button